ସକାଳୁ ସକାଳୁ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଡୁର୍କାମୁଣ୍ଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି। ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ

ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ହୃଦଘାତର ଶିକାର ହେବାପରେ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା।

ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପୂର୍ବତନ ମନ୍ତ୍ରୀ ଥିଲେ ରାଜେନ୍ଦ୍ର ଢୋଲକିଆ।

ଦାଦନ ଶ୍ରମିକ ମୁକ୍ତ ହେବ ନୂଆପଡ଼ା ଜିଲ୍ଲା

ନୂଆପଡ଼ାକୁ ପାଇଲଟ ଜିଲ୍ଲା ଭାବେ ଗ୍ରହଣ କଲେ ସରକାର। ଜିଲ୍ଲା ଭିତରେ କାମ ଯୋଗାଇବାକୁ ପଦକ୍ଷେପ ନିଆଯିବ ସହ NGO ଗୁଡ଼ିକ ବିଭିନ୍ନ କ୍ଲଷ୍ଟର ଦାୟିତ୍ବରେ ରହିବେ।

ମନରେଗା ଟଙ୍କା ଡେରି ହେଲେ ସ୍ବତନ୍ତ୍ର ପାଣ୍ଠିରୁ ପାଉଣା ମିଳିବ କହିଛନ୍ତି
ପଞ୍ଚାୟତିରାଜ ମନ୍ତ୍ରୀ।

ପୁତୁରାକୁ ହତ୍ୟା ମାମଲାରେ ବଡ଼ବାପାକୁ ଆଜୀବନ

ଦୋଷୀ ଚିନ୍ତାମଣି ମାଝୀକୁ ଆଜୀବନ ଶୁଣାଇଲେ ଏଡିଜେ କୋର୍ଟ। ୨୦୧୯ରେ ନୂଆପଡ଼ା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ହତ୍ୟାକାଣ୍ଡ ଘଟିଥିଲା। ବଳି ନାଁରେ ପୁତୁରାର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା ଚିନ୍ତାମଣି।

ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଲଖନା ଥାନା ସିଲ୍‌ଭା ଗାଁର ହତ୍ୟାକାଣ୍ଡ ମାମଲାରେ କାରାଦଣ୍ଡ ରାୟ ଶୁଣାଇଲେ ନୂଆପଡ଼ା ଅତିରିକ୍ତ ଜିଲ୍ଲା ଜଜ୍।

ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ୪ ଅଭିଯୁକ୍ତ ସମ୍ପର୍କରେ ଶାଶୁ, ଶ୍ବଶୂର, ପୁଅ ଓ ବୋହୂ ହେବେ।

୩ ବାର୍‌ହା ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ନୂଆପଡ଼ା ବୋଡେନ୍‌ ଥାନା ସିର୍ଲି ଗାଁରୁ ୩ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ।

୬ଟି ଜୀବନ୍ତ ବୋମା ସହ ୫୦ରୁ ଅଧିକ ଝିଙ୍କକଣ୍ଟା ଜବତ କରିଛି।

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣା; ୪ ଓଡ଼ିଆ ମୃତ

ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ବସ୍‌।ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା ବସ୍‌।

ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆ ଗିରଫ

୧ ଲକ୍ଷ ୩୨ ହଜାର ଟଙ୍କା ଜବତ ମାମଲାରେ ଗିରଫ ହୋଇଛନ୍ତି। ଗତକାଲି ବିଜୟଙ୍କ ଗାଡ଼ିରୁ ଜବତ ହୋଇଥିଲା ଟଙ୍କା। ଖୋର୍ଦ୍ଧା ମେଡିକାଲ ଛକରେ ଧରିଥିଲା ଭିଜିଲାନ୍ସ।

ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବିଜୟଙ୍କ ୫ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ନୂଆପଡା: ନବଦୋୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ

ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି। ୧୦ମ ଶ୍ରେଣୀ ଛାତ୍ରକୁ ବାଡ଼ି ଓ ରଡ୍‌ରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପ୍ରତିବାଦରେ ନବଦୋୟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଧାରଣା ଦେଇଛନ୍ତି।ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର।

ନୂଆପଡା: ନବଦୋୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ

ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି। ୧୦ମ ଶ୍ରେଣୀ ଛାତ୍ରକୁ ବାଡ଼ି ଓ ରଡ୍‌ରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପ୍ରତିବାଦରେ ନବଦୋୟ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଧାରଣା ଦେଇଛନ୍ତି।ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର।

Nuakhai wishes