୨୦୦ କୋଟି ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ

ଓଡ଼ିଶା-ଆନ୍ଧ୍ର ସୀମା ଜଲାପୁଟ୍‌ ଜଳଭଣ୍ଡାର ନିକଟରୁ କୋରାପୁଟ୍ ଜିଲ୍ଲା ପୋଲିସକୁ ଏହି ବଡ଼ ସଫଳତା ମିଳିଛି। ଗଞ୍ଜେଇ ତେଲ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ ସହ ୧ ହଜାର କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ମଧ୍ୟ ଜବତ କରିଛି ପୁଲିସ। ଏହାର ମୂଲ୍ୟ ଆନୁମାନିକ ୫ କୋଟି ହେବ।

କୋଟିଆରେ ବେଆଇନ୍ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

ଏ ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସୀମା ଅତିକ୍ରମ କରି କୋଟିଆ ଲୋକଙ୍କୁ ପ୍ରଭାବିତ କରୁଛି ଆନ୍ଧ୍ର। ଆନ୍ଧ୍ର ମାଉସୀ ହୋଇ ସାହାଯ୍ୟ କରୁଛି, ଆମେ ମା’ ଭଳି କରୁଛୁ। କୋଟିଆର ବିକାଶ ପାଇଁ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଛି, ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେଉଛି କହିଲେ ରାଜସ୍ବ ମନ୍ତ୍ରୀ।

କୌଣସି ମୃତ୍ୟୁ ଝାଡ଼ାବାନ୍ତି କିମ୍ବା ଅଜଣା ରୋଗରେ ହୋଇନାହିଁ

କୋରାପୁଟ ଲକ୍ଷ୍ମୀପୁରରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଏଡିପିଏଚଓ ସ୍ପଷ୍ଟ କରିଛନ୍ତି ଯେ, କୌଣସି ମୃତ୍ୟୁ ଝାଡ଼ାବାନ୍ତି କିମ୍ବା ଅଜଣା ରୋଗରେ ହୋଇନାହିଁ।

ଜଣଙ୍କର ପେଟ ଭିତରେ ଆଘାତ, ଅନ୍ୟ ଦୁହିଁଙ୍କର ଖାଦ୍ୟ ବିଷ ପ୍ରକ୍ରିୟାକରଣରୁ ମୃତ୍ୟୁ ଘଟିଛି। ଅନ୍ୟ ଜଣେ କିଡ୍‌ନୀ ସମସ୍ୟାରୁ ମୃତ୍ୟୁ, ଶିଶୁର ମୃତ୍ୟୁ ବି ଅନ୍ୟ କାରଣରୁ ହୋଇଛି। ଝାଡ଼ାବାନ୍ତିରୁ ମୃତ୍ୟୁ ହୋଇଥିବା କୌଣସି ପ୍ରମାଣ ମିଳିନାହିଁ କହିଛନ୍ତି।

ଏନ୍ଏସି ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

ବୋରିଗୁମ୍ମା ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ଔଷଧ ଦୋକାନ ଖୋଲା ରହିଛି।

ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କୁ ମାଡ଼

ଗୁରବାର ରାତିରେ କୋରାପୁଟରେ କଂଗ୍ରେସ ପକ୍ଷରୁ ମିଶାଲ ଶୋଭାଯାତ୍ରା କରାଯାଉଥିବା ସମୟରେ ହଠାତ କୃଷ୍ଣ ଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କୁ ଅଚାନକ ଆକ୍ରମଣ କରିଥିଲେ।

ଏନ୍ଏଚ ଅବରୋଧ କଲେ ଚାଷୀ

ସାର କଳାବଜାରୀକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ଲ୍ୟାମ୍ପ୍‌ସ କାର୍ଯ୍ୟାଳୟ ଘେରିବା ସହ ଏନ୍ଏଚ ଅବରୋଧ କଲେ ଚାଷୀ କୋଟପାଡ଼ ଅଞ୍ଚଳର ଚାଷୀ।

ଏନ୍ଏଚ୍ ୬୩ ଅବରୋଧ ସହ କୋଟପାଡ଼ ଲ୍ୟାମ୍ପ୍‌ସ ଅଫିସ୍ ଘେରିଲେ।

ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ୩ୟ କିସ୍ତି ଟଙ୍କା

କୋରାପୁଟ ଜିଲ୍ଲା ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ।

ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୫ ହଜାର ଲେଖାଏଁ ଟଙ୍କା।

ଟ୍ରକ୍‌ ସହ ଧକ୍କା ପରେ ଜଳିଗଲା ବାଇକ୍‌; ବାପପୁଅ ମୃତ

କୋରାପୁଟ ଜିଲ୍ଲା ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍‌ଏଚ୍‌ ୩୨୬ରେ ଦୁର୍ଘଟଣା ଘଟିଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ଟ୍ରକ୍‌ ସହ ଧକ୍କା ପରେ ବାଇକ୍‌ ସହ ଜଳିଗଲେ ବାପପୁଅ।

ବାଇକ୍‌ରେ ଥିବା ଜଣେ ମହିଳା ଗୁରୁତର ଆହତ ଅଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସାପ କାମୁଡ଼ାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଯୁବକଙ୍କ ମୃତ୍ୟୁ

କୋରାପୁଟ ଖଜୁରୀପଡ଼ା ଥାନା ଖଲିବେରଣା ଗାଁରେ ଜଣେ ପ୍ରାଣ ହରାଇଥିବା ବେଳେ ଗୋଚ୍ଛାପଡ଼ାରେ ସର୍ପାଘାତରେ ଅନ୍ୟ ଜଣେ ଯୁବକ ପ୍ରାଣ ହରାଇଛନ୍ତି।

ଉଭୟ ଯୁବକ ରାତିରେ ଶୋଇଥିବା ବେଳେ ସର୍ପାଘାତର ଶିକାର ହୋଇଥିଲେ।

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।

ପି.ଆର୍ ପେଟା ବାସଭବନ, ଜୟପୁର ବନଖଣ୍ଡ ଅଫିସ ସମେତ ୬ଟି ସ୍ଥାନରେ ଚଢାଉ ଚାଲିଛି।

Nuakhai wishes