ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି; ୧୨ ଆହତ

କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜରୁ ଖସିଲା ପିକ୍ ଅପ୍ ଭ୍ୟାନ୍।

୧୨ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ଗୁରୁତର ଆହତ ଦଳପୁର ଅଞ୍ଚଳର।

ପିଲା ଚୋରି ସନ୍ଦେହରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

କୋରାପୁଟ ଜିଲ୍ଲା ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ପିଲା ଚୋରି ଗୁଜବରୁ ଏହି ଘଟଣା ଘଟିଛି।

ଆକ୍ରମଣର ଶିକାର ୨ ଯୁବକ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମର। ଗାଁରେ ଉତ୍ତେଜନା ପରେ ପହଞ୍ଚିଲା ବନ୍ଧୁଗାଁ ପୁଲିସ ପହଞ୍ଚିଛି।

ମାଟିତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ତଳଗୁମାଣ୍ଡି ଗାଁ ଜଙ୍ଗଲରେ ପୂର୍ବତନ ସରପଞ୍ଚଙ୍କୁ ପୋତି ଦେଇଥିଲେ।

ପୂର୍ବତନ ସରପଞ୍ଚଙ୍କୁ କିଏ ମାରିଛି ଅସ୍ପଷ୍ଟ ରହିଛି।

ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ରଡ୍‌ ପଡ଼ି ୨ ମୃତ

ରଡ୍‌ ବାଇଣ୍ଡିଂ ଚାଲିଥିଲା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ୨ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ପୁଲିସ ଓ ସିଆଇଏସ୍‌ଏଫ୍‌ ପହଞ୍ଚି ତଦନ୍ତ କରୁଛି।

ଘରୋଇ ସ୍କୁଲ ବସ୍ ଓଲଟି ଜଣେ ମହିଳା ମୃତ, ୮ ଆହତ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ମନ୍ତ୍ରୀଆମ୍ବ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବସ୍‌ରେ କୌଣସି ଛାତ୍ରଛାତ୍ରୀ ନଥିଲେ, କେବଳ ସ୍କୁଲ ଷ୍ଟାଫ୍ ଥିଲେ। ସ୍କୁଲର ଜଣେ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଘରକୁ ଯାଉଥିଲେ।

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କୋରାପୁଟ ଜିଲ୍ଲା ସଦର ଥାନା ବାରିଣିପୁଟ ଘରୋଇ ହସ୍ପିଟାଲରେ ରୋଗୀର ମୃତ୍ୟୁ ଘଟିଛି।

୧୫ ତାରିଖରେ ଅସ୍ତ୍ରୋପଚାର ପରେ ଆଜି ସକାଳେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ସହ ଅଭିଯୋଗ କଲେ ପରିବାର।

ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରୁ ମୃତଦେହ ଠାବ ହୋଇଛି।

ମୃତ ଛାତ୍ରୀ ଜଣଙ୍କ ଗଣିତ ବିଭାଗ ପ୍ରଥମ ବର୍ଷରେ ପଢ଼ୁଥିଲେ। ଛାତ୍ରୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ରାସ୍ତାରୁ ଜଣଙ୍କ ମୃତଦେହ, ଆଉ ୨ ଆହତ ଅବସ୍ଥାରେ ଉଦ୍ଧାର

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା କାଡାମ ଛକ ନିକଟରୁ ପୁଲିସ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି।

କିଛି ଦୁର୍ବୃତ୍ତ ୩ ଜଣଙ୍କୁ ଆକ୍ରମଣ କରିଥିବା ଜଣେ ଆହତ ସୂଚନା ଦେଇଛନ୍ତି। ବାଇକରେ ଯାଉଥିବା ବେଳେ ଠେଙ୍ଗାରେ ଆକ୍ରମଣ କରିଥିବା କହିଲେ। ହତ୍ୟା କରାଯାଇଥିବା ଅଭିଯୋଗ କଲେ ମୃତକଙ୍କ ପରିବାର।

କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ

ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ କୀର୍ତ୍ତି ଭାସନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍‌

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର NH ୩୨୬ ମୀନାପାଇ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍‌।

କାଠ ପଡ଼ି ଜାତୀୟ ରାଜପଥ ଅବରୋଧ ହୋଇଛି। ଅଟକିଛି ଗାଡ଼ିମୋଟର।

Nuakhai wishes