ଦୁର୍ଦ୍ଦାନ୍ତ ଅପରାଧୀ ସାଗର ବେହେରା ନାଁରେ NSA ଲାଗୁ
ବ୍ରହ୍ମପୁର ଜରଡ଼ା ଥାନା ନନ୍ଦିଗାଁର ସାଗର ବେହେରା ନାଁରେ NSA ଲାଗୁ ହୋଇଛି। ୨୦୧୧ରୁ ୨୦୨୬ ମଧ୍ୟରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ। ହତ୍ୟା ଉଦ୍ୟମ, ଡକାୟତି, ବାଲି ଚୋରା ଚାଲାଣ, ଦଙ୍ଗା ଆଦି ମାମଲା ରହିଛି।
Credible Local News of Odisha
ବ୍ରହ୍ମପୁର ଜରଡ଼ା ଥାନା ନନ୍ଦିଗାଁର ସାଗର ବେହେରା ନାଁରେ NSA ଲାଗୁ ହୋଇଛି। ୨୦୧୧ରୁ ୨୦୨୬ ମଧ୍ୟରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ। ହତ୍ୟା ଉଦ୍ୟମ, ଡକାୟତି, ବାଲି ଚୋରା ଚାଲାଣ, ଦଙ୍ଗା ଆଦି ମାମଲା ରହିଛି।
କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି। ଗଞ୍ଜାମ ଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ଆଇଜି ନୀତିଶେଖର। ଏସ୍ପି ଘଟଣାସ୍ଥଳକୁ ଯାଉଛନ୍ତି, ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି।
ବ୍ରହ୍ମପୁର କବିସୂର୍ଯ୍ୟନଗର ଥାନାରେ ପୋଲିସ୍ ନିସ୍ତୁକ ମାଡ଼ ମାରିଥିଲା, ଏହା ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି ନେଇ ପରିବାର ଅଭିଯୋଗ କରିଛନ୍ତି।
ମୃତ ଯୁବକ ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ। ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମଲାରେ ଥାନାକୁ ଆଣିଥିଲା ପୋଲିସ୍, କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ହସ୍ତାନ୍ତର କରିଥିଲା।
ବ୍ରହ୍ମପୁର ଉପକଣ୍ଠ ବାଉରୀ ସୁକୁଣ୍ଡାରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରାଯାଇଛି। ତାର ଦୁଇ ଆଣ୍ଠୁରେ ବାଜିଛି ଗୁଳି। କାଲି ରାତିରେ ଜଣେ ଯୁବକଙ୍କୁ ହାଣି ଫେରାର ଥିଲା ଜଗା।
ଭିଡିଓ ଭାଇରଲ ହେବାର ୫ ଘଣ୍ଟା ଭିତରେ ଏନ୍କାଉଣ୍ଟର କରାଯାଇଛି। ପୋଲିସ ଟିମ୍ ପହଞ୍ଚିବା ପରେ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା ଜଗା। ପୋଲିସର ପାଲଟା ଗୁଳିରେ ଜଗା ଆହତ ହୋଇଛି। ତାକୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି।
ବ୍ରହ୍ମପୁର ହିଞ୍ଜିଳିକାଟୁରେ ଧାରଣାରତ ମହିଳାଙ୍କୁ ଦିଅର ହତ୍ୟା କରିବା ଘଟଣାରେ ବଞ୍ଚି ଯାଇଥିବା ୩ ବର୍ଷର ପିଲାକୁ ଦେଖା କଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା।
ଗୋଷାଣୀ ନୂଆଗାଁ ସ୍ଥିତ ବାଳାଶ୍ରମ ଯାଇ ୩ ବର୍ଷର ଶିଶୁ କଥା ବୁଝିଲେ। ପିଲାର ବାପା ସହ ଯୋଗାଯୋଗ ପାଇଁ ଚେଷ୍ଟା ଚାଲିଥିବା କହିଲେ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା କୁମାରବେଗପଲ୍ଲୀ ଗାଁ ହନୁମାନ ମନ୍ଦିରରୁ ଠାକୁରଙ୍କ ସୁନା, ରୁପା ଅଳଙ୍କାର ସହ ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ।
୫୦ ଲକ୍ଷ ଟଙ୍କାର ଗହଣା ଲୁଟ୍ ହୋଇଥିବା ଗ୍ରାମବାସୀ କହିଛନ୍ତି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି।ମୃତକ ବୁଦୁଲି ଗାଁର ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ପୀତବାସ ହତ୍ୟା ମାମଲାରେ MKCGରେ ଭର୍ତ୍ତି ହେଲେ ଅଭିଯୁକ୍ତ ମଳୟ ବିଷୋୟୀ। ଛାତିରେ ଯନ୍ତ୍ରଣା ଓ ମଧୁମେହ କାରଣରୁ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବିକ୍ରମ ପଣ୍ଡାଙ୍କୁ ମଧ୍ୟ MKCGରେ ଭର୍ତ୍ତି କରାଯାଇଥିଲା।
ବ୍ରହ୍ମପୁର ଖଡ଼ାସିଂ ରେଲୱେ ଟ୍ରାକ୍ରୁ ଉଦ୍ଧାର କଲା ଜିଆର୍ପି। ରେଲୱେ ଟ୍ରାକରୁ ଆଉ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ମୃତ ମହିଳା ଏମ୍କେସିଜିରେ ମେଡିକାଲ ଆଟେଣ୍ଡାଣ୍ଟ ଥିଲେ। ଟ୍ରେନ୍ ଧକ୍କାରେ ଉଭୟ ମୃତାହତ ହୋଇଥିବା ଅନୁମାନ କରାଯାଉଛି। କିପରି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଧକ୍କା ଦେଲା ଅସ୍ପଷ୍ଟ ରହିଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାର୍ଦ୍ଧୁଳ ଗାଁର ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖିଛି ପୁଲିସ। ଚୋର ସନ୍ଦେହରେ ବାହର ଅଞ୍ଚଳର ଯୁବକଙ୍କୁ ପିଟିପିଟି ଗୁରୁତର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ।ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ କନ୍ଧମାଳ କୁରୁମୁଙ୍ଗିଆ ଗାଁର ହୋଇଥିବା ସୂଚନା ମିଳିଛି।