୯ ନଂ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମାମାଡ଼

ବ୍ରହ୍ମପୁର ଜିଲ୍ଲା ଲକ୍ଷ୍ମୀନୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମାମାଡ଼ ହୋଇଛି। ୩ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।

ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା କର୍ପୋରେଟର୍‌ ଅଭିଯୋଗ କରିଛନ୍ତି।

ଏସଓଜି ଯବାନ ପ୍ରେମ ସିଂ ମାଝୀଙ୍କ ପେଟରୁ ବାହାରିଲା ଗୁଳି

ବ୍ରହ୍ମପୁର MKCG ମେଡିକାଲ୍‌ରେ ଅସ୍ତ୍ରୋପ୍ରଚାର ପରେ ଗୁଳି କଢାଯାଇଛି।ଏବେ MKCG ମେଡିକାଲ୍‌ ICUରେ ପ୍ରେମ ସିଂ ମାଝୀ ଚିକିତ୍ସିତ ହେଉଛନ୍ତି। ଇନ୍ଦ୍ରଗଡ଼ ଜଙ୍ଗଲରେ ମାଓ ଅପରେସନ୍ ବେଳେ ତାଙ୍କ ପେଟରେ ବାଜିଥିଲା ଗୁଳି।

କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବିଚ୍ଛିନ୍ନ

ରାସ୍ତା ଉପରେ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ପଡ଼ି ରହିଥିବାରୁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପ୍ରାୟ ୨୦ ଘଣ୍ଟା ହେବ ରାସ୍ତା ସଫା ନହେବାରୁ ବଢ଼ିଲା ଅସନ୍ତୋଷ।

ବ୍ରାଉନସୁଗାର ବେପାରରେ ସଂପୃକ୍ତ ମାଆ, ପୁଅ ଗିରଫ

ରେଡ୍ କରି ମାଆପୁଅଙ୍କୁ ଧରିଛି ବ୍ରହ୍ମପୁର ଅବକାରୀ ମୋବାଇଲ ସ୍କ୍ୱାଡ୍‌। ଆଉ ଜଣେ ପୁଅ ଫେରାର ଅଛି। ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ବିକୁଥିଲେ।

ଗିରଫ ମାଆପୁଅ ଓ ଅନ୍ୟ ୨ ଜଣଙ୍କ ନିକଟରୁ ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ୧୫୦ ଗ୍ରାମ୍ ବ୍ରାଉନସୁଗାର ସହ ୨୦ ଲିଟର ନକଲି ବିଦେଶୀ ମଦ ମଧ୍ୟ ଜବତ ହୋଇଛି।

ଋଷିକୂଲ୍ୟା ଜିଲ୍ଲା ଦାବିରେ ଓକିଲ ସଂଘର ବିକ୍ଷୋଭ

ବାର୍ ଆସୋସିଏସନ୍‌ ଅଫିସରୁ ତହସିଲ ଅଫିସ୍ ପର୍ଯ୍ୟନ୍ତ ବିରାଟ ରାଲି କରାଯାଉଛି। ଆଇନଜୀବୀଙ୍କ ଆନ୍ଦୋଳନକୁ ୧୭ଟି ସଂଗଠନ ସମର୍ଥନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓକିଲ ସଂଘ।

ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ

ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଆଗରେ ଦୁଇ ଦିନ ଧରି ଲମ୍ବା ଲାଇନ୍‌ ପରେ ରାସ୍ତା ଅବରୋଧ କଲେ ଚାଷୀ। ସାର ପାଇଁ ରାତିରୁ ଆସି ଲମ୍ବା ଲାଇନ୍‌ରେ ଠିଆ ହେବା ପରେ ରାସ୍ତା ଅବରୋଧ କରିଛନ୍ତି। ଆସିକା ବସ୍‌ଷ୍ଟାଣ୍ଡ ନିକଟରେ ଶହ ଶହ ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା

ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା ମିଳିଛି।

ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା ବୁରାତାଳ ପିକ୍‌ନିକ୍‌ ସ୍ପଟ୍‌ରୁ ନିଖୋଜ ହୋଇଥିଲେ। ଆଜି ମାରମାରିଆ ଗାଁକୁ ଯାଇ ୟୁଟ୍ୟୁବର୍‌କୁ ଆଣିବ ପୁଲିସ।

କୋଦଳା ସବ୍‌ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା କୋଦଳା ସବ୍‌ଜେଲ୍‌ର ବିଚାରାଧୀନ କଏଦୀଙ୍କ କୋଦଳା ହସ୍ପିଟାଲରେ ମୃତ୍ୟୁ ଘଟିଛି।

ଆଜି ଅସୁସ୍ଥ ଅନୁଭବ ପରେ କୋଦଳା ହସ୍ପିଟାଲ ନିଆଯାଇଥିଲା। ୪୫୦ ଗ୍ରାମ୍ ଅଫିମ ସହ ଧରାପଡ଼ି ଜେଲ୍‌ରେ ଥିଲେ।

ଏମକେସିଜି ଅଚାନକ ଗସ୍ତ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର ଏମକେସିଜି ଅଚାନକ ଗସ୍ତ କଲେ ଗଞ୍ଜାମ ଜିଲ୍ଲାପାଳ। ଗସ୍ତ ସମୟରେ ଏସ୍‌ପି ଓ ମେଡିକାଲ୍‌ ଅଧୀକ୍ଷକଙ୍କ ସହ ବିଭିନ୍ନ ବିଭାଗ ବୁଲି ଦେଖିଲେ।

ଅବ୍ୟବସ୍ଥା ତୁରନ୍ତ ଦୂର ପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡରେ ଅଫିସର ସମସ୍ତ ଜିନିଷ ସହ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ି ପାଉଁଶ ହୋଇଯାଇଛି ।

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି।

Nuakhai wishes