ତ୍ରି ସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାରେ ୱାର୍ଡ଼ ସଭ୍ୟାଙ୍କୁ ଅଣଦେଖା ଅଭିଯୋଗ

ତ୍ରି ସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାରେ ୱାର୍ଡ଼ ସଭ୍ୟାଙ୍କୁ ଅଣଦେଖା କରାଯାଇଅଛି ବୋଲି ଅଲିଭା ଗ୍ରାମ ପଞ୍ଚୟତ ମହିଳା ପ୍ରତିନିଧି ମହାସଂଘ ତରଭା ବ୍ଲକ୍ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ସରପଞ୍ଚ ଓ ନାଏବ ସରପଞ୍ଚ ମାନଙ୍କୁ ସମ୍ମାନ ସୂଚକ ଭତ୍ତା ବୃଦ୍ଧି କରିଛନ୍ତି। କିନ୍ତୁ ୱାର୍ଡ଼ ସଭ୍ୟ ସଭ୍ୟା ମାନଙ୍କୁ ପାତର ଅନ୍ତର କରି ୨୪୦ ଟଙ୍କାରୁ ମାତ୍ର ୪୮୦ ଟଙ୍କା ବୃଦ୍ଧି କରାଯାଇଛି। ଏହି କ୍ରମରେ ସେମାନେ ତରଭା ଗୋଷ୍ଠୀ ଉନ୍ନୟନଅଧିକାରୀଙ୍କୁ ତିନି ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।

ଟାଇଗର ଏକାଦଶର ଯୋରଜାର୍ ଅଭ୍ୟାସ: ବିପିଏଲ ପାଇଁ ପ୍ରସ୍ତୁତି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ବହଲପଦର ପ୍ରିମିୟର୍ ଲିଗ୍ ପାଇଁ ଟାଇଗର ଏକାଦଶର ଯୋରଜାର୍ ଅଭ୍ୟାସ ଦେଖିବାକୁ ମିଳିଛି।ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେଉଥିବା ବେଳେ ଅନ୍ୟ ଦଳ ଗୁଡ଼ିକ ମଧ୍ୟରେ ଚିନ୍ତା ବିଷୟ ପାଲଟିଛି।

ଟାଇଗର ଏକାଦଶ ଦଳରେ ବର୍ତ୍ତମାନ ସମସ୍ତ ଖେଳାଳୀ ଫର୍ମ ରେ ଥିବା ବେଳେ ଏହା ବିପକ୍ଷ ଦଳ ପାଇଁ ଘାତକ ହୋଇପାରେ ବୋଲି କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ହୋଟେଲ ଗ୍ରୀନ ପାର୍କ ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ଓ ଜିଲ୍ଲା ବୈଧ ମାପ, ଓଜନ ବିଭାଗ ସୁବର୍ଣ୍ଣପୁର ତରଫରୁ ଖାଦ୍ୟ ଯୋଗାଣ ଓ ଖାଉଟି ବିଭାଗ ଓଡିଶା ସରକାର ସହାୟତା ରେ ଅନୁଷ୍ଠିତ ହୋଇଯାଇଛି!ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କଂହର ଯୋଗ ଦେଇ ଅତ୍ୟଧୁନିକ ଡିଜିଟାଲ ଯୁଗ ରେ ଗ୍ରାହକ ସଚେତନ ହେବା ଜରୁରୀ ବୋଲି କହିବା ସହ ଗ୍ରାହକ ନିଜ ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ପ୍ରକାଶ କରିଥିଲେ,

ବ୍ଳକ ଉପାଧ୍ୟକ୍ଷଙ୍କ ବାଇକ ରାଲି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଆଜି ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ବିନିକା ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏଥିରେ ନିର୍ବାଚନ ମଣ୍ଡଳୀର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।

ବିଭିନ୍ନ ଦାବିନେଇ ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟକାରୀ ସାମ୍ବାଦିକ ସଂଘ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ କଳାବ୍ୟାଚ ପରିଧାନ କରାଯାଇଛି।

ଏଥିରେ ୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଉପ ଜିଲ୍ଲାପାଳ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।

ହରିହର ଯୋର ଫାଣ୍ଡିରେ ନୂତନ ଏଏସଆଇ ଯୋଗଦାନ

ସୋନପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ଅନ୍ତଗତ ହରିହର ଯୋର ଫାଣ୍ଡି ରେ ନୂତନ ଏଏସଆଇ ବିଭୂଦେନ୍ଦ୍ର ବରାଳ ଯୋଗଦାନ କରିଛନ୍ତି l

ଏହା ପୂର୍ବରୁ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିଲେ l ପୂର୍ବରୁ ଥିବା ଏଏସଆଇ ଅରକ୍ଷିତ ମାଝୀ ବିନିକା ଥାନା ଗନିଆ ଫାଣ୍ଡି କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି l

ବହଲପଦର ପ୍ରିମିୟର୍ ଲିଗ୍ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର କ୍ରିକେଟ ପଡ଼ିଆରେ ବହଲପଦର ପ୍ରିମିୟର୍ ଲିଗ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦଧିବାବନ କ୍ଲବ ବହଲପଦର ଆନୁକୁଲ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ରେ ୬ଗୋଟି ଦଳ ଭାଗ ନେଉଥିବା ବେଳେ ଏହା ଆସନ୍ତା ୨୭ ତାରିଖରେ ଆରମ୍ଭ ହେବ ବୋଲି ଆୟୋଜକ ଙ୍କ ସୁତ୍ରରୁ ସୂଚନା ମିଳିଛି।

କେନ୍ଦୁପାଲିରେ‌ ୫୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମରେ ୫୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବହୁ ସଂକୀର୍ତ୍ତନ ଦଳ ଯୋଗଦେଇ ଥିବା ଜଣାଯାଇଛି।

ଭାରସାମ୍ୟ ହରାଇ ବସ ଦୁର୍ଘଟଣା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରୁ ଫେରୁଥିବା ସମୟରେ ଏକ ରାଜେଶ୍ଵରୀ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା।

ଫଳରେ ବସ ବସିଥିବା କିଛି ଯାତ୍ରୀ ଆହତ ହୋଇ ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

Nuakhai wishes