ଓଏମସି ଗେଟ୍ରେ ତାଲା ପକାଇ ଧାରଣା
କୋଇଡ଼ାରେ ୫ ଦଫା ଦାବି ନେଇ OMC ଗେଟ୍ରେ ତାଲା ପକାଇ ସିକୁରିଟି ଗାର୍ଡ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସି ଆଇଟିୟୁ ସମର୍ଥନରେ ବିକ୍ଷୋଭ ପ୍ରଦଶର୍ନ ଜାରି ରହିଛି।
Credible Local News of Odisha
କୋଇଡ଼ାରେ ୫ ଦଫା ଦାବି ନେଇ OMC ଗେଟ୍ରେ ତାଲା ପକାଇ ସିକୁରିଟି ଗାର୍ଡ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସି ଆଇଟିୟୁ ସମର୍ଥନରେ ବିକ୍ଷୋଭ ପ୍ରଦଶର୍ନ ଜାରି ରହିଛି।
ସୁନ୍ଦରଗଡ଼ NRHM କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ବିଲ୍ କରାଇ ଦେବା ପାଇଁ ଠିକାଦାରଠାରୁ ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ।
କୋଇଡ଼ା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ପେଶାଲ ଟିମ୍ ଚଢ଼ାଉ କରିଛି। ନିଜ ସୀମାରୁ ବାହାରି ଅଧିକ ଖଣି ଖନନ କରିଥିବା ହୋଇଥିଲା ଅଭିଯୋଗ।ଅଭଯୋଗ ପରେ ୪ ମାସ ହେଲା ବନ୍ଦ ଥିଲା ଖଣି। ଖଣିର ମାପଚୁପ ସହ ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ।
ହିଟ୍ୱେଭ୍କୁ ଦୃଷ୍ଟିରେ ରଖି ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଷ୍ଟିଲ୍ ସିଟି ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ପରେ ଅଭିଭାଷଣ ରଖିଛନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ, ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି। ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ପରିଚିତ, ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି କରିଛି।
ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି, ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି କହିଛନ୍ତି ରାଷ୍ଟ୍ରପତି।
ରାଉରକେଲା ସେକ୍ଟର-୯ ଅଞ୍ଚଳରେ ରେଡ୍ ବେଳେ ଜଣଙ୍କ ଗ୍ୟାରେଜ୍ରୁ ମିଳିଲା। ଉଭୟ କମର୍ସିଆଲ୍ ଓ ଘରୋଇ ସିଲିଣ୍ଡର ଜବତ କରାଯାଇଛି।ଗ୍ୟାରେଜ୍ ମାଲିକ ଚମ୍ପଟ୍ ମାରିଛନ୍ତି।
ଶକ୍ତିଶାଳୀ ବିସ୍ଫୋରଣରେ ୨ କୋବ୍ରା ଯବାନ ଗୁରୁତର ହୋଇଛନ୍ତି। ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ ବେଳେ ଅଘଟଣ ଘଟିଛି। ରାଞ୍ଚିକୁ ଏୟାରଲିଫ୍ଟ ହେଲେ ଜଣେ ଗୁରୁତର ଯବାନ।
ରାଉରକେଲା ସହରରେ କ୍ରିକେଟ ବେଟିଂ ଘଟଣାରେ ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଟି-୨୦ ବିଶ୍ଵ କପ୍ ପାଇଁ ରାଉରକେଲା ସହରରେ ଚାଲିଥିଲା ବେଟିଂ। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବିଡ଼ା ବିଡ଼ା ନୋଟ୍ ଜବତ ହୋଇଛି।
ଚୋରା କୋଇଲା ଖଣି ମାମଲାରେ ସୁନ୍ଦରଗଡ଼ ଏମସିଏଲରେ ୩ ଜଣିଆ ସିବିଆଇ ଟିମ୍ ଚଢ଼ାଉ କରିଛନ୍ତି।
ନିକଟବର୍ତ୍ତୀ ଜଙ୍ଗଲରେ ଚୋରା ଖଣି ଚାଲିଥିବା ଖବର ପ୍ରସାରଣ ହୋଇଥିଲା।
ସୁନ୍ଦରଗଡ଼ ଜିଲ୍ଲା ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି ପୃଥ୍ବୀରାଜ କାମିଲା ଜମି ଅଧିଗ୍ରହଣ ଟଙ୍କା ରିଲିଜ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।