ଭିଜିଲାନ୍ସ ଜାଲରେ ବଣାଇ ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି
ସୁନ୍ଦରଗଡ଼ ଜିଲ୍ଲା ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି ପୃଥ୍ବୀରାଜ କାମିଲା ଜମି ଅଧିଗ୍ରହଣ ଟଙ୍କା ରିଲିଜ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।
Credible Local News of Odisha
ସୁନ୍ଦରଗଡ଼ ଜିଲ୍ଲା ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି ପୃଥ୍ବୀରାଜ କାମିଲା ଜମି ଅଧିଗ୍ରହଣ ଟଙ୍କା ରିଲିଜ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।
ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ଜର୍ଜ ତିର୍କିଙ୍କ ପରଲୋକ ଘଟିଛି। ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ ତିର୍କି ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ। JMMରୁ ୨ ଥର, ଥରେ ସ୍ବାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ।
ଯୋଡା ବିଛାକୁଣ୍ଡି ଜଙ୍ଗଲରେ ୩୩ କେଭି ତାର ଛିଣ୍ଡି ଯାଇଥିବାରୁ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅନ୍ଧାରରେ ରହିଛି କୋଇଡ଼ା ସହର।ଜରୁରୀକାଳୀନ ସେବା, ମେଡିକାଲ୍, ତହସିଲ, ବ୍ଲକ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ର ଜର୍ଦା ହାଇସ୍କୁଲ ହଷ୍ଟେଲ ଭିତରୁ ବାକ୍ସରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି।
ଜଣେ ତୃତୀୟ ଶ୍ରେଣୀ ଛାତ୍ରକୁ ଆଉ କିଛି ଛାତ୍ର ପୂରାଇଥିବା ଅଭିଯୋଗ ହୋଇଛି। ବାପା, ମାଆ ଆସି ଖୋଜାଖୋଜି କରିବା ପରେ ଉଦ୍ଧାର କଲେ ଶିକ୍ଷକ।
୨୦୨୪ ଦାରିଙ୍ଗବାଡ଼ି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ହର୍ମି ମଲ୍ଲିକକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ। ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦେଇଛି।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଞ୍ଜ ସୋନାଖାନ୍ ନିକଟ ରେଲୱେ ଟ୍ରାକ୍ରେ ଅଘଟଣ ଘଟିଛି। ହାତୀ ପଡ଼ି ରହିଥିବାରୁ ସଂପୃକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ଠପ୍ ହୋଇଥିବା ସୂଚନା ମିଳିଛି।
ସୁନ୍ଦରଗଡ଼ ଜିଲ୍ଲା ଭାଲୁପାଣି ପଞ୍ଚାୟତକୁ ଯାଉଥିବା ସରକାରୀ ବସ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଗୋବିନ୍ଦପୁର ପଞ୍ଚାୟତକୁ ସରକାରୀ ବସ୍ ସେବା ନ ଥିବାରୁ OSRTC ବସ୍ ଅଟକ କରାଯାଇଥିବା ସୂଚନା ମିଳିଛି।
ଗୁରୁଣ୍ଡିଆ ବ୍ଲକର ଏକ ସ୍କୁଲର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନଙ୍କ ନାଁରେ ୭ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।
ଛାତ୍ରୀଙ୍କ ଅଭିଯୋଗ ପରେ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ ପ୍ରଧାନ ଶିକ୍ଷକ।
ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ।
ଜଣେ ରେଲୱେ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।
୨ ଦିନ ଲଗାଣ ବର୍ଷାରେ ସୁନ୍ଦରଗଡ଼ ରାଣୀ ବଗିଚା ଅଞ୍ଚଳ ଜଳମଗ୍ନ ହୋଇଛି। ମହାଦେବ ପଡା ସହ ବିଭିନ୍ନ ଗ୍ରାମାଞ୍ଚଳରେ ପାଣି ଜମି ରହିଛି।
ଜଳ ନିଷ୍କାସନ ପାଇଁ ପୌର ପାଳିକା ପକ୍ଷରୁ ଉଦ୍ୟମ ଜାରି ରହିଛି।