ଦେବକୁଣ୍ଡର ବିକାଶ ପାଇଁ ଅଧିକାରୀଙ୍କ ପରିଦର୍ଶନ

ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ପର୍ଯ୍ୟଟନ ବିଭାଗ ର ଅଧିକାରୀ ମାନେ ମା ଅମ୍ବିକା ଙ୍କ ପୀଠ ଦେବକୁଣ୍ଡ ପରିଦର୍ଶନ କରି ଏହାର ବିକାଶ କିପରି ହୋଇ ପାରିବ ସେ ନେଇ ପରିଦର୍ଶନ କରିଛନ୍ତି ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ର ସୁପରିଟେଣ୍ଡ ଇଂଜିନିୟର ସୁନିଲ ବେହେରା, କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ବେହେରା ଓ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଣୀ ସତ୍ୟଭାମା ବେହେରା ପରିଦର୍ଶନ କରି ପର୍ଯ୍ୟଟନ ବିକାଶ ପାଇଁ ତଦାରଖ କରିଥିଲେ ।

ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ବସ୍‌: ୨୫ ଆହତ

ଏନ୍ଏଚ-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ବସ ଓଲଟି ପଡିଥିଲା।

ଏଥିରେ ୨୫ ଜଣ ଆହତ ହୋଇଥିବା ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବସ୍‌ଟି ରାଇରଙ୍ଗପୁରରୁ ଭୁବନେଶ୍ବର ଆସିବା ବେଳେ ଦୁର୍ଘଟଣା ଘଟିଥିଲା।

ମାଆ ସହ ବଚସା ପରେ ପୁଅ ପିଟି ମାରିଥିବା ଅଭିଯୋଗ

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଟାଶିଳା ଗାଁରେ ଏହି ଘଟଣା ଘଟିଛି।

ପାରିବାରିକ କଳହରୁ ମାଆକୁ ପିଟି ମାରିଦେଇଛି ପୁଅ। ଅଭିଯୁକ୍ତ ପୁଅ ବାଙ୍ଗିରିପୋଷି ଥାନାରେ ଆତ୍ମସମର୍ପଣ କରିଛି।

ଦେବକୁଣ୍ଡ ପରିଦର୍ଶନ କଲେ 5ଟି ସଚିବ ଭି କେ ପାଣ୍ଡିଆନ

ଆଜି ଓଡ଼ିଶା ସରକାରଙ୍କର 5ଟି ସଚିବ ତଥା ମୁଖମନ୍ତ୍ରୀଙ୍କ ବ୍ୟାକ୍ତିଗତ ସଚିବ ଭି କେ ପାଣ୍ଡିଆନ ଦୁଇଦିନିଆ ମୟୂରଭଂଜ ଗସ୍ତରେ ଆସିଛନ୍ତି l

ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ମୟୁରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ ଏବଂ ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରା ଓ ଉଦଳା ବିଡ଼ିଓ ଦେବଯାନୀ ଭୂୟାଁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ। ପରେ ମା’ ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଯାଇ ମା’ଙ୍କୁ ଦର୍ଶନ କରିବା ସହ କିପରି ପର୍ଯ୍ୟଟନସ୍ଥଳୀରେ ବିକାଶ ହୋଇ ପାରିବ ସେ ଉପରେ ଗୁରୁତ୍ଵ ଦେଇଥିଲେ l

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇଥିବା 5T ସଚିବ ଭି. କେ ପାଣ୍ଡିଆନ ଆଜି ଦେବକୁଣ୍ଡ ପରେ ଭୀମକୁଣ୍ଡରେ ପହଞ୍ଚି ବଡ଼କୁଣ୍ଡ ଓ ସାନକୁଣ୍ଡ ପରିଦର୍ଶନ କରିଛନ୍ତି ।

ବାରିପଦା ଓ ବାଲେଶ୍ବର ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ

ପ୍ରଚଣ୍ଡ ଶବ୍ଦ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।

ଶବ୍ଦ ଯୋଗୁ ଲେକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।

୫ଟି ସ୍କୁଲ ପରିଦର୍ଶନ କରି କାର୍ଯ୍ୟ ତଦାରଖ କଲେ ବିଡ଼ିଓ

୫ଟି ସ୍କୁଲର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସ୍କୁଲକୁ ଆଧୁନୀକରଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି।

ତେବେ ଆଜି ଉଦଳା ବ୍ଲକରେ ଥିବା ବଡ଼ଖମଣ ଓ ବହୁବନ୍ଦ ହାଇସ୍କୁଲକୁ ଉଦଳା ବିଡ଼ିଓ ଦେବଜାନୀ ଭୂୟାଁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି।

ବିଦ୍ୟୁତ ତାର ଚୋରି ଗ୍ୟାଙ୍ଗର ୯ ଜଣ ଗିରଫ

୯ ଜଣଙ୍କୁ ଧରିବା ସହ ନିକଟସ୍ଥ ଜଙ୍ଗଲରୁ ବିଦ୍ୟୁତ ତାର ଭର୍ତ୍ତି ପିକଅପ୍ ଭ୍ୟାନ ଜବତ କରିଛି ରାଜଗାଙ୍ଗପୁର ପୁଲିସ।

ଠିକାଦାର ଷ୍ଟକ୍ ୟାର୍ଡରୁ ପ୍ରାୟ ୧୦ ଲକ୍ଷ ଟଙ୍କା ତାର ଚୋରାଇଥିଲେ।

କେନ୍ଦ୍ର ସରକାର ମାଗଣା ଚାଉଳକୁ ବନ୍ଦ କରିବାକୁ ନେଇ ବିଜେଡିର ପ୍ରତିବାଦ

କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ମାଗଣା ୫ କେଜି ଚାଉଳ ଦେଉଥିଲେ, ତେବେ ଏହାକୁ ବନ୍ଦ କରିବା ପରେ ରାଜ୍ୟର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସମ୍ମୁଖରେ ଏହାକୁ ବିଜେଡି ବିରୋଧ କରିଛି।

ଆଜି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ କର୍ମୀମାନେ ଉଦଳା ବ୍ଲକ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏହି ପରି କି ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉଦଳା ବିଡ଼ିଓ ଦେବଜାନୀ ଭୂୟାଁଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।

Nuakhai wishes