ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ତାଡ଼ି ଚୋରି ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଶାଳଚୁଆ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି।

କେତେ କ’ଣ ଚୋରି ହୋଇଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଜିଅନ୍ତା ଜଳିଗଲେ ଯୁବକ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ସିଙ୍ଗଡ଼ା ବଡ଼ବିଲ୍‌ ଗାଁରେ ଅଭାବନୀୟ ଘଟଣା ଘଟିଛି।

୧୧ କେଭି ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ। କ’ଣ ପାଇଁ ଯୁବକ ଜଣଙ୍କ ଖୁଣ୍ଟରେ ଚଢ଼ିଥିଲେ ଜଣାପଡ଼ି ନାହିଁ।

ଶିମିଳିପାଳରୁ ମହାବଳ ବାଘର ମୃତଦେହ ଠାବ

ଦୁଦୁରୁଚମ୍ପା ଠାରେ ମହାବଳ ବାଘର ମୃତଦେହ ମିଳିଥିବା ସୂଚନା ଦେଲେ ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକ।

ଗତ ୫ ତାରିଖ ଦିନ ଦୁଦୁରୁଚମ୍ପା ନାଳ ନିକଟରୁ ମୃତଦେହ ମିଳିଥିଲା।ମୃତ ବାଘର ବୟସ ସାଢ଼େ ୩ ବର୍ଷ ହେବା ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଜଣାପଡ଼ିନି, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିବ କହିଛନ୍ତି ନିର୍ଦ୍ଦେଶକ।

ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌: ୧୦ ଆହତ

ମୟୂରଭଞ୍ଜ ଜିଲ୍ଲା ୨୨୦ନଂ ଜାତୀୟ ରାଜପଥ ଟାଟ ନିକଟରେ ଦୁର୍ଘଟଣା ଘଟିଛି।

୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର ଅଛନ୍ତି। ସେମାନଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସୁଥିଲେ। ବସ୍‌ରେ ୪୦ରୁ ଅଧିକ ବରଯାତ୍ରୀ ଥିଲେ।

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦରେ ରାଇରଙ୍ଗପୁରରେ ବନ୍ଦ ପାଳନ

ଜେଏମଏମ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।ମୟୁରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଥିଲେ ବି ଅନ୍ୟ ସ୍ଥାନରେ ପ୍ରଭାବ ନାହିଁ।

ଯାତ୍ରାପାର୍ଟି ଟ୍ରକ୍‌ ଓଲଟିବା ଘଟଣା; ୬କୁ ବଢ଼ିଲା ମୃତ୍ୟୁ ସଂଖ୍ୟା

ମୟୂରଭଞ୍ଜ ଜିଲ୍ଲା NH ୪୯ ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ‘ଧଉଳି ଗଣନାଟ୍ୟ’ ଟ୍ରକ୍‌ ଓଲଟିଛି।

ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି। ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା।

ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌; ୨ ମୃତ

ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୧୦ରୁ ଅଧିକ ଗୁରୁତର ଅଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଶିଷ ଠାକରେ ହେଲେ ମୟୂରଭଂଜ ଜିଲ୍ଲାପାଳ

ଆଇଏଏସ ଆଶିଷ ଠାକରେଙ୍କୁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର।

ଠାକରେ ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ ଥିଲେ। ମୟୂରଭଂଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ।

ଶିମିଳିପାଳରୁ ୨୩ ବନ୍ଧୁକ ଜବତ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳର ୯ଟି ଥାନା ଅଞ୍ଚଳରୁ ୨୩ ବନ୍ଧୁକ ଜବତ ହୋଇଛି।

ଶିମିଳିପାଳକୁ ଶିକାରୀମୁକ୍ତ କରିବା ଅଭିଯାନରେ ବନ୍ଧୁକ ଜବତ ହୋଇଥିବା ସୂଚନା ଦେଲେ ମୟୂରଭଞ୍ଜ ଏସପି ଏସ୍‌. ସୁଶ୍ରୀ।

Nuakhai wishes