ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ସ୍କୁଲ କିରାଣୀ ନିଲମ୍ବିତ
ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ବୌଦ୍ଧ କଣ୍ଟାମାଳ ଲମ୍ବସରୀ ବିଦ୍ୟାଳୟର କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ ଅଧିକାରୀ।
Credible Local News of Odisha
ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ବୌଦ୍ଧ କଣ୍ଟାମାଳ ଲମ୍ବସରୀ ବିଦ୍ୟାଳୟର କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ ଅଧିକାରୀ।
ବୌଦ୍ଧ ବଘିଆପଡ଼ା ଫାଣ୍ଡି ଗୌଡ଼ଦେଇ ମଣ୍ଡି ପଛପଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି।
ମୃତ ଯୁବକ ଜାମପାଲି ଗାଁର, ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ନିଖୋଜ ଥିଲେ।
ବୌଦ୍ଧ ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ।
ଦମ୍ପତି ୨ ପିଲାଙ୍କ ସହ ବ୍ରିଜରେ ଛିଡ଼ାହୋଇ ମହାନଦୀ ପାଣି ଦେଖୁଥିଲା ବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା।ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ଅଟକ ରଖିଛି ପୁଲିସ।
ବୌଦ୍ଧ କଣ୍ଟାମାଳ ବଉଳସିଙ୍ଗା ସ୍କୁଲର ଶିକ୍ଷକ ରୋହିତେଶ୍ବର ମଲ୍ଲିକ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି।
ଏଯାଏ ୨ ଶିକ୍ଷକଙ୍କୁ ନିଲମ୍ବନ ଓ ଜଣଙ୍କୁ ବଦଳି କରିଛନ୍ତି ନିର୍ବାଚନ ଅଧିକାରୀ
ବସଟି ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ଘଟିଛି।
ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବୌଦ୍ଧ ଦହ୍ୟା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଂଘମିତ୍ରା ମଲ୍ଲିକ ନିଲମ୍ବିତ ହୋଇଛନ୍ତି।
କଣ୍ଟାମାଳ ପଲଶପାଟରୁ ଆମ୍ବଗାଁ ଯାଏ ରାଲିରେ ଯାଇଥିଲେ। ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି।
ବୌଦ୍ଧ ଜିଲ୍ଲା NHର ଲୁଣିବାହାଲ ଛକରେ ଟ୍ରକ୍କୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି।
ବାପପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଲାଙ୍ଗିରରୁ ଟ୍ରକ୍ରେ କଖାରୁ ନେଇ ଭୁବନେଶ୍ବର ଆସିବା ବେଳେ ଦୁର୍ଘଟଣା ଘଟିଛି।ବାପା ଟ୍ରକ୍ ଚଳାଉଥିବା ବେଳେ ୨ ପୁଅ ପାଖରେ ବସିଥିଲେ।
ବୌଦ୍ଧ ଟାଉନ୍ ଥାନା ସାମ୍ପଚ ଗାଁ ଟିକିରା ସାହିରେ ଏହି ଘଟଣା ଘଟିଛି।
ପାରିବାରିକ କଳହରୁ ହତ୍ୟା ହୋଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ସ୍ବାମୀ ଫେରାର ଅଛି।
ମହାନଦୀ କୁଲାରିପୁଟକୁ ରତ୍ନ ପଥର ସନ୍ଧାନରେ ଯାଇ ଗତକାଲିଠୁ ପଥର ସନ୍ଧିରେ ଚାପି ହୋଇ ରହିଛନ୍ତି ଯୁବକ।
ଯୁବକ ଜଣଙ୍କ ମୃତ କି ଜୀବିତ ଜଣାପଡ଼ିନି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କ୍ୱାର୍ଟର୍ରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ତାଙ୍କୁ ହତ୍ୟା କରାଯାଇଥିବା ମୃତ କନିଷ୍ଠ ଯନ୍ତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି।
କିଛି ଦିନ ତଳେ କନିଷ୍ଠ ଯନ୍ତ୍ରୀ ଫୋନ୍ କରି ତାଙ୍କ ଭାଇଙ୍କୁ ଜଣାଇଥିଲେ। ଏମାନେ ମୋତେ ମାରି ଦେବେ, ମୋତେ ଘରକୁ ନେଇ ଯା’ କହିଥିଲା ବୋଲି ତାଙ୍କ ଭାଇ କହିଛନ୍ତି। କାଲି ସରକାରୀ ଘର ଭିତରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।