ବୌଦ୍ଧରେ ୫ ଦିନ ଯାଏଁ ସ୍କୁଲ୍‌ କଲେଜ୍‌ ଛୁଟି

ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏଁ ସ୍କୁଲ୍‌, କଲେଜ୍‌ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସକାଳ ସମୟରେ ପରୀକ୍ଷା ଅନୁଷ୍ଠିତ ହୋଇପାରିବା ନେଇ ଚିଠି ଉଲ୍ଲେଖ ରହିଛି।

ଘର ଭିତରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ

ବୌଦ୍ଧ ପୁରୁଣାକଟକ ଥାନା ଏସ୍‌ବିଆଇ କଲୋନୀରେ ବିସ୍ଫୋରଣ ଘଟିଛି।ପୂରା ପରିବେଶ ଧୂଆଁମୟ ହୋଇଯାଇଥିବା ବେଳେ ଘରେ କେତେ ଜଣ ଥିଲେ ଜଣାପଡ଼ିନି।

ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ଟିମ୍। ବାଣ ବ୍ୟବସାୟୀକୁ ଗିରଫ କରାଯାଇଛି। ପୂର୍ବରୁ ସେହି ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା।

ବାଣ ବିସ୍ଫୋରଣ; ଜଣେ ମୃତ ୫ ଗୁରୁତର

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଂଚଳରେ ଭୟଙ୍କର ବାଣ ବିସ୍ଫୋରଣରେ ଜିଆଁକଟା-ଛତ୍ରପୁର ଗାଁରେ କୋଠା ଘର ଭୁଶୁଡ଼ିପଡ଼ିଛି।

ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ପୋଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

୩ଟି ବ୍ଲକ୍‌ର ୫୬ଟି ସ୍କୁଲ୍‌କୁ କାରଣ ଦର୍ଶାଅ ନୋଟିସ୍‌

ବୌଦ୍ଧ ଜିଲ୍ଲାର ୩ଟି ବ୍ଲକ୍‌ର ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କଲେ ଡିଇଓ।ଅଗଷ୍ଟ-୧୫ରେ ପିଲାଙ୍କୁ ‘ମିଡ୍‌ ଡେ ମିଲ୍‌’ ଦେଇନଥିବାରୁ ନୋଟିସ୍‌ ଜାରି ହୋଇଛି। ହରଭଙ୍ଗା ବ୍ଲକ୍‌ର ୩୩ଟି, ବୌଦ୍ଧ ବ୍ଲକ୍‌ର ୧୫ଟି , କଣ୍ଟାମାଳ ବ୍ଲକ୍‌ର ୮ଟି ସ୍କୁଲ୍‌କୁ ନୋଟିସ୍‌ କରିଛନ୍ତି ଡିଇଓ।

ବର୍ଷା ଜଳନିଷ୍କାସନ ନ ହେବାରୁ ରାସ୍ତାରୋକ

ବୌଦ୍ଧ ଏନ୍‌ଏଚ୍‌ ୫୭ ବୁଟୁପାଲି ଛକ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

ଡ୍ରେନେଜ ସମସ୍ୟାର ବ୍ୟତିକ୍ରମ ନେଇ ରାସ୍ତାରୋକ କରିଛନ୍ତି। ଘର ଭିତରୁ ବର୍ଷା ଜଳ ନିଷ୍କାସନ ନ ହେବାରୁ ତାତିଲେ ଲୋକେ। ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛି ଟାଉନ ଥାନା ପୁଲିସ।

ଆଉ ଜଣେ ଆଇଆରବି ଯବାନଙ୍କୁ ଚାକିରିରୁ ନିଲମ୍ବନ

କାର୍ଯ୍ୟରେ ଅବହେଳା ପାଇଁ ବଲାସିଙ୍ଗା ପଞ୍ଚମ ବାଟାଲିଅନର ପ୍ଲାଟୁନ କମାଣ୍ଡର ଡେପୁଟି ସୁବେଦାର ନାରାୟଣ ଭୋଇଙ୍କୁ ନିଲମ୍ବିତ କଲେ ଏସପି।

ପୂର୍ବରୁ ଗଞ୍ଜେଇ କାରବାର ମାମଲାରେ ବିହଷ୍କୃତ ହୋଇଥିଲେ ନାରାୟଣଙ୍କ ପ୍ଲାଟୁନର ୩ ଯବାନ।

ନାଟକ ସଂଘର୍ଷ ପରିବେଷିତ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସଦର ଡେ କେୟାର ଥେରାପି କେନ୍ଦ୍ର ଉତ୍ସାହ ଠାରେ ରେଆର ସଂଗଠନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସାମାଜିକ ନାଟକ ସଂଘର୍ଷ ପାରିବେଷିତ ହୋଇଛି।

ନାରୀଶିକ୍ଷ୍ୟା ଉପରେ ଆଧାରିତ ନାଟକରେ ଚୌଧୁରୀ ବାରିକ, ବୀଣାପାଣି ଲୁହା, ସୋମନାଥ ସାହୁ, ସୁପ୍ରଭା ଜାନି, ସମୀର ପୁଟେଲ, କମୀନା ନାୟକ, ପ୍ରମୁଖ ଅଭିନୟ କରିଥିଲେ।

ସର୍ଚ୍ଚ ଅପରେସନ ବେଳେ ୨୪ ଗଞ୍ଜେଇ ମାଫିଆ ଗିରଫ

ବୌଦ୍ଧ ମାତାକୁପା ଜଙ୍ଗଲରେ BSF, DVF ଓ କଣ୍ଟାମାଳ ପୁଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ଗିରଫ କରାଯାଇଛି।

୬ କୁଇଣ୍ଟାଲ ଗଞ୍ଜେଇ ସହ ୭ଟି ମୋବାଇଲ ଓ ଟର୍ଚ୍ଚ ଜବତ ହୋଇଛି।

ଏଆରଏସଏସ ଠିକାସଂସ୍ଥା ଉପରେ ଖଣି ବିଭାଗର ରେଡ୍

ବୌଦ୍ଧ ଏଆରଏସଏସ ଠିକାସଂସ୍ଥାର କ୍ରସର ଓ ପଥର ଖାଦାନ ଉପରେ ଚଢ଼ାଉ ଚାଲିଥିବା ବେଳେ ଏଥିରେ ଖଣି ଅଧିକାରୀ, ହରଭଙ୍ଗା ତହସିଲଦାର ସାମିଲ ଅଛନ୍ତି।

ଚଢ଼ାଉ ସ୍ଥାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ରାଜସ୍ୱ ଫାଙ୍କି କ୍ରସର ଓ ଖାଦାନ ଚାଲିଥିବା ଅଭିଯୋଗ ହୋଇଛି।

ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ବୌଦ୍ଧରେ ଏହି ଘଟଣା ଘଟିଛି। ହୁଣ୍ଡି ସହ ଅନ୍ଯାନ୍ଯ ଜିନିଷ ଲୁଟ୍ ନେଇ ଅଭିଯୋଗ ଅଛି। ଠାକୁରଙ୍କ ସୁନା ଓ ରୁପା ଅଳଙ୍କାର ସୁରକ୍ଷିତ ଥିବା ସୂଚନା ମିଳିଛି।

Nuakhai wishes