କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭାଲିଆଡାଳ ଗ୍ରାମର ଜଣେ ୯୦ ବର୍ଷୀୟ ବୃଦ୍ଧ ଶୁକ୍ରବାର ସକାଳୁରୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ। ଶନିବାର ବୃଦ୍ଧଙ୍କ ମୃତଦେହ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରଇବୁ।
ସୂଚନା ଅନୁଯାୟୀ ରଇବୁ ଶୁକ୍ରବାର ସକାଳୁ ନଦୀକୁ ଗାଧୋଇ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଶନିବାର ସକାଳୁ ଗାଁ ନିକଟ ଶାଳ ଜଙ୍ଗଲରୁ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ।