ଭିଜିଲାନ୍ସ ଜାଲରେ ଅନନ୍ତପୁର ଫାଣ୍ଡି ଏଏସ୍ଆଇ

୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲେଶ୍ବର ଜିଲ୍ଲା ଅନନ୍ତପୁର ଫାଣ୍ଡି ଏଏସ୍ଆଇ ହୃଷିକେଶ ବିଶ୍ବାଳ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ରିଲିଜ୍ କରିବାକୁ ଲାଞ୍ଚ ନେଉଥିଲେ।

ପୋଲିସ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ନୀଳଗିରି ଏପିଆର୍ ପୋଲିସ କନଷ୍ଟେବଲଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ। ସିଜ୍ ଟ୍ରାକ୍ଟର ଧରି ଆଣିବା ବେଳେ ଅଯୋଧ୍ୟା ଫାଣ୍ଡି ନିକଟରେ ବାଲି ମାଫିଆ ଉତ୍ପାତ କରିଛନ୍ତି।

ସୋନ ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ବେଳେ ଜବତ ହୋଇଥିଲା ଟ୍ରାକ୍ଚର। ଖଣି ଅଧିକାରୀ ଚଢ଼ାଉ କରି ଧରିବା ପରେ ସିଜ୍‌ କରି ଆଣୁଥିଲା ପୋଲିସ।

ପୋଲିସ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ନୀଳଗିରି ଏପିଆର୍ ପୋଲିସ କନଷ୍ଟେବଲଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ। ସିଜ୍ ଟ୍ରାକ୍ଟର ଧରି ଆଣିବା ବେଳେ ଅଯୋଧ୍ୟା ଫାଣ୍ଡି ନିକଟରେ ବାଲି ମାଫିଆ ଉତ୍ପାତ କରିଛନ୍ତି।

ସୋନ ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ବେଳେ ଜବତ ହୋଇଥିଲା ଟ୍ରାକ୍ଚର। ଖଣି ଅଧିକାରୀ ଚଢ଼ାଉ କରି ଧରିବା ପରେ ସିଜ୍‌ କରି ଆଣୁଥିଲା ପୋଲିସ।

ବିପଦ ସଙ୍କେତ ଉପରେ ଜଳକା ନଦୀର ବନ୍ୟାଜଳ ପ୍ରବାହିତ

ବାଲେଶ୍ବର ଜିଲ୍ଲା ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଉପରେ ଜଳକାର ଜଳସ୍ତର ରହିଛି। ବସ୍ତା ବ୍ଲକର ୧୦ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ରହିଛି।

ଲୋକଙ୍କ ଜମା ଟଙ୍କା ପାଣିରେ ଭାସିଲା

ବାଲେଶ୍ବରରେ ଏହି ଘଟଣା ଦେଖିବାକୁ ମିଳିଛି। ପୋଷ୍ଟ ଅଫିସ୍‌ରେ ଥିବା ଲୋକଙ୍କ ଜମା ଟଙ୍କା ପାଣିରେ ଭାସିଥିବା ବେଳେ କମ୍ପ୍ୟୁଟର, ପ୍ରିଣ୍ଟର ମେସିନ, ପାସ୍‌ ବୁକ୍‌ ମଧ୍ୟରେ ପାଣିରେ ବୁଡ଼ିଛି।

ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ସହରରେ କୁତ୍ରିମ ବନ୍ୟା

ତଳିଆ ଅଞ୍ଚଳର ବିଭିନ୍ନ ଗଳି ଓ ଛକରେ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ଚିଡ଼ିଆ ପୋଲ, ନୂଆ ସାହି, ତେଲଙ୍ଗା ଛକରେ ପାଣି ପ୍ରବାହିତ ହେଉଛି।

ଅଡର ବଜାର ଓ କଂଗ୍ରେସ ଗଳିରେ ବି ଆଣ୍ଠୁଏ ଉଚ୍ଚର ପାଣି ବହୁଛି।ଗମନାଗମନ ବାଧାପ୍ରାପ୍ତ ହୋଇଥିବା ବେଳେ ଜଳ ନିଷ୍କାସନକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି।

ବାଲେଶ୍ୱର ଏଫ୍ଏମ ଛାତ୍ରୀ ମୃତ୍ୟୁ; ଏକାଦଶାହରେ ଯୋଗ ଦେଲେ ମନ୍ତ୍ରୀ

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ନେତା କର୍ମୀ ଯୋଗ ଦେଲେ।

ପଳାସିଆ ଗାଁରେ ପରିବାରକୁ ଭେଟି ସମବେଦନା ଜଣାଇଲେ। ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗଛ ଚାରା ବଣ୍ଟନ କଲେ।

ଏଫ୍ଏମ୍ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି

ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା।

ଆଜି କାର୍ଯ୍ୟକାଳ ଶେଷ ହେଉଥିଲା, ବୃଦ୍ଧି ଘୋଷଣା କଲେ କୁଳାଧିପତି।

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ; ୨ ଶିକ୍ଷକ ଅଟକ

ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳର ସ୍କୁଲ୍‌ରେ ଅସଦାଚରଣ ନେଇ ପରିବାର ପକ୍ଷରୁ ଥାନାରେ ଶିକ୍ଷକଙ୍କ ନାଁରେ ଅଭିଯୋଗ ହୋଇଛି।

ଗଣିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ନାଁରେ ଲିଖିତ ଏତଲା ଦେଇଛନ୍ତି।ଉଭୟ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ କରୁଛି। ଛାତ୍ରୀଙ୍କୁ ଗଣିତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏଫ୍ଏମ କଲେଜ ଯିବେ କ୍ରାଇମ୍‌ବ୍ରାଞ୍ଚ ଡିଜି

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ ଜାରି ରଖିଛି। ଏ ନେଇ ଆଜି ବାଲେଶ୍ବର ଯିବେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।

ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରିବେ। ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ICC କମିଟି ସହ ଆଲୋଚନା କରିବେ।

Nuakhai wishes