ପୁଲିସ ଇନଫର୍ମର ସନ୍ଦେହରେ ତଣ୍ଟିକାଟି ଯୁବକଙ୍କୁ ହତ୍ୟା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଜୁଗସାଇପାଟଣା ତଳ ପଞ୍ଚକୂଳ ଗାଁରେ ମାଓବାଦୀ ଏହି ବର୍ବରକାଣ୍ଡ ଘଟାଇଛନ୍ତି।

ମୃତକ ହେଲେ ଲାଲବତୀ ମାଝୀ। ଘଟଣାସ୍ଥଳରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ମିଳିଛି।

ଅର୍ଚ୍ଚନା ନାଗଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ପୈତୃକ ବାସଭବନରେ ଇଡି ଚଢ଼ାଉ କରିଛି।

ସିଆରପିଏଫ ଓ ପୁଲିସ ଉପସ୍ଥିତିରେ ଇଡି ତଦନ୍ତ କରୁଛି। ସେହିଭଳି ବାଲେଶ୍ୱର, କଟକ ଓ ଭୁବନେଶ୍ୱର ସତ୍ୟବିହାର ଘର ସହ ୮ଟି ସ୍ଥାନରେ ଇଡିର ଖୋଳତାଡ଼ ଜାରି ରହିଛି।

ଭୁଶୁଡ଼ିଲା ବ୍ରିଜ୍, ତଳକୁ ଖସିଲା ୨ଟି କାର୍

କଳାହାଣ୍ଡି ଜିଲ୍ଲା ଥୂ.ରାମପୁର ରାସ୍ତା ସାଇଧାମ ନିକଟ ବ୍ରିଜ୍ ଭୁଶୁଡ଼ିପଡ଼ିବାରୁ ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ଚାପି ହୋଇରହିଛି।

୨ଟି କାରରେ ୬ ଜଣ ଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରାସ୍ତାରେ ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରୁପ୍ରା ରାସ୍ତାରେ ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼ ହୋଇଛି।

ଯୁବକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ।

ପୋଖରୀରେ ଫସି ରହିଥିବା ଗଜରାଜ ଉଦ୍ଧାର (ଅପଡେଟ)

କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଧୀନ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡା ପୋଖରୀରେ ଫସି ରହିଥିବା ଦନ୍ତାଟିକୁ ଉଦ୍ଧାର କରାଯାଇଛି।

ହାତୀଟି ପୋଖରୀରୁ ବାହାରି ଜଙ୍ଗଲକୁ ଦୌଡ଼ି ପଳାଇଛି।

ପୋଖରୀରେ ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡାରେ ଘଟିଛି ଏହି ଘଟଣା।

ବନ କର୍ମଚାରୀ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପଲରେ ଥିବା ଅନ୍ୟ ହାତୀ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି।

୩୯ ଲକ୍ଷ ଟଙ୍କା ହେରଫେର ଘଟଣାରେ ୩ ଗିରଫ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସରେ ୩୯ ଲକ୍ଷ ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କ ଭିଣୋଇଙ୍କ ସମେତ ୩ ଜଣ ଗିରଫ ହୋଇଛନ୍ତି।

ଗତକାଲି ଭବାନୀପାଟଣା ଟାଉନ୍ ଥାନା ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି।

ଗଛରେ ପିଟି ହୋଇ ଓଲଟିଲା ୧୦୮ ଆମ୍ବୁଲାନ୍ସ; ୨ ମୃତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ଏଚ୍ ୨୬ ଜୁନାଗଡ଼ ଥାନା ମହିଚଲା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ରୋଗୀ ଓ ଆମ୍ବୁଲାନ୍ସ ଗାଡ଼ିର ହେଲପର୍ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ଜୟପାଟଣା କପୁରମାଲ ଗାଁରୁ ରୋଗୀ ନେଇ ଭବାନୀପାଟଣା ଯାଉଥିଲା।

୩୯ ଲକ୍ଷ ହେରଫେର ଘଟଣା: ଫେରାର ଆକାଉଣ୍ଟାଣ୍ଟଙ୍କ ଅଫିସରେ ଭିଜିଲାନ୍ସ ରେଡ୍

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍ ଆକାଉଣ୍ଟାଣ୍ଟଙ୍କ ୩୯ ଲକ୍ଷ ହେରଫେର ଘଟଣାରେ ଫେରାର ଆକାଉଣ୍ଟାଣ୍ଟଙ୍କ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିବା ସହ ପାଞ୍ଚ ମହଲା ଘର ସିଲ୍ କରିଛନ୍ତି।

ଅଭିଯୋଗ ପରଠୁ ଆକାଉଣ୍ଟାଣ୍ଟ ସୂଚିସ୍ମିତା ସୁଆର ଫେରାର ଅଛନ୍ତି।

Nuakhai wishes