ଡିଭାଇଡରରେ ପିଟି ହେଲା କାର୍; ବାପା, ଝିଅ ମୃତ

ଭଦ୍ରକ ଏନ୍ଏଚ୍ ୧୬ ଯଶଟିକିରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୪ ବର୍ଷର ଝିଅକୁ ନେଇ ପରିବାର ସହ ଖଡ଼ଗପୁର ଫେରୁଥିଲେ।

ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା ଟ୍ରକ୍‌

୧୬ନଂ ଏନଏଚ୍‌ ଗେଲପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ସହ ହେଲପର ଗୁରୁତର ଅଛନ୍ତି। କଦଳୀ ବୋଝେଇ କରି କଟକରୁ ବାଲେଶ୍ବର ଯାଉଥିଲା ଟ୍ରକ୍‌।

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ସ୍କର୍ପିଓ: ୨ ମୃତ

ଭଦ୍ରକ ଏନଏଚ୍‌ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି।

ସ୍କର୍ପିଓ ଡ୍ରାଇଭର ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।୪ ଜଣ ଗୁରୁତର ଅଛନ୍ତି। ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା କଲା ଗ୍ରାହକ

ଭଦ୍ରକ ଟାଉନ ଥାନା ପଥରଆଡ଼ି ଛକରେ ଗ୍ରାହକଙ୍କ ମାଡ଼ରେ ଦୋକାନୀର ମୃତ୍ୟୁ ଘଟିଛି।

୧୮୦ ଟଙ୍କାର ସଉଦା କିଣି ୧୪୦ ଟଙ୍କା ଦେଇଥିଲେ ଗ୍ରାହକ। ବାକି ୪୦ ଟଙ୍କା ମାଗିବାରୁ ଦୋକାନୀକୁ ପିଟିଥିଲେ ବୋଲି ଅଭିଯୋଗ ହୋଇଛି।

ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ

ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୨ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି।

ଆଜି ସକାଳୁ ବ୍ୟବସାୟିକ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଛି।

ଆଜି ଭଦ୍ରକ ବନ୍ଦ

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

କଲେଜରୁ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରକୁ ବରଖାସ୍ତ ଦାବି ହୋଇଛି। ମଞ୍ଚ ପକ୍ଷରୁ ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି।

କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନନ୍ଦପୁର ବଜାର ଉପରେ ଦୁର୍ଘଟଣା ଘଟିଛି।

ମୃତକ ତାଳପଦା ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଭାଶିନୀ ନାୟକ। କଲେଜରୁ ଫେରୁଥୁବା ବେଳେ ଦୁର୍ଘଟଣା ଘଟିଥିଲା। ଡ୍ରାଇଭରକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ।

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲ୍‌ଖା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖାଇବା ବେଳେ ଖାଦ୍ୟରେ ଝିଟିପିଟି ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ପିଲା।

ବିଜେପିରେ ଯୋଗଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ଯୋଗଦେବେ।

ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ। ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ। ପରେ ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ, ବିଜେଡି ନିଲମ୍ବିତ କରିଥିଲା।

Nuakhai wishes