ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ କାରଖାନା ଠାବ; ଜଣେ ଗିରଫ
କନ୍ଧମାଳ ଜିଲ୍ଲା ଚକାପାଦ ଥାନା ପାଣ୍ଡ୍ରିସୀମା ଜଙ୍ଗଲରେ ପୋଲିସର ଚଢ଼ାଉ କରି ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଗୋଟିଏ ଦେଶୀ ରିଭଲଭର ସହିତ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି।
Credible Local News of Odisha
କନ୍ଧମାଳ ଜିଲ୍ଲା ଚକାପାଦ ଥାନା ପାଣ୍ଡ୍ରିସୀମା ଜଙ୍ଗଲରେ ପୋଲିସର ଚଢ଼ାଉ କରି ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଗୋଟିଏ ଦେଶୀ ରିଭଲଭର ସହିତ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି।
କନ୍ଧମାଳ ତୁମୁଡ଼ିବନ୍ଧ ଥାନାଞ୍ଚଳରେ ବନ୍ଧୁକ କାରଖାନା ଠାବ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କଲା ପୋଲିସ।
ଘଟଣାସ୍ଥଳରୁ ୩ ଦେଶୀ ବନ୍ଧୁକ, ୨ ଲୁହା ବ୍ୟାରେଲ, ୪ ଟ୍ରିଗର, ବିଦ୍ୟୁତ ଡ୍ରିଲ ମେସିନ, କଟର ମେସିନ ଆଦି ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ସହ ଜଣକୁ ଗିରଫ କରିଛି।
KKBN ଡିଭିଜନର ୪ ମାଓବାଦୀ ବନ୍ଧୁକ, ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ସାମ୍ବାଦିକ ସମ୍ବିଳନୀରେ ଦକ୍ଷିଣାଞ୍ଚଳ DIG ନୀତି ଶେଖର ସୂଚନା ଦେଇଛନ୍ତି।
ବାଲିଗୁଡ଼ାର ମୃତ ହାତୀକୁ କାଟି କେସିଙ୍ଗା ନିକଟରେ ପୋତିବା ଘଟଣାରେ ନିଲମ୍ବିତ ହେଲେ ACF ସୂର୍ଯ୍ୟକାନ୍ତ ବେହେରା।
RCCF ବ୍ରହ୍ମପୁର ସର୍କଲଙ୍କ ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ACF ସୂର୍ଯ୍ୟକାନ୍ତଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ଫିରିଙ୍ଗିଆ ସଲାଗୁଡ଼ା ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବନ କଲେ କନ୍ଧମାଳ ଜିଲ୍ଲାପାଳ।
ଘଟଣା ଦିନ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।କିଏ ଓ କାହିଁକି ଅଠା ପକାଇଥିଲା ତଦନ୍ତ ଜାରି ରହିବ କହିଲେ ଜିଲ୍ଲାପାଳ।ହଷ୍ଚେଲରେ ଶୋଇଥିବା ବେଳେ ପିଲାଙ୍କ ଆଖିରେ ଅଠା ପକାଯାଇଥିଲା।ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୭ ଛାତ୍ର ଚିକିତ୍ସାଧୀନ ଥିବାବେଳେ ଜଣେ ଡିସ୍ଚାର୍ଜ ହୋଇଛନ୍ତି।
୨୦୨୩ରେ ସଦର ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ପୋକ୍ସୋ କୋର୍ଟ ଦୋଷୀ ଗଣେଶ କହଁରକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ପାଇଁ DLSAକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ ନିକଟରେ ୩ ହାର୍ଡକୋର ମାଓବାଦୀ ଆତ୍ମ ସମର୍ପଣ କରିଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର।
ତିଲକପଡ଼ାରେ କନ୍ଧମାଳ ମେଡିକାଲ୍ କଲେଜ ଓ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୧୦୦ ସିଟ୍ ବିଶିଷ୍ଟ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍ଘାଟିତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି।
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଘଟଣାରେ ସଜା ଦେଇଛନ୍ତି କୋର୍ଟ।
୨୦ ବର୍ଷ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ।ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ରାପଡ଼ା ସଦର ଥାନା ଦୁହୁରିଆ ଛକରେ ୨ଟି ଦୋକାନକୁ ପିଟିବା ସହ ବାଇକ୍କୁ ଘୋଷାଡି ନେଲା ଯାତ୍ରାପାର୍ଟି ଟ୍ରକ୍।
ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ବେଳେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।