ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର

କନ୍ଧମାଳ ତୁମୁଡିବନ୍ଧ ବେଲଘରରେ ଦୁର୍ଘଟଣା ଘଟିଛି।
୩୦ ଆହତଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି।

ଗୁରୁତରଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି।
ସମସ୍ତ ଆହତଙ୍କୁ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ନଦୀଖଣ୍ଡି ସାହି ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ ଥାନା ପୁଲିସ ତଦନ୍ତ କରୁଛି।

ଦବଲା ଗାଁରେ ଗଣ୍ଡଗୋଳ ଘଟଣାରେ ଜଣଙ୍କ ମୃତ୍ୟୁ

ମୃତକ ମନମୁଣ୍ଡା ଥାନା ମନୋହରପୁର ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ଜ୍ୱାଇଁଙ୍କୁ ଅପହରଣ ସହ ୧ ଲକ୍ଷ ମୁଣ୍ଡ ଜାମିନ ଥିବା ଫୋନରେ ଖବର ପାଇଥିଲେ।ଟଙ୍କା ନେଇ ସ୍କୁଲ ପାଖରେ ପହଞ୍ଚି ଥିଲେ ପୂର୍ଣ୍ଣଚନ୍ଦ୍ର ପଧାନ ଓ ତାଙ୍କ ଭାଇ।

ଟଙ୍କା ନେଇ ଜ୍ୱାଇଁଙ୍କୁ ନଛାଡ଼ିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ASIଙ୍କୁ ବି ମାଡ଼ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜ୍ୱାଇଁଙ୍କ ପତ୍ତା ମିଳିନଥିବାରୁ ଥାନାରେ ପରିବାର ଏତଲା ଦେଇଛନ୍ତି।

ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଆହତ

ଫୁଲବାଣୀ ସହରରେ ବିଭିନ୍ନ ସାହିରେ ଗୋଡ଼ାଇ କାମୁଡ଼ିଛି ପାଗଳ କୁକୁର।

କୁକୁର କାମୁଡ଼ାରେ ଆହତ ଲୋକଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ

କନ୍ଧମାଳ ଜିଲ୍ଲା ଫୁଲବାଣୀ ଦଡ଼କି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ବାର୍ଟର୍ସରୁ ମୃତଦେହ ଠାବ ହୋଇଛି।

ମୃତ ଯୁବକ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ବୋଲି ସୂଚନା ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସାଲୁଗା ପ୍ରଧାନ ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ

ଜି ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ନେଇ ନାମାଙ୍କନ ଦାଖଲ କରିଛନ୍ତି।

୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି।

ରେଳ ସଂଯୋଗ ଦାବିରେ କନ୍ଧମାଳ ବନ୍ଦ

ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ଫୁଲବାଣୀ ମାଦିକୁନ୍ଦା ଛକରେ କର୍ମକର୍ତ୍ତାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ବନ୍ଦ ପାଳନ ଯୋଗୁଁ ବସ୍‌ ଚଳାଚଳ ପ୍ରଭାବିତ ହେଉଛି।

ବୋଲେରୋ ଧକ୍କାରେ ବାପା ମୃତ, ପୁଅ ଗୁରୁତର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତେଲିମୁଣ୍ଡା ଛକରେ ଉଭୟ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦ୍ରୁତ ଗତିରେ ଆସି ଚଢ଼ିଗଲା ବୋଲେରୋ।

ବୋଲେରୋ ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛି।

Nuakhai wishes