୨୭ ଯାଏଁ ଲାଗି ରହିବ ତାତି; ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ

୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ବି ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଚାନ୍ଦବାଲିରେ ୪୦.୪, ବାଲେଶ୍ବରରେ ୪୦.୩, ଝାରସୁଗୁଡ଼ାରେ ୩୯.୫, ପାରାଦୀପରେ ୩୮.୮, ରାଉରକେଲାରେ ୩୭.୯ ଓ କେନ୍ଦୁଝରରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତି

ଚଳିତ ବର୍ଷ ୧୬ ଜିଲ୍ଲାରୁ ଅଂଶୁଘାତଜନିତ ସୂଚନା ଆସିଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୯, ଝାରସୁଗୁଡାରୁ ୭, ସମ୍ବଲପୁରରୁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସାଢ଼େ ୨ରେ ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର ତାପମାତ୍ରା

ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି।

୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୪, କେନ୍ଦୁଝରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆଜିର ଟିକେଟ ଘୋଷଣାରେ ୨ଟି ଆସନରେ ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ

ବାଙ୍ଗିରିପୋଷିରେ ବିଧାୟକ ସୁଦାମ ମାରାଣ୍ଡିଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡିଙ୍କୁ ଟିକେଟ୍ ଦେଇଛି ବିଜେଡି। ଦଳ ସୁଦାମ ମାରାଣ୍ଡିଙ୍କୁ ମୟୂରଭଞ୍ଜର ସାଂସଦ ପ୍ରାର୍ଥୀ କରିଛି।

ରଘୁନାଥପଲ୍ଲୀରେ ସ୍ବାମୀ ସୁବ୍ରତ ତରାଇଙ୍କ ବଦଳରେ ସ୍ତ୍ରୀ ଅର୍ଚ୍ଚନା ରେଖା ବେହେରାଙ୍କୁ ଟିକେଟ୍ ଦିଆଯାଇଛି।

ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ରାହୁଲ ଗାନ୍ଧି ଏପ୍ରିଲ ୨୮ରେ ସାଲେପୁର ଆସିବେ ବୋଲି ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ପୁଣି ମେ ୩/୪ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧି।ରାୟଗଡ଼ା ଆସିବା ନେଇ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି।

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା; ହିନ୍ଦୋଳରୁ ଲଢ଼ିବେ ମହେଶ ସାହୁ

ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକ ନିର୍ବାଚନ ଲଢ଼ିବେ।

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ

ବିଜେପି କାର୍ଯ୍ୟାଳୟରେ ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପଣ କଲେ ସଭାପତି ମନମୋହନ ସାମଲ।

ଓଡ଼ିଆ ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ବୋଲି କହିଲେ।

ଏଲଏଲବି ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା ବାତିଲ

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନ ୨୮ କଲେଜର ଆଜିର ପରୀକ୍ଷା ବାତିଲ ନେଇ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଛି।

ସାଢ଼େ ୮ଟା ସୁଦ୍ଧା ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର

ବାଲେଶ୍ବରରୁ ୩୫.୪ ଡିଗ୍ରୀ, ଫୁଲବାଣୀରୁ ୩୪.୬ଡିଗ୍ରୀ, ଭୁବନେଶ୍ବରରୁ ୩୪.୪ ଡିଗ୍ରୀ, କଟକରୁ ୩୪.୨ ଡିଗ୍ରୀ, କେନ୍ଦୁଝର ଓ ବାରିପଦା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Nuakhai wishes