ବଜ୍ରାଘାତରେ ଚାଳ ଘର ସହ ଯୁବକ ଜୀବନ୍ତ ଦଗ୍ଧ

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ବଜ୍ରାଘାତ ଘଟିଛି।

ମୃତ ଯୁବକ ନିକଟ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ।

ରେମୁଣା ଥାନା ଅଞ୍ଚଳର ୪ ମନ୍ଦିରରୁ ଚୋରି

ଘଷିପୁରା, କଣ୍ଟାବଣିଆ, ବାଲିପାଳ ଓ ଜୁଣୁଦା ଗାଁ ମନ୍ଦିରରୁ ଚୋରି ହୋଇଛି।

ସୁନା ଅଳଙ୍କାର, ପିତଳ ସର୍ପ ସହ ଦାନ ବାକ୍ସ ଭାଙ୍ଗି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ।

ନିର୍ମାଣାଧୀନ ପୋଲ ଉପରକୁ ମାଡ଼ିଗଲା ଆମ୍ବୁଲାନ୍ସ

ବାଲେଶ୍ଵର ଜିଲ୍ଲା ସଜନାଗଡ଼ ରାସ୍ତା ପୋଡ଼ାଶୁଳ ନିକଟରେ ଦୁର୍ଘଟଣା ଘଟିଛି।

ପୋଲ ଉପରେ ଆମ୍ବୁଲାନ୍ସ ଝୁଲି ରହିଥିବା ବେଳେ ଡ୍ରାଇଭର ଫେରାର ଅଛି। ଭାଲୁକାଶୁଣି ଗାଁକୁ ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା ଘଟିଛି।

ଟ୍ରକ୍‌କୁ ପଛରୁ ପିଟିଲା ପିକ୍‌ଅପ୍‌; ୩ ଗୁରୁତର

ବାଲେଶ୍ବର ଜିଲ୍ଲା ରୁପ୍‌ସା ଥାନା ହଳଦୀପଡା ନିକଟରେ ଦୁର୍ଘଟଣା ଘଟିଛି।

୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ପରେ ଟ୍ରକ୍‌ ଫେରାର ଅଛି।

ଗୁହାଳରେ ନିଆଁ ଲାଗି ୩୦ ଛେଳି, ୪ ଗୋରୁ ଜୀବନ୍ତ ଦଗ୍ଧ

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ଦଳବୁଦ୍ଧି ଗାଁରେ ଅଗ୍ନିକାଣ୍ଡ ଘଟିଛି।

ପୂର୍ବ ଶତ୍ରୁତାରୁ ଗୁହାଳରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ବିଜେଡିରୁ ଇସ୍ତଫା ଦେଲେ ସୁଦର୍ଶନ ଜେନା

ବାଲେଶ୍ୱର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଇସ୍ତଫା ଦେଇଛନ୍ତି।

ଏକାଧିକ କାରଣ ଦର୍ଶାଇ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଲେ।

ସୋର ଥାନା ଅଞ୍ଚଳରେ ୬ଟି ମନ୍ଦିରରୁ ଚୋରି ଅଭିଯୋଗ

ଖରିଦା ଓ ମାଣତ୍ରୀ ଗାଁରେ ୨ଟି ମନ୍ଦିରରୁ ରୁପା ମୂର୍ତ୍ତି ଓ ବଂଶୀ ଚୋରି ହୋଇଥିବା ବେଳେ ଅନ୍ୟ ୪ଟି ମନ୍ଦିରରୁ ମୂର୍ତ୍ତି ଓ ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୋର ଥାନାରେ ଏତଲା ପରେ ଘଟଣାସ୍ଥଳରେ ପୁଲିସ ଛାନଭିନ୍ କରୁଛି।

ନିଆଁ ଲିଭାଇବା ବେଳେ ପୋଡ଼ି ହୋଇ ଦମ୍ପତି ଗୁରୁତର

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସୀତାଡିହା ଗାଁରେ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ନିଆଁ ଲିଭାଇବା ବେଳେ ପୋଡ଼ିଗଲେ ଦମ୍ପତି। ଗୁରୁତର ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।

ବାପା ତାଗିଦ୍ କରିବାରୁ ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା

ବାଲେଶ୍ଵର ଜିଲ୍ଲା ଆର୍ତ୍ତପୁର ପଞ୍ଚାୟତ ହଂସପାଟଣା ଗାଁରେ ଏହି ଘଟଣା ଘଟିଛି।

ସାନ ଭାଇ ସହ ବଲ୍ ପାଇଁ ଝଗଡ଼ା କରିବାରୁ ବାପା ତାଗିଦ କରିଥିଲେ। କିଛି ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ନାବାଳକ।

Nuakhai wishes