କେନ୍ଦୁଝରରେ କାଳବୈଶାଖୀ ବର୍ଷା

ଆଜି ଦିନ ୧୨ଟା ୩୦ରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି। ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ସମ୍ଭାବନା ନେଇ ଆକଳନ କରିଥିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବ୍ରାଉନ୍‌ସୁଗାର ସେବନ ବେଳେ ମାଡ଼ିବସିଲେ ମହିଳା

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପଡ଼ା ହାଟପଡ଼ିଆ ନିକଟରୁ ଧରିଲେ ମହିଳା। ୧୫ଟି ବ୍ରାଉନ୍‌ସୁଗାର ପୁଡ଼ିଆ ସହ ମହିଳାଙ୍କ ଦ୍ବାରା ଜଣେ କାବୁ କରିଛି ପୁଲିସ।ଘଟଣାସ୍ଥଳରୁ ଆଉ ୩ ଯୁବକ ଚମ୍ପଟ ମାରିଥିବା ସୂଚନା ମିଳିଛି।

ଭିଜିଲାନ୍ସ ଜାଲରେ ଚମ୍ପୁଆର ACSO ଭୂମାରାମ ମୁର୍ମୁ

ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଧାନ ବିକ୍ରି ବିଲ୍‌ କରାଇ ଦେବାକୁ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚ।

ଠିକା ସଂସ୍ଥା ଖୋଳିଥିବା ଗାତରେ ପଡ଼ି ୨ ବର୍ଷର ଶିଶୁପୁତ୍ର ମୃତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଥାନା ଝଣଝଣା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପାଇପ୍ ଲାଇନ୍ ବିଛାଇବାକୁ ଠିକା ସଂସ୍ଥା ରାସ୍ତା ଖୋଳିଥିବା ସୂଚନା ମିଳିଛି। ଘର ବାହାରେ ଶିଶୁ ଖେଳୁଥିବା ବେଳେ ଗାତରେ ପଡ଼ି ଯାଇଥିଲା।

ନରଣପୁରରେ କାଳବୈଶାଖୀ ତାଣ୍ଡବ; ୩ ମୃତ

ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ଜଣ ପ୍ରାଣ ହରାଇଛନ୍ତି।

ଆଉ ଜଣେ ଚାପିହୋଇ ଗୁରୁତର ହୋଇଥିବା ବେଳେ ତାକୁ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

ପିଇଓଙ୍କୁ ବନ୍ଧୁକ ଦେଖାଇ ୮ଲକ୍ଷ ଲୁଟ୍

କେନ୍ଦୁଝର ବାଉରୀପଦା ପଞ୍ଚାୟତ ଅଫିସ୍‌ ନିକଟରୁ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା।

ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ। ସଦର ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ସର୍ବନିମ୍ନ ତେଲ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସର୍ବନିମ୍ନ ଡିଜେଲ୍ ଓ ପେଟ୍ରୋଲ ରିଜର୍ଭ ଷ୍ଟକ୍ ରଖିବାକୁ ତେଲ ଟାଙ୍କି ମାଲିକମାନଙ୍କୁ କେନ୍ଦୁଝର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଡିଜେଲ୍ ସର୍ବନିମ୍ନ ୨ ହଜାର ଲିଟର, ପେଟ୍ରୋଲ ୧ ହଜାର ଲିଟର ରଖିବାକୁ ନିର୍ଦ୍ଦେଶ ରହିଛି। ଜରୁରୀ ପରିସ୍ଥିତି ପାଇଁ ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ଶବ ଆଣି ଆସିଲା ଭାଇ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଠାରେ ଅଭାବନୀୟ ଦୃଶ୍ୟ ଘଟିଛି। ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ୨ ମାସ ତଳର ପୋତା ଶବକୁ ଖୋଳି ବ୍ୟାଙ୍କ ସାମ୍ନାରେ ରଖିଲା ଭାଇ। ଭଉଣୀ ମରି ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି ଶୁଣି ନ ଥିଲେ, ଯାହାର ଆକାଉଣ୍ଟ ଅଛି ତାକୁ ଆସିବାକୁ ପଡିବ ବୋଲି କହିଥିବା ଅଭିଯୋଗ କରିଛନ୍ତି।

ଏପରି ସମ୍ବେଦନଶୀଳ ଘଟଣା ନେଇ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।

ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେଠାରେ ପୁରୁଣା ଦିନ କଥା ମନେ ପକାଇ ଭାବବିହ୍ବଳ ହୋଇପଡିଥିଲେ। ପିଲାଦିନେ ପାଠ ପଢ଼ାଇଥିବା ଗୁରୁଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ଏବଂ ସେମାନଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଦୃଷ୍ଟିବାଧିତ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଉତ୍ତେଜନା

ଆନନ୍ଦପୁରରେ ନାବାଳିକା ୪ ମାସର ଗର୍ଭବତୀ ଜଣା ପଡ଼ିବା ପରେ ସମ୍ପୃକ୍ତ ଗାଁରେ ଥିବା ଅନ୍ୟ ଏକ ଗୋଷ୍ଠୀର ଧର୍ମାନୁଷ୍ଠାନରେ ଭଙ୍ଗାରୁଜା କରିଛନ୍ତି ଲୋକେ।

ଅଭିଯୁକ୍ତ ଫେରାର ହୋଇ ସାରିଥିବାରୁ ପ୍ରବଳ ଉତ୍ତେଜନା ଦେଖାଦେଇଛି।ଗାଁରେ ଏସ୍‌ପିଙ୍କ ନେତୃତ୍ବରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Nuakhai wishes