ରେଳ ସଂଯୋଗୀ କରଣକୁ ବିରୋଧ କରି ପାଟଣାରେ ରାସ୍ତା ରୋକ

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସୋମବାର ଓଏମସି ଶୁଆକାଟିରୁ ଗୁହାଳଡିହି ସାଇଡିଂ କୁ ରେଳ ସଂଯୋଗ କରଣ ବିରୋଧ କରି ୨୪ଘଣ୍ଟିଆ କେନ୍ଦୁଝର ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଡ଼ାକରା ଦେଇଛି ।

ଏହାକୁ ସମର୍ଥନ କରି ପାଟଣା ଟ୍ରକ୍ ୱନର ଆସୋସିଏସନ୍ ପକ୍ଷରୁ ସୋମବାର ଟ୍ରକ ମାଲିକ ଓ ଡ୍ରାଇଭର ମାନେ ମିଶି ପାଟଣା ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ୨୨୦ ନମ୍ୱର୍ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଓ ବୈତରଣୀ ନଦୀ ପୋଲ ଉପରେ ରାସ୍ତା ଅବରୋଧ କରିଥିବା ବେଳେ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନମ୍ୱର୍ ଜାତୀୟ ରାଜ ପଥ ର ଟୁରୁମୁଙ୍ଗା ଥାନା ଛକରେ ରାସ୍ତା ଅବରୋଧ କରିଥିଲେ।

୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଓ ଅର୍ଥ ନୈତିକ ଅବରୋଧ ଆରମ୍ଭ

ଶୁଆକାଟି ସ୍ଥିତ ଗନ୍ଧମାର୍ଦନ ଖଣିରୁ ଗୁହାଳଡ଼ିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଓ ଅର୍ଥ ନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି।

ଏହି ସାଇଡିଂ ହେଲେ ହଜାର ହଜାର ଟ୍ରକ୍ ମାଲିକ କାମ ହରାଇବେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ବ୍ୟବସାୟ ଉପରେ ନିର୍ଭର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ ।ଏହି ରେଳ ଲାଇନ ନିର୍ମାଣକୁ ବିରୋଧ କରି ବନ୍ଦ ଡାକରା ଦେବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳ ରୋକ ଆରମ୍ଭ କରିଛନ୍ତି।ଫଳରେ ରାସ୍ତା ଓ ରେଳ ପଥରେ ଯାତାୟତ ଠପ୍ ହୋଇଯାଇଛି।

୧୮ରେ କେନ୍ଦୁଝର ବନ୍ଦ ଡାକରା ଦେଲେ ଟ୍ରକ ମାଲିକ ସଂଘ

ଓଏମସିର ଶୁଆକାଠି ଗନ୍ଧମାର୍ଦନ ଖଣିଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ସଂଯୋଗ କରଣ ହେଲେ ଜିଲ୍ଲାରେ ଟ୍ରକ ଉପରେ ନିର୍ଭର କରି ଚଳୁଥିବା ପାଖାପାଖ‌ି ୩୦୦୦୦ ଅଧିକ ଟ୍ରକ ମାଲିକ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ପାଖାପାଖ୍ ୩ ଲକ୍ଷ ଲୋକ ଏହାଦ୍ଵାରା ପ୍ରଭାବିତ ହେବେ ।

ଏହାର ପ୍ରଭାବ କେନ୍ଦୁଝରର ଅର୍ଥନୀତି ଉପରେ ପଡ଼ିବ।ଏଣୁ ରେଳ ସଂଯୋଗୀ କାରଣକୁ ବିରୋଧ କରି ଆସନ୍ତା ୧୮ ତାରିଖରେ କେନ୍ଦୁଝର ଜିଲା ୨୪ଘଣ୍ଟିଆ ବନ୍ଦଡାକରା ଦିଆଯାଇଥିବା କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଗିଟୁ ପଟ୍ଟନାୟକ ଏକ ପ୍ରେସମିଟରେ କହିଛନ୍ତି।ଦାବିପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥର ଡାବର ଚୁଆ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ଗୁରୁତର ହୋଇଛନ୍ତି।

ମୃତକ ଜଣକ ହେଉଛନ୍ତି ସଦର ଥାନା ବେଲଦା ଗ୍ରାମର ନବୀନ କୁମାର ସିଂ(୨୬) ଏବଂ ଗୁରୁତର ଯୁବକ ହେଇଛନ୍ତି ତୁଷାର ପାତ୍ର। ଉଭୟ ବାଇକ୍ ଯୋଗେ ଖିରେଇଟାଙ୍ଗିରୀ ରୁ ଘରକୁ ଯାଉଥିବା ସମୟ ରେ ଡାବରଚୁଆ ନିକଟରେ ଭାରସାମ୍ୟ ହରାଇଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।

ଭାରସାମ୍ୟ ହରାଇ କେନାଲରେ ପଶିଗଲା ଚଳନ୍ତା କାର

କେନ୍ଦୁଝର ଜିଲ୍ଲା ପାଟଣା ମଇଦାନ କେଲ ଭାୟା କେନ୍ଦୁଝର ରାସ୍ତାର ଶ୍ୟାମସୁନ୍ଦରପୁର ନିକଟରେ ବୁଧବାର ବିଳମ୍ୱିତ ରାତ୍ରୀରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ ଭିତରକୁ ପଶିଯାଇଛି।

କାର୍ ଥିବା ଚାଳକ ଏବଂ ଯାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି। କାର୍ ଟି କେନ୍ଦୁଝରରୁ ପାଟଣା ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି କାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

୨୨ରେ କଂଗ୍ରେସ ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ବୁଧବାର ପାଟଣା ବ୍ଲକ କଂଗ୍ରେସର ସଭାପତି ଶତ୍ରୁଘ୍ନ ସିଂହ ଙ୍କ ଅଧ୍ୟକ୍ଷତା ଏକ କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଛି। ମାର୍ଚ୍ଚ ୨୨ରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ସମ୍ମିଳନୀକୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା।

ଏଥିରେ କଂଗ୍ରେସ ଦଳର ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ , ପାଟଣାର ପୂର୍ବତନ ବିଧାୟକ ହୃଷୀକେଶ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, କଂଗ୍ରେସ ନେତା ବୀରଭଦ୍ର ମହାନ୍ତ, ଲକ୍ଷ୍ମଣ ଦାଶ, ଶିବ କୁମାର ବେହେରା, ଜ୍ଞାନ ରଞ୍ଜନ ମିଶ୍ର ଯୋଗ ଦେଇଥିଲେ।

୨ଶିଶୁ କନ୍ୟାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗାଁର ୨ଶିଶୁ କନ୍ୟାଙ୍କ ସନ୍ଦେହ ଜଣକ ଭାବେ ମଙ୍ଗଳବାର ଅପରାହ୍ନରେ ମୃତ୍ୟୁ ଘଟିଛି।

ମୃତ ୨ ଭଉଣୀ ହେଉଛନ୍ତି ଟଙ୍କଧର ମହାରଣାଙ୍କ ୪ ବର୍ଷର ଝିଅ ଇତିଶ୍ରୀ, ଓ ୨ ବର୍ଷର ଝିଅ ଲିପି। ସୂଚନା ଅନୁଯାୟୀ ଉଭୟଙ୍କୁ ମଙ୍ଗଳ କବାର ଝାଡ଼ା ବାନ୍ତି ହୋଇଥିଲା । ୨ଶିଶୁ ଅସୁସ୍ଥ ଅନୁଭବ କରି ଗୁରୁତର ହେବାରୁ ଦୁଇ ଭଉଣୀଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା ବେଳେ ବଡ ଝିଅ ଇତିଶ୍ରୀ ର ବାଟରେ ମୃତ୍ୟୁ ଘଟିଥିଲା। ସାନ ଝିଅ ଲିପିର କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

କେନ୍ଦ୍ର ସରକାରଙ୍କ ଉପଲବ୍ଧି କହିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏମ.ଚୁବା ଆଓ ଯୋଗ ଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ର, ବିଧାୟକ ମୋହନ ମାଝୀ, ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ସାଂସଦ ଅନନ୍ତ ନାୟକ, ଜିଲା ସଂଯୋଜକ ମହାନ୍ତ ଉପସ୍ଥିତ ଥିଲେ।

ବିକଶିତ ଭାରତ କାର୍ଯ୍ୟକ୍ରମର ରୂପରେଖ ଦେଖିବା ସହ ଓ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ଗ୍ରହଣ କରାଯାଉଥିବା ପ୍ରସ୍ତାବକୁ ଶୁଣିବାକୁ ଆସିଥିବା କହିଛନ୍ତି।

ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ବିବାହିତ

କେନ୍ଦୁଝର ଜିଲା ପାଟଣା ଥାନା ମାଧାପୁର ଗ୍ରାମ ର ଗୋବିନ୍ଦ ନାଏକ(୫୫) ମାନସିକ ଭାରସାମ୍ୟ ହରାଇ ସୋମବାର ବିଳମ୍ୱିତ ରାତ୍ରୀ ରେ ବେକରେ ଦୌଡ଼ି ଲଗାଇ ଆତ୍ମ ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ସୂଚନା ଅନୁଯାୟୀ ଗୋବିନ୍ଦ ସୋମବାର ବିଳମ୍ବିତ ରାତ୍ରୀ ରେ ଘର ଭିତର ପଟୁ କବାଟ ଦେଇ ଏକ ପ୍ଲାଷ୍ଟିକ ରସି ରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିଲେ। ମଙ୍ଗଳବାର ସକାଳୁ ଖବର ପାଇ ପାଟଣା ପୋଲିସ ପୋଲିସ ଶବ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି।

ଉଲିବୁର ଖଣି ଦୁର୍ନୀତି: ଇଡିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ବାପା

ଦୀପକଙ୍କ ବାପା ହରିଚରଣଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଡି।

ଗତ ୧ରେ ଭୁବନେଶ୍ବର, ବଡବିଲ, କୋଲକାତାରେ ରେଡ୍‌ କରିଥିଲା ଇଡି।

Nuakhai wishes