ଭଦ୍ରକରେ ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ

ଭଦ୍ରକ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର କାଲିଠୁ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ପିଲାଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ସିଏଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଆୟ ଠାରୁ ୩୨୪ ପ୍ରତିଶତ ଅଧିକ ସଂପତ୍ତି ଥିବା ସୂଚନା ମିଳିଛି। ଜେଇଙ୍କର ୨ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ୍, ନଗଦ ୧ ଲକ୍ଷ ୭୩ ହଜାର ଟଙ୍କା, ୩୫୦ ଗ୍ରାମ୍‌ ସୁନା ଠାବ ହୋଇଛି।

ଭଦ୍ରକ ପାଣିଛତ୍ର କେନାଲ୍‌ରୁ ଛାତ୍ର ଉଦ୍ଧାର

ମୁମୁର୍ଷ ଅବସ୍ଥାରେ +୨ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦେହ, ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ରହିଛି। ଗ୍ରାମାଞ୍ଚଳ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାଡ଼

ବାସୁଦେବପୁର ନାୟକାଣୀଡିହି ଥାନା ଅଞ୍ଚଳର ଏକ ସରକାରୀ ହାଇସ୍କୁଲରେ ପଶି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅଭିଭାବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି।

ଶିଆଳପଲଙ୍କ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଆଟୁ ଗାଁରେ ବୃଦ୍ଧଙ୍କୁ କାମୁଡ଼ି ମାରିଦେଲେ ଶିଆଳପଲ। ଆଜି ଭୋର୍ ସମୟରେ ଏହି ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା।

ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା

ଭଦ୍ରକରେ ବାଇପାସ୍ ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ପୋଲିସ ଓ ଦୋକାନୀ ଧସ୍ତାଧସ୍ତି ହୋଇଛନ୍ତି।ଉଚ୍ଛେଦକୁ ବିରୋଧ କରି ଦୋକାନୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି।

ଘଟଣାସ୍ଥଳରେ ତହସିଲଦାର, ଉପଜିଲ୍ଲାପାଳଙ୍କ ସହ ବ୍ୟାପକ ଫୋର୍ସ ମୁତୟନ ଅଛନ୍ତି।

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଲେଜ୍ ଗେଟ୍‌ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯାଇ ଥିବାବେଳେ ଅନ୍ୟ ଗୋଷ୍ଠୀ ଟାୟାର୍ ଜାଳି ବିକ୍ଷୋଭ କରିଛନ୍ତି। ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚିଛି।

ସ୍କୁଲ୍ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରଛାତ୍ରୀ ଆହତ

ବାସୁଦେବପୁର ବୋହୂମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଆହତ ୩ ଛାତ୍ରଛାତ୍ରୀଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ବନ୍ତ ବ୍ଲକର ଆଗରପଡ଼ାକୁ ଏନଏସି ମାନ୍ୟତା ଦାବି

ଏନଏସି ମାନ୍ୟତା ଦାବିରେ ଆଗରପଡ଼ା ବନ୍ଦ ପାଳନ କରାଯାଉଛି। ବିଜେଡି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଆଗରପଡ଼ା ତିନି ଛକିରେ ରାସ୍ତା ଅବରୋଧ ହୋଇଛି।

ସପ୍ତାହେ ପରେ ସମୁଦ୍ରରୁ ଫେରିଲେ ୪ ମତ୍ସ୍ୟଜୀବୀ

୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ରହିଥିଲେ। ପ୍ରଥମେ ଯାନ୍ତ୍ରିକ ତ୍ରୁଟି ଓ ପରେ ଡଙ୍ଗା ଭାଙ୍ଗିଯିବାରୁ ଫସି ରହିଥିଲେ।

ଡଙ୍ଗା ଭଗ୍ନାବଶେଷ ସହାୟତାରେ କୂଳକୁ ଫେରିଥିବା ସୂଚନା ମିଳିଛି।ବାସୁଦେବପୁର ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ଫେରିଲେ। ୪ ମତ୍ସ୍ୟଜୀବୀ ଚୂଡ଼ାମଣି ଅଞ୍ଚଳର, ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।

Nuakhai wishes