ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ

ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୨ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି।

ଆଜି ସକାଳୁ ବ୍ୟବସାୟିକ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଛି।

ଆଜି ଭଦ୍ରକ ବନ୍ଦ

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

କଲେଜରୁ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରକୁ ବରଖାସ୍ତ ଦାବି ହୋଇଛି। ମଞ୍ଚ ପକ୍ଷରୁ ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି।

କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନନ୍ଦପୁର ବଜାର ଉପରେ ଦୁର୍ଘଟଣା ଘଟିଛି।

ମୃତକ ତାଳପଦା ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଭାଶିନୀ ନାୟକ। କଲେଜରୁ ଫେରୁଥୁବା ବେଳେ ଦୁର୍ଘଟଣା ଘଟିଥିଲା। ଡ୍ରାଇଭରକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ।

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲ୍‌ଖା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖାଇବା ବେଳେ ଖାଦ୍ୟରେ ଝିଟିପିଟି ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ପିଲା।

ବିଜେପିରେ ଯୋଗଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ଯୋଗଦେବେ।

ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ। ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ। ପରେ ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ, ବିଜେଡି ନିଲମ୍ବିତ କରିଥିଲା।

ହଷ୍ଟେଲରୁ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଚାନ୍ଦିମାଳ ନବୋଦୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ଛାତ୍ରୀ ଜଣଙ୍କ ଧାମନଗରର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା।

ପୂର୍ବରୁ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କ ଘରେ ରେଡ୍ କରିଥିଲା ଇଡି।

ବରପଦାରେ ବନ୍ଦ ପାଳନ

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବରପଦା ବିକାଶ ମଞ୍ଚ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ଜିଲ୍ଲା ପ୍ରଶାସନ କାହିଁକି ହାତକୁ ନେଉନି ଅଭିଯୋଗ କରି ବନ୍ଦ ଡାକରା ଦେଇଛି। ଭଦ୍ରକରୁ ଆଗରପଡ଼ା ଓ ଆନନ୍ଦପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଦୁର୍ନୀତି ଲିଙ୍କ୍‌ରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍‌ କରିଥିଲା ଇଡି।

ସ୍କୁଲ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପି ଦେଉଥିବା ଅଭିଯୋଗ

ଭଦ୍ରକ ଭଦ୍ରକାଳୀ ହାଇସ୍କୁଲରେ ସ୍କୁଲ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପି ଦେଉଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଛି।

ପରୀକ୍ଷା ପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ। ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୁଲିସ ପଚରାଉଚରା କରୁଛି।

Nuakhai wishes