କୋର୍ଟ ଛାତରୁ ଡେଇଁ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଏକ ଦୁଷ୍କର୍ମ ମାମଲାରେ କୋର୍ଟକୁ ହାଜିରା ପାଇଁ ଆସିଥିବା ବିଚାରାଧୀନ ବନ୍ଦୀ କୋର୍ଟର ଦ୍ବିତୀୟ ମହଲାରୁ ଡେଇଁ ପଡ଼ିଲେ।

ଗୁରୁତର ଅବସ୍ଥାରେ ସଂପୃକ୍ତ ବନ୍ଦୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜୁଆଆଡ୍ଡାରୁ ୨ ଲକ୍ଷ ୧୦ ହଜାର ଜବତ, ୧୫ ଅଟକ

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମଧୁପୁର ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲା ପୁଲିସ।

ଟଙ୍କା ଜବତ ସହ ୧୮ଟି ବାଇକ ମଧ୍ୟ ଜବତ କରିଛି।

ସବ୍‌ଡିଭିଜନ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଲଇକେରା ବନ୍ଦ

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ଫଳରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ଝାରସୁଗୁଡା ଜିଲ୍ଲା ବେଲପାହାଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ।

ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ହୋଇନଥିବା କହିଲେ ରାହୁଲ। ମୋଦି ଜେନରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ, ପରେ ଗୁଜରାଟ ସରକାର ତାଙ୍କୁ ଓବିସି ଅନ୍ତର୍ଭୁକ୍ତ କରିଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି କହିଛନ୍ତି ରାହୁଲ।

ଝାରସୁଗୁଡ଼ାରେ ରାହୁଲଙ୍କ ପଦଯାତ୍ରା

ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଅନ୍ତିମ ଦିନ।

ଝାରସୁଗୁଡ଼ା ଗାନ୍ଧି ଛକରୁ ରାହୁଲ ଗାନ୍ଧିଙ୍କ ପଦଯାତ୍ରା ଆରମ୍ଭ ହୋଇଛି।

ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଝାରସୁଗୁଡ଼ା ଜିଲ୍ଲା ଲଇକେରା ପତ୍ରାପଲ୍ଲୀ ଗାଁରେ ଏହି ଘଟଣା ଘଟିଛି।

ଗୋଟିଏ ପରିବାରର ୬ ଜଣ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି।ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ୬ ଜଣଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।

ଛାତ୍ର ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ୯ ମାସ ପରେ ମୃତ୍ୟୁ

ଝାରସୁଗୁଡା ଜିଲ୍ଲା କଟାପାଲି ପିକେଏସଏସ୍‌ କଲେଜ ଅଧ୍ୟାପକ ଅମିତ ବାରିକଙ୍କ ମୃତ୍ୟୁ ଘଟିଛି।

ଫେବୃଆରୀ ୨୨ରେ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇଥିଲେ। ବିଳମ୍ବରେ କ୍ଲାସ ଆସିଥିବା ଜଣେ ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ଛାତ୍ର ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିଲା ପୁଲିସ।

Nuakhai wishes