ଏସିଡ୍ ମାଡ଼ ମାମଲା; ୨ ଦୋଷୀଙ୍କୁ ଆଜୀବନ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡାରେ ୨୦୨୧ ମସିହାରେ ଯୁବକଙ୍କୁ ଏସିଡ୍ ମାଡ଼ ମାମଲାରେ ୨ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସୋନପୁର ADJ।
ଦୋଷୀ ରାଜାରାମ ମଲ୍ଲିକ, ବିକ୍ରମ ହରିପାଲକୁ ଆଜୀବନ ଜେଲ୍ ହୋଇଛି।
Credible Local News of Odisha
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡାରେ ୨୦୨୧ ମସିହାରେ ଯୁବକଙ୍କୁ ଏସିଡ୍ ମାଡ଼ ମାମଲାରେ ୨ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସୋନପୁର ADJ।
ଦୋଷୀ ରାଜାରାମ ମଲ୍ଲିକ, ବିକ୍ରମ ହରିପାଲକୁ ଆଜୀବନ ଜେଲ୍ ହୋଇଛି।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କମଳପୁର ଗ୍ରାମର ନାରୀନେତ୍ରୀ ନଳିନୀ ପଣ୍ଡା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ ହୋଇଥିବା ଜଣାଯାଇଛି । ସେ ଏଥିପାଇଁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ପୂର୍ବରୁ ସେ ଉଫୁଲା ପଞ୍ଚାୟତର ସରପଞ୍ଚ ଓ ବୀରମହାରାଜପୁର ଜୋନ-୧ର ଜିଲା ପରିଷଦ ସଦସ୍ୟା ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ ବଲାଙ୍ଗୀର ସାଂସଦଙ୍କ ବୀରମହାରାଜପୁର ବ୍ଲକ ପ୍ରତିନିଧି ଓ ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଭ୍ୟା କାର୍ଯ୍ୟ କରୁଥିବା ଜଣାଯାଇଛି ।
ଗତ ୭ ଓ ୮ ତାରିଖ ଦୁଇଦିନ ଧରି ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ଅଡିଟୋରିୟମ କ୍ରୀଡ଼ା ପ୍ରାଙ୍ଗଣରେ ଆୟୋଜିତ ଖେଲୋ ଇଣ୍ଡିଆ ଅସ୍ମିତା ପେନାକ ସିଲାଟ ଲିଗ (ପୂର୍ବାଞ୍ଚଳ) ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାକ୍ ସିଲାଟ ସଂଘ ପକ୍ଷରୁ ବୀରମହାରାଜପୁରର କ୍ରୀଡାବିତ୍ ଆବୃତ୍ତି ସେଠୀ ଏଥିରେ ଓପନ କ୍ୟଟୋଗିରିରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ସହ ୮ ହଜାର ଟଙ୍କାର ପୁରସ୍କାର ରାଶି ହାସଲ କରିଥିବା ଜଣାଯାଇଛି । ଏଥିସହ ସେ ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ଏହି ଲିଗରେ ପୂର୍ବ ଭାରତର ୧୨ଟି ରାଜ୍ୟରୁ ୬୦୦ରୁ ଉର୍ଦ୍ଧ୍ବ ମହିଳା ଖେଳାଳି ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଦଳ ମୋଟ ୮୦ଟି (୨୩ ସ୍ଵର୍ଣ୍ଣ, ୨୭ ରୌପ୍ୟ ଓ ୩୦ ବ୍ରୋଞ୍ଜ) ପଦକ ହାସଲ କରି ଦଳଗତ ଭାବେ ଚମ୍ପିଆନ ହୋଇଥିଲା ।
ଅସୁସ୍ଥ ଅନୁଭବ ପରେ ହସ୍ପିଟାଲ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ହତ୍ୟା ମାମଲାରେ ୨୦୨୨ରୁ ଜେଲ୍ରେ ଥିଲେ, ମୃତକ ବଲାଙ୍ଗିର ଜିଲ୍ଲାର ହୋଇଥିବା ସୂଚନା ମିଳିଛି।
ୟୁଏଇ, ମାଲେସିଆ, ଚୀନ୍ ଓ ଥାଇଲାଣ୍ଡର ୧୯ଟି ନୋଟ୍ ମଧ୍ୟ ଜବତ ହୋଇଛି। ବ୍ୟାଗ୍ ସହ ସନ୍ଦିଗ୍ଧ ଯୁବକ ବସିଥିବା ବେଳେ ସନ୍ଦେହ କରିଥିଲେ RPF ହାବିଲଦାର।
ବ୍ୟାଗରେ କଣ ଅଛି ବୋଲି ପଚାରିବାରୁ ବ୍ୟାଗ୍ ଛାଡ଼ି ଚମ୍ପଟ ମାରିଥିଲା।ଯୁବକ କିଏ, କାହିଁକି ଏତେ ଟଙ୍କା ଧରି ବସିଥିଲା ସେନେଇ ତନାଘନା କରୁଛି ପୁଲିସ।
ସୋନପୁର ଜିଲ୍ଲା ଅନ୍ତର୍ଗତ ଲଛିପୁର ଲିଟିଲ୍ ଫ୍ଲାୱାର୍ ପବ୍ଲିକ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀ ପୀତବାସ ଦେବତା ଓ ଆସିଷ୍ଟାଣ୍ଟ ମ୍ୟାନେଜିଙ୍ଗ ଡାଇରେକ୍ଟର ଦୀପକ କୁମାର ମେହେରଙ୍କ ସଭାପତିତ୍ଵରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଜୟାତି କେଶରୀ ସାହୁ, ମୁଖ୍ୟବକ୍ତା ବାସୁଦେବ ରଣା,ସମ୍ମାନିତ ଅତିଥି ଜ୍ୟୋତି ରଞ୍ଜନ ନୁଆଇଁ ଓ ମେଘନାଥ ସାହୁ ଯୋଗଦାନ କରି ବାର୍ଷିକ କ୍ରୀଡାର କୃତି ପ୍ରତିଯୋଗିତାକୁ ପୁରସ୍କୃତ କରିଥିଲେ ଏବଂ ପରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ସୁବର୍ଣ୍ଣପୁର ଜିଲ୍ଲା ଲେପ୍ରା ସୋସାଇଟିର ସମ୍ମିଳନୀ କକ୍ଷ ଠାରେ ଏହାର ୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଲେପ୍ରା ସୋସାଇଟିର ଓଡ଼ିଶା ରାଜ୍ୟ ଆମ୍ବାସଡର ଗୋରେଖନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଲେପ୍ରୋସି ଅଫିସର ଡ଼ା. ତ୍ରିବିକ୍ରମ ପାଣ୍ଡିଆ ଏଥିରେ ମୁଖ୍ୟ ଅତିଥି, ହରିତା ସାହୁ ସମ୍ମାନିତ ବକ୍ତା, ଜିଲ୍ଳା କୁଷ୍ଠ ରୋଗ ସଂଯୋଜକ ଗୌରୀଶଙ୍କର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୁଷ୍ଠ ମୁକ୍ତ ସାଧୁ ଅରୁଣ ସୁନା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ଦୀର୍ଘ ବର୍ଷର ଅଙ୍ଗେ ନିଭା ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ । ସଭାରେ ବକ୍ତାମାନେ ସେମାନଙ୍କ ବ୍ୟକ୍ତିଗତ ଅନୁଭୂତି ସମ୍ପର୍କରେ କହିବା ସହ କୁଷ୍ଠ ରୋଗର ପ୍ରତିଷେଧକ ଓ ନିରାକରଣ ଉପରେ ଆଲୋଚନା କରିଥିଲେ । ଫିଜିଓ ଥେରାପିଷ୍ଟ ବାଲଗୋପାଳ ନାଗ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ବାର୍ଷାରାଣୀ ସାହୁ, ଗୋବିନ୍ଦ ଦୀପ ପ୍ରମୁଖ ସହଯୋଗ କରିଥିଲେ । କାହ୍ନୁଚରଣ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ସମେତ ପଡୋଶୀ ରାଜ୍ୟର ପ୍ରାୟ ଚାରି କୋଟି ଲୋକ ବ୍ୟବହାର କରୁଥିବା କୋଶଳୀ/ସମ୍ବଲପୁରୀ ଭାଷାକୁ ଯଥାଶୀଘ୍ର ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଛି । କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ତଥା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସୁବର୍ଣ୍ଣା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏହି ଦାବି କରାଯାଇଛି । ଏକାଡେମୀର ଯୁଗ୍ମସମ୍ପାଦକ ବ୍ରଜମୋହନ ଦାନୀ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଡ.ସନ୍ତୋଷ କୁମାର ପାଢ଼ୀ ମୁଖ୍ୟ ଅତିଥି, ଡ. ଦେବାଶିଷ ପାଣ୍ଡିଆ,ପ୍ରଦୀପ ପୁରୋହିତ ସମ୍ମାନିତ ବକ୍ତା, ବ୍ୟୋମକେଶ ଦାଶ ଓ ଭଗବତୀ ରାୟଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜ ମତପୋଷଣ କରିଥିଲେ । ଏକଦା ସୀତାକାନ୍ତ ମହାପାତ୍ର କମିଟି ଉକ୍ତ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତର ବଡ଼ବରଡ଼ାକଟା ଗ୍ରାମ ତୁଲୁସିମୁଣ୍ଡା ଖେଳପଡିଆରେ ତେର ତମ ମା’ ମାହେଶ୍ୱରୀ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ମୋଟ ଷୋହଳ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ଫାଇନାଲ ମ୍ୟାଚରେ ଅ ଡାଲ ଓ ଲୁ୍ଦୁମୁଣ୍ଡା ମଧ୍ୟରେ ତିନୋଟି ଫୋର୍ମାଟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଫର୍ମାଟ ପ୍ରଥେମେ ବ୍ୟାଟିଂ କରି ଅ ଡାଲ ଦଳ ନିର୍ଦ୍ଧାରିତ ସାତ ଓଭରରେ 74ରନ ସଂଗ୍ରହ କରିଥିଲେ। ଜବାବରେ ଲୁ୍ଦୁମୁଣ୍ଡା ସାତ ୱଇକେଟ ହରାଇ ବିଜୟ ହାସଲ କରିଥିଲେ। ଦ୍ଵିତୀୟ ଫୋର୍ମାଟରେ ଅ ଡାଲ ଦଳ ଚାର ଓଭର ରେ ସତଚାଳିଶି ରନ କରିଥିଲେ।
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମୟୁରଉଡାଣ ପଂଚାୟତ ରେ ଆଜି ଚତୁର୍ଥ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସାମାଜିକ ସମୀକ୍ଷା ଆରମ୍ଭ ହୋଇଛି। ବିଗତ ଛଅ ମାସ ମଧ୍ୟରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ପ୍ରକଳ୍ପ ଗୁଡିକର ନଥିପତ୍ର ଯାଞ୍ଚ ସହ ପ୍ରକଳ୍ପ ସ୍ଥଳ ଯାଞ୍ଚ କରାଯାଇଥିଲା। ବ୍ଲକ ସାମାଜିକ ସମୀକ୍ଷକ ସୋନପୁର ସୁଦାମ ଗାଈଗରିଆ,ଏ ଡି ଇ ଓ ମନମୋହନ ମିଶ୍ର ଭି ଆର ପି ସସ୍ମିତା ବାରିକ, ରଂଜିତା ବଗର୍ତି, ଭାରତୀ ମେହର ଉପସ୍ଥିତ ଥିଲେ।