ଡୁଙ୍ଗୁରିରେ ସୀତା ବିବାହ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରୀ ଗ୍ରାମରେ ରାମନବମୀ ଉତ୍ସବ ରେ ରୀତିନୀତି ଅନୁସାରେ ସୀତା ବିବାହ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅଞ୍ଚଳର ବହୁ ଜନସାଧାରଣ ସାମିଲ ହୋଇଥିଲେ।

ସମ୍ବଲପୁରୀ ସଟ୍ ଫିଲ୍ମ୍ ‘ଆମ୍ ଚଟିନ’ ର ଶୁଭମୁକ୍ତି

ସୋନପୁରିଆ ମନୋଜ କ୍ରିଏସନ୍ ପକ୍ଷରୁ ସମ୍ୱଲପୁରୀ ସଟ୍ ଫିଲ୍ମ୍ ” ଆମ୍ ଚଟନି ” ର ଶୁଭମୁକ୍ତି ହୋଇଯାଇଛି।

ନିତିଦିନିଆ ଜୀବନରେ ଘଟୁଥିବା ଘଟଣା ତଥା ଗାଁ ଜୀବନକୁ ପ୍ରାଧାନ୍ୟ ଦେଇ ଭିଡ଼ିଓ ପ୍ରସ୍ତୁତି ହୋଇଛି।

କାମରେ ଲାଗୁନି ଯାତ୍ରୀ ପ୍ରକ୍ଷାଳୟ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଭୁତିଆପାଲି ଛକ ନିକଟରେ ଥିବା ଯାତ୍ରୀ ପ୍ରକ୍ଷାଳୟ ଜନସାଧାରଣ କାମରେ ଲାଗୁନଥିଲା ଅଭିଯୋଗ ହେଉଛି।

ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ଚନ୍ଦଲି ସଂରକ୍ଷିତ ଜଙ୍ଗଲରେ ପାଣି, ହନ୍ତସନ୍ତ ବନ୍ୟଜନ୍ତୁ

ସୋନପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳର ସୁବଳୟା ରେଞ୍ଜ ସ୍ଥିତ ଚନ୍ଦଲି ସଂରକ୍ଷିତ ଜଙ୍ଗଲରେ ଥିବା ଜଳାଶୟ ଗୁଡିକରେ ପାଣି ନାହିଁ। ଫଳରେ ଉକ୍ତ ଜଙ୍ଗଲ ଥିବା ବିଭିନ୍ନ ବନ୍ୟଜନ୍ତୁ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଖୁବଶୀଘ୍ର ଏଥିପ୍ରତି ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ଦୃଷ୍ଟି ଦେବାକୁ ଦାବି ହେଉଛି।

ବିଧାୟକଙ୍କ ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ

ସୋନପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମନାଭ ବେହେରା ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।

ମିଳୁନି ପିଇବା ପାଣି, ହନ୍ତସନ୍ତ କ୍ରେତା ବିକ୍ରେତା

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଦୈନିକ ପନିପରିବା ବଜାର ଠାରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇ ନାହିଁ। ଫଳରେ ଏଠାକୁ ଆସୁଥିବା କ୍ରେତା ଓ ବିକ୍ରେତା ମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।

ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ଜଟେସିଂହା ରେ ଅସମ୍ପୂର୍ଣ୍ଣ ଅମୃତ ଧାରା ପ୍ରକଳ୍ପ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଅମୃତ ଧାରା।

ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଉକ୍ତ ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରିବାକୁ ଜନସାଧାରଣରେ ଦାବି ହେଉଛି।

ସରପଞ୍ଚଙ୍କ ଗାଁ’ରେ ବସୁଧା ଯୋଜନା ଫେଲ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରି ଗ୍ରାମରେ ଦୀର୍ଘ ବର୍ଷ ହେବ ବସୁଧା ଯୋଜନା ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ ହେଉଛି।

ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସୁବଳୟା ରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ସାନ ଦାଣ୍ଡ ସ୍ଥିତ ଶ୍ରୀରାମ କ୍ଲବ ପକ୍ଷରୁ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠ ରୁ ଉର୍ଦ୍ଧ ସଂକୀର୍ତ୍ତନ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

ବିଜେପି ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର

ସୋନପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।

ଏଥିରେ ବରିଷ୍ଠ ନେତା ସାମିଲ ହୋଇଥିଲେ ଜଣାଯାଇଛି।

Nuakhai wishes