କୁମୁରସିଂଙ୍ଗାରେ ବିଧାୟକଙ୍କ ପ୍ରଚାର

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁସିଂଙ୍ଗା ଗ୍ରାମରେ ବିଧାୟକ ପଦ୍ମନାଭ ବେହେରା ପହଞ୍ଚି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରୁଥିବା ଜଣାଯାଇଛି।

୫ ଲିଟର ମଦ ସହ ଜଣେ ଗିରଫ

ସୋନପୁର ଜିଲ୍ଲା ବୀରମହାରାଜପୁର ଥାନ ଅନ୍ତର୍ଗତ ମରିଚପୁର ଛକ ନିକଟରେ ବେଆଇନ ଭାବେ ମଦ କାରବାର ହେଉଥିବା ନେଇ ପୁଲିସ ଚଢ଼ାଉ କରିଥିଲା।

ଏଥିରେ ୫ ଲିଟର ମଦ ସହ ଜଣକୁ ଗିରଫ କରି ୧୧୮/୨୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

କଂଗ୍ରେସରୁ ଦଳରୁ ଇସ୍ତଫା ଦେଲେ ରାଜଗୋପାଲ

ସୋନପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି।

କେନଝିରିଆପାଲି ଉଚ୍ଚ ବିଦ୍ୟାଳୟ ରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ସୋନପୁର ଜିଲ୍ଲା ଜିଲ୍ଲା ବିରାମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଆଞ୍ଚଳିକ ଉଚ୍ଚବିଦ୍ୟାପୀଠ ଠାରେ ଶକ୍ତି ସଂରକ୍ଷଣ କ୍ଲବ ଆନୁକୂଲ୍ୟରେ ଶକ୍ତି ସଂରକ୍ଷଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଶକ୍ତି ର ସଦୁପଯୋଗ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଗଣିତ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଶକ୍ତି ସଂରକ୍ଷଣ ର ଉପାଦେୟତା ବିଷୟ ରେ ଆଲୋକପତ କରିଥିଲେ ।

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ସୋନପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଙ୍କ ନିର୍ବାଚନ ପ୍ରଚାର ଜୋରଦାର ହେଉଥିବା ଦେଖିବାକୁ ମିଳିଛି।

ବାଗବରରେ ପୃଥିବୀ ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ତିକୁଡା ଝରିଆ ଠାରେ ଆଜି ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମୀ ସାମିଲ ହୋଇଥିଲେ।

ବୀରମହାରାଜପୁରରେ ପୃଥିବୀ ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ଉପସ୍ଥିତ ଥିଲେ।

ବୁଠିପଦରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପୂର୍ଣ୍ଣାହୁତି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ ତୃତୀୟ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ।

Nuakhai wishes