ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

ନୂଆ ଇଲାକା ତିଆରି ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା ସୂଚନା ମିଳିଛି।

କୁତ୍ରା ମଝି ରାସ୍ତାରେ ଗୁଳିକାଣ୍ଡ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ କୁତ୍ରା ମଝି ରାସ୍ତାରେ ପିକଅପ୍‌ରେ ଥିବା ଛତିଶଗଡ଼ର ୨ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

ଅତର୍କିତ ଗୁଳି ଚାଳନା କରିଛନ୍ତି ୪-୫ ମୁଖା ପିନ୍ଧା ଯୁବକ। ଜଣଙ୍କ ଛାତି ଓ ଅନ୍ୟ ଜଣଙ୍କ ବେକରେ ବାଜିଛି ଗୁଳି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୁନ୍ଦରଗଡ଼ରେ ଠାବ ହେଲା ବିରଳ କଳା ବାଘ

ହେମଗିରି ରେଞ୍ଜର ଗର୍ଜନ ପାହାଡ଼ ଜଙ୍ଗଲରେ ବନ ବିଭାଗ କ୍ୟାମେରାରେ କଳା ବାଘ ଠାବ ହୋଇଥିବା ନେଇ ସୁନ୍ଦରଗଡ଼ DFO ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।

ପୂର୍ବରୁ ୨୦୧୮ରେ ଠାବ ହୋଇଥିଲା ଏହି କଳା ବାଘ।

ଇବ୍ ନଦୀରୁ ନିଖୋଜ ୩ ଜଣଙ୍କ ମିଳିଲା ମୃତଦେହ

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା କାକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଛି।

କାଲି ପରିବାର ସହ ବୁଲିବାକୁ ଆସି ୩ ଜଣ ଭାସି ଯାଇଥିଲେ। ସୁନ୍ଦରଗଡ଼ ସହର ସେମିନା ନିକଟ ଇବ୍ ନଦୀରେ ବୁଡ଼ିଯାଇଥିଲେ।

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ, ୩ ମୃତ

ରାଉରକେଲା ଲାଠିକଟା ମୁଣ୍ଡା ଜୋର୍‌ରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଆହତ ହୋଇଛନ୍ତି। ଆହତଙ୍କୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଝାଡ଼ଖଣ୍ଡରୁ ଆସିଥିଲେ।

ବସ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌; ୬ ଆହତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନାଭଟା ନିକଟରେ ବସ୍‌-ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି।

ବାଲେଶ୍ୱରରୁ ରାଉରକେଲା ଯିବା ବେଳେ ଦୁର୍ଘଟଣା ଘଟିଛି।

ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ରେଡ୍‌

କଚେରୀ ରୋଡ୍ ବିଶ୍ରା ଡାହାର ଛକରେ ବ୍ୟବସାୟୀଙ୍କ ଅଫିସ୍, ଘର, ଗୋଦାମରେ ଚଢ଼ାଉ କରିଛି ଇଡି।

ସଂପୃକ୍ତ ବ୍ୟକ୍ତି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ବହୁ ବ୍ୟବସାୟରେ ସଂପୃକ୍ତ ଅଛନ୍ତି।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରିଷ୍ଠ କିରାଣି

ରାଉରକେଲା ଜେଲ୍ ରୋଡ୍ ଇଏସଆଇ ମେଡିକାଲର ବରିଷ୍ଠ କିରାଣି ଅଭିରାମ ସାହୁ ବିଲ୍ ପାସ୍ ପାଇଁ ୧୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଧରିଛି।

ଭୁଜାଲିରେ ହାଣି ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ୍‌

ରାଜଗାଙ୍ଗପୁର ଜାମପାଲି ଛକରେ ୪ ଦୁର୍ବୃତ୍ତ ବାଇକରେ ଆସି ଭୁଜାଲି ମାଡ଼ କରି ୨ ଲକ୍ଷ ଟଙ୍କା ଲୁଟି ନେଲେ।

ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଭୁଜାଲିରେ ହାଣି ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ୍‌

ରାଜଗାଙ୍ଗପୁର ଜାମପାଲି ଛକରେ ୪ ଦୁର୍ବୃତ୍ତ ବାଇକରେ ଆସି ଭୁଜାଲି ମାଡ଼ କରି ୨ ଲକ୍ଷ ଟଙ୍କା ଲୁଟି ନେଲେ।

ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି।

Nuakhai wishes