ବ୍ୟାଙ୍କରେ ଜମା ହେଲା ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା

୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଟଙ୍କା କାନାରା ବ୍ୟାଙ୍କରେ ଜମା ହୋଇଛି।

୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

୯ ବର୍ଷୀୟ ନାବାଳିକାର ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓଡ଼ିଆ ଆଲପୁର ଗାଁରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି।

ଘରେ ବାପା ଓ ସାନ ଭାଇ ଥିବାବେଳେ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି। ବାପାକୁ ଅଟକ ରଖି ଖଲ୍ଲିକୋଟ ପୁଲିସ ପଚରାଉଚରା କରିଛି।

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ: ସୀମାବର୍ତ୍ତୀ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି, ପଡ଼ୋଶୀ ରାଜ୍ୟରୁ ଟଙ୍କା, ନିଶାଦ୍ରବ୍ୟ ଚାଲାଣ ସମ୍ଭାବନା ରହିଥିବାରୁ ସୀମାବର୍ତ୍ତୀ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ କରାଯାଇଛି।

ନକ୍ସଲପ୍ରବଣ ଅଞ୍ଚଳରେ ସୀମାବର୍ତ୍ତୀ ରାଜ୍ୟ ସହ ସମନ୍ବୟ ରକ୍ଷା କରିବୁ। ସୋସିଆଲ୍ ମିଡିଆର କଣ୍ଟେଣ୍ଟ ଉପରେ ତୀକ୍ଷଣ ନଜର ରହିଛି କହିଛନ୍ତି ଡିଜିପି।

ତ୍ରି ସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାରେ ୱାର୍ଡ଼ ସଭ୍ୟାଙ୍କୁ ଅଣଦେଖା ଅଭିଯୋଗ

ତ୍ରି ସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାରେ ୱାର୍ଡ଼ ସଭ୍ୟାଙ୍କୁ ଅଣଦେଖା କରାଯାଇଅଛି ବୋଲି ଅଲିଭା ଗ୍ରାମ ପଞ୍ଚୟତ ମହିଳା ପ୍ରତିନିଧି ମହାସଂଘ ତରଭା ବ୍ଲକ୍ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ସରପଞ୍ଚ ଓ ନାଏବ ସରପଞ୍ଚ ମାନଙ୍କୁ ସମ୍ମାନ ସୂଚକ ଭତ୍ତା ବୃଦ୍ଧି କରିଛନ୍ତି। କିନ୍ତୁ ୱାର୍ଡ଼ ସଭ୍ୟ ସଭ୍ୟା ମାନଙ୍କୁ ପାତର ଅନ୍ତର କରି ୨୪୦ ଟଙ୍କାରୁ ମାତ୍ର ୪୮୦ ଟଙ୍କା ବୃଦ୍ଧି କରାଯାଇଛି। ଏହି କ୍ରମରେ ସେମାନେ ତରଭା ଗୋଷ୍ଠୀ ଉନ୍ନୟନଅଧିକାରୀଙ୍କୁ ତିନି ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।

ମାଂସ ନ ଦେଲେ ବୃଦ୍ଧାଙ୍କ ମୃତଦେହ ସଂସ୍କାର ନକରିବାକୁ କୁଟୁମ୍ବଙ୍କ ଜିଦ୍‌

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜଇବିଲା ଗାଁରେ ଏହି ଘଟଣା ଘଟିଛି। ଗାଁର ଜନୈକା ବୃଦ୍ଧାଙ୍କ ଗତ ଶନିବାର ସ୍ୱାଭାବିକ ମୃତ୍ୟୁ ଘଟିଥିଲା। ପୂର୍ବରୁ ବାହାଘର ବେଳେ ବୃଦ୍ଧାଙ୍କ ପୁଅ ଗାଁରେ ଭୋଜି ଦେଇନଥିଲେ।

ପୂର୍ବର ଭୋଜି ପାଇଁ ଏବେ ବୃଦ୍ଧାଙ୍କ ପୁଅଠାରୁ ୧୦କେଜି ମାଂସ ଦାବି କରିଛନ୍ତି କୁଟୁମ୍ବ। ମାଂସ ନଦେଲେ ଶବ ସଂସ୍କାର ନକରିବାକୁ ଅଡ଼ି ବସିଛନ୍ତି। ଫଳରେ ୩ ଦିନ ହେଲାଣି ଘରେ ପଡ଼ିଛି ଶବ।

ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

ନୂଆ ଇଲାକା ତିଆରି ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା ସୂଚନା ମିଳିଛି।

ଲିଫ୍ଟ ମାଗି ବାଇକରେ ଯିବାବେଳେ ଦୁର୍ଘଟଣା; ଛାତ୍ରୀ ମୃତ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଖୁଣ୍ଟବାଡ଼ି ଗାଁ ନିକଟରେ ଦୁର୍ଘଟଣା ଘଟିଛି।

ବାଇକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ। ବାଇକ୍ ଚାଳକ ଗୁରୁତର ଥିବାବେଳେ ଲିପ୍ଟ ମାଗି ଯାଉଥିବା ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି।

ସୁପ୍ରିମକୋର୍ଟରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ।

ନିକଟରେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ।

ସିସୋର ଠକେଇ: ଇଡିରେ ପ୍ରଶାନ୍ତ ଦାସ

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଶାନ୍ତ ଦାସ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି।

୫୭୮ କୋଟି ଟଙ୍କା ଠକେଇର ପଲିଟିକାଲ ଲିଙ୍କ୍‌ ନେଇ ଜେରା କରୁଛି ଇଡି।

ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ମାମଲା: ଅନ୍ତ ଘଟାଇଲେ ହାଇକୋର୍ଟ

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲାର ଶୁଣାଣି କରି ଅନ୍ତ ଘଟାଇଲେ ହାଇକୋର୍ଟ।

ECI ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନାକଲେ କୋର୍ଟ। ଇସିଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ପୁଣି ଆସିପାରିବେ କହିଛନ୍ତି ହାଇକୋର୍ଟ। ବିଜେପି ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ହୋଇଥିଲା ଆବେଦନ।

Nuakhai wishes