ଅପରେସନ୍ ପ୍ରହାରରେ ୧୨୭ ନିଶା ବେପାରୀ ଗିରଫ
ସମ୍ବଲପୁର, ସୋନପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡ଼ରୁ ୧୨୭ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ।
୫ ଜିଲ୍ଲାରୁ ୧୪ କୋଟି ୩୨ ଲକ୍ଷ ୧୪ ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି।
Credible Local News of Odisha
ସମ୍ବଲପୁର, ସୋନପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡ଼ରୁ ୧୨୭ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ।
୫ ଜିଲ୍ଲାରୁ ୧୪ କୋଟି ୩୨ ଲକ୍ଷ ୧୪ ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି।
ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦୁର୍ଗା ମନ୍ଦିରରେ ଆଜି ମା’ ଦୁର୍ଗାଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଯାଇଛି।
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଂଚଳରେ ଭୟଙ୍କର ବାଣ ବିସ୍ଫୋରଣରେ ଜିଆଁକଟା-ଛତ୍ରପୁର ଗାଁରେ କୋଠା ଘର ଭୁଶୁଡ଼ିପଡ଼ିଛି।
ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ପୋଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମଣ୍ଡଳ ବିଜେପି ପକ୍ଷରୁ ସେବାପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଓ ଟ୍ୟାକ୍ସି ଷ୍ଟାଣ୍ଡ ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା । ମଣ୍ଡଳ ସଭାପତି ସୁମନ୍ତ ଜଗଦଲାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଉଷା କୁମାରୀ, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜିକା ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ମିଶ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା, ବିପିନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।
ସୋନପୁର ଜିଲ୍ଲା ବୀରମହାରାଜପୁର ତ୍ରୀବେଣୀ ଛକ ଦୁର୍ଗା ମନ୍ଦିର ରେ ନବରାତ୍ର ପୂଜା ଅବସରରେ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନୋରଞ୍ଜନ ଦାସ ପୂଜା କାର୍ଯ୍ୟ ତୁଲାଇଥିଲେ। ବହୁ ସଂଖ୍ୟକ ମହିଳା ପୁରୁଷ କଳସ ଯାତ୍ରା ରେ ସାମିଲ ହୋଇଥିଲେ।
ବର୍ଷା ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍ କରାଯାଇ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ହୋଇଛି।
ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପବିତ୍ର ମହାଳୟା ଅବସରରେ ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ ମା’ ସମଲେଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ ରହିଛନ୍ତି।
ଧବଳମୁଖୀ ବେଶ ଦେଖିଲେ ଗଙ୍ଗା ଦର୍ଶନର ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି।
୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି।
ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ଏବଂ ୨୫ ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସମ୍ବଲପୁରରେ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି।
ପାର୍ବଣ ପୂର୍ବରୁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବ ନାହିଁ। ନୂଆପଡ଼ା ଉପନିର୍ବାଚନରେ ପଦ୍ମ ଫୁଟିବ ବୋଲି କହିଛନ୍ତି ମନମୋହନ।
ସୋନପୁର ଜିଲ୍ଲା ତେଲେଣ୍ଡାରେ ମା’ ରାମଚଣ୍ଡୀଙ୍କ ଷୋଡ଼ଶ ପୂଜାର ସମସ୍ତ ରାତିରେ ମା’ଙ୍କ ସତୀ ବେଶ ଅନୁଷ୍ଠିତ ହୋଇଯାଇଛି।