ଆମ୍ବ ତୋଟାରେ ବିଜୟ ସଂକଳ୍ପ ସମାବେଶ

ପାଟଣା ନିର୍ବାଚନ ମଣ୍ଡଳୀର ଅଧିନସ୍ଥ ଚମ୍ପୁଆ ବ୍ଲକ ଟାଙ୍ଗରବନ୍ତଳା ଗ୍ରାମ ଆମ୍ବ ବାଗାନରେ ଭାଜପା ପ୍ରାର୍ଥୀ ଅଖିଳ ନାୟକଙ୍କ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଆଖପାଖ ପଂଚାୟତର ବହୁ ଲୋକ ଏହି ସମାବେଶରେ ସାମିଲ ହୋଇଥିଲେ। ମୋଦିଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ସଙ୍କଳ୍ପକୁ ଉଜାଗର କରିବା ସହ କ୍ଷମତାକୁ ଆସିଲେ ଅଞ୍ଚଳର ବହୁବିଧ ବିକାଶ କରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିରଜା ମିଶ୍ର, ରାଧାକାନ୍ତ ମହାନ୍ତ, ସୁବ୍ରତ ମହାନ୍ତି, କମଳା କାନ୍ତ ଦାଶ ସମେତ ବହୁ ଯୋଗ ଦେଇ ମୋଦି ସରକାରଙ୍କ ଉପଲବ୍ଧି ଓ ଗ୍ୟାରେଣ୍ଟି ବିଷୟରେ କହିଥିଲେ।

ମା ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଜିଲ୍ଲାର ସମସ୍ତ କଂଗ୍ରେସ ପ୍ରାର୍ଥୀ

ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ବିଧାନସଭା ଓ ସାଂସଦୀୟ କ୍ଷେତ୍ରର ଜାତୀୟ କଂଗ୍ରେସ ପାର୍ଟିର ଦଳୀୟ ପ୍ରାର୍ଥୀମାନେ ମା’ ତାରିଣୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି।

ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ସଦର ବିଧାୟିକା ପ୍ରାର୍ଥୀନୀ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆ ବିଧାନସଭା ପାର୍ଥୀ ଯଶବନ୍ତ ସିଂ ଲାଗୁରି, ତେଲକୋଇ ନିର୍ବାଚନ ମଣ୍ଡଳର ନିର୍ମଳ ନାୟକ ସମେତ ଜିଲ୍ଲା ସଭାପତି ମୋହନ ପରିଡ଼ା ଓ ଅନ୍ୟ ବରିଷ୍ଟ ନେତା ସମେତ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ଦଳ ତଥା ପ୍ରାର୍ଥୀଙ୍କ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ।

ପଟାସ ଜଙ୍ଗଲରେ ନିଆଁ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ରାଜନଗର ଗ୍ରାମର ଦେଓଗାଁ ଗ୍ରାମ୍ୟ ପଟାସ ଜଙ୍ଗଲରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ଗଛ ଜଳିପଡି ନଷ୍ଟ ହୋଇଯାଇଥିବା ବେଳେ ଜଙ୍ଗଲ ନିଆଁ ଗାଁ ମୁହାଁ ହେଉଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିଲେ ।

ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ସାରା ଗାଁ ଧୂଆଁମୟ ହୋଇପଡିଥିଲା। ସ୍ଥାନୀୟ ଲୋକେ ପାଣି ବୋହି ନିଆଁ ଲିଭାଇ କୁ ଚେଷ୍ଟା କରିଥିବା ବେଳେ ନିଆଁ ଲିଭା କାର୍ଯ୍ୟରେ ଗୋଟିଏ ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହଛି।

ଗୋଠ ଛଡ଼ା ଦନ୍ତା ଭାଙ୍ଗିଲା ୨ଘର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ବଡ ଧନୁର୍ଯ୍ୟୟପୁର ଗ୍ରାମର ଟୁନା ମାଝୀଙ୍କ ଖପର ଘରକୁ ଶନିବାର ବିଳମ୍ୱିତ ରାତ୍ରୀରେ ଗୋଠ ଛଡ଼ା ଦନ୍ତା କାନ୍ଥ ଭାଙ୍ଗିବା ସହ ମୁଶାଖୋରି ମାଣ୍ଡିଆ ସାହିର ରଶ୍ମିତା ମୁଣ୍ଡାଙ୍କ ଆଜବେଷ୍ଟସ ଘର କାନ୍ଥ ଭାଙ୍ଗି ଦେଇଛି।

ଏଥି ସହ ଦନ୍ତା ଘର ଭିତରେ ଥିବା ଧାନ ଚାଉଳ ସବୁ ଖାଇଦେଇଛି। ଦନ୍ତା ଏବେ ମୂଷା ଖୋରି ଗ୍ରାମ୍ୟ ଜଙ୍ଗଲ ରେ ଡେରା ପକାଇଛି।

ମା’ଙ୍କ ଆଶିଷ ନେଇ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ ଆଖିଳ ନାୟକ

ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ଆଜି ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ ନିର୍ବଚନ ପ୍ରଚାର ଆରମ୍ଭ କରିଛନ୍ତି।

ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବିରଜା ମିଶ୍ର, ସୁବ୍ରତ ମହାନ୍ତି, କମଳା କାନ୍ତ ଦାଶ ସମେତ ଜିଲ୍ଲା ତଥା ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ତଥା ନିର୍ବାଚନ ମଣ୍ଡଳୀ ତାଙ୍କ ସମର୍ଥକମାନେ ସାମିଲ ହୋଇ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ମୋଦି ସରକାରଙ୍କ ଉପଲବ୍ଧି ଓ ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ଶହ ଶହ ସଂଖ୍ୟାରେ ସମର୍ଥକ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ।

ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗୁଲୁଦୀପଶି ଡ଼ିମିରିଡିହା ରାସ୍ତାର ବାଙ୍କ ନିକଟରେ ରବିବାର ଏକ ୧୪ ଚକିଆ କଲଭର୍ଟ ପୋଲର ସାଇଡରେ ଚକ ପଡିଯିବାରୁ ଟ୍ରକ୍ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଅଳ୍ପକେ ଚଳକବର୍ତ୍ତି ଯାଇଛନ୍ତି। ସ୍ଥାନିୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି।

ନିଖୋଜ ବୃଦ୍ଧଙ୍କ ମୃତ ଦେହ ଜଙ୍ଗଲରୁ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭାଲିଆଡାଳ ଗ୍ରାମର ଜଣେ ୯୦ ବର୍ଷୀୟ ବୃଦ୍ଧ ଶୁକ୍ରବାର ସକାଳୁରୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ। ଶନିବାର ବୃଦ୍ଧଙ୍କ ମୃତଦେହ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରଇବୁ।

ସୂଚନା ଅନୁଯାୟୀ ରଇବୁ ଶୁକ୍ରବାର ସକାଳୁ ନଦୀକୁ ଗାଧୋଇ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଶନିବାର ସକାଳୁ ଗାଁ ନିକଟ ଶାଳ ଜଙ୍ଗଲରୁ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ।

ମୁରୁସୁଆଁ ଗ୍ରାମର ୱାର୍ଡସଭ୍ୟାଙ୍କ ବିୟୋଗ

ସଦର ବ୍ଳକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମର ୫ନଂ ୱାର୍ଡସଭ୍ୟା ଧ୍ୟାନମତି ମାଝୀ(୩୨)ଙ୍କ ଆଜି ସକାଳେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି

।ସେ ପ୍ରଥମେ ଥାଇରୋଡ ରୋଗରେ ଆକ୍ରାନ୍ତ ହୋଇଥିଲେ ପରେ ପରେ ସ୍ବାସ୍ଥ୍ୟ ‍ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ବର ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଛି।ଆଜି ଗ୍ରାମର ଶ୍ମସାନରେ ତାଙ୍କର ଶେଷକୃତ୍ୟ ସଂମ୍ପନ୍ନ ହୋଇଛି।ମୃତ୍ୟୁଶର୍ଯ୍ୟା ନିକଟରେ ସ୍ବାମୀ ବିରଞ୍ଚି ମାଝୀ,ଦୁଇ ପିଲା,ଦିଅର ମନ୍ତ୍ରୀ ମାଝୀ ପରିବାର ବର୍ଗ ଉପସ୍ଥିତଥିଲେ।

ନାବାଳିକା ବଳାତ୍କାର ଘଟଣାରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ

ସ୍ଥାନୀୟ ଫାଷ୍ଟଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର, ଏକ ୧୨ ବର୍ଷ ବୟସ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ସରାସ ଗ୍ରାମର ଅଂଶୁମାନ ମହାପାତ୍ର (୩୨)ଙ୍କୁ ବିଭିନ୍ନ ଧାରାରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ନାବାଳିକାକୁ ପାଠ ପଢାଇବା ଆଳରେ ଆସାମୀ ଅଂଶୁମାନଙ୍କ ସ୍ତ୍ରୀ ଘରକୁ ଆଣି ଘରେ ରଖି ବିଭିନ୍ନ କାମ କରାଉଥିଲେ। ପୋଲିସ ଅନୁସନ୍ଧାନ ରିପୋର୍ଟ ଓ ୧୬ଜଣ ସାକ୍ଷୀଙ୍କ ବୟନକୁ ଭିତି କରି ଉପରୋକ୍ତ ଦଣ୍ଡାଦେଶ କରିଥିବା ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ସୂଚନା ଦେଇଛନ୍ତି ।

ନାବାଳିକା ବଳାତ୍କାର ଘଟଣାରେ ୨୦ ବର୍ଷ ଜେଲ ଦଣ୍ଡାଦେଶ

ସ୍ଥାନୀୟ ଅତିରିକ୍ତ ଓ ସ୍ୱତନ୍ତ୍ର ଜିଲା ଦୌରାଜଜ (ପୋକ୍ସୋ) ଶୁଭଶ୍ରୀ ତ୍ରିପାଠୀ ଆଜି ଏକ ୧୪ ବର୍ଷର ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ବାଙ୍ଗିରି ଓରଫ ଶିଶିର ଡାଙ୍ଗୁଆ (୨୫) ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ ଜେଲ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି ।

ଫାଇନ ଅନାଦେୟ ଏକ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି । । ପୀଡ଼ିତା ବାପା ଓ ମା ମରିଯିବା ଏକୁଟିଆ ଘରୁ ପଳାଇ ଯାଇ ଟାଉନ ଥାନା ଡିମ୍ବୋ ପଂଚାୟତ ଅଫିସ ନିକଟରେ ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲା ସେଠାରେ ସେ ୨୭ ମାର୍ଚ୍ଚ ୨୦୨୨ରେ ବଳାତ୍କାର ର ଶିକାର ହୋଇଥିଲା।

Nuakhai wishes