ଲିଙ୍ଗରାଜ ଅଞ୍ଚଳରେ ୪ ଲୁଟେରା ଗିରଫ

ଭୁବନେଶ୍ବର ଲିଙ୍ଗରାଜ ଅଞ୍ଚଳରୁ ୪ ଲୁଟେରା ଗିରଫ ହୋଇଥିବା ବେଳେ ଲୁଟେରାଙ୍କଠାରୁ ୧୭୧ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି।

ଏମାନେ ପଲସର ବାଇକରେ ଆସି ଲୁଟ କରୁଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି।

ଗୃହ ଅଚଳାବସ୍ଥା ଦୂର ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଚାଲିଥିବା ବେଳେ
ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଦାମ ମାରାଣ୍ଡି, ବିରୋଧୀଦଳ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବୈଠକରେ ଉପସ୍ଥିତ ଅଛନ୍ତି।

ପଦ୍ମପୁରରେ ୩ ଜଣଙ୍କ ଘରେ ଆୟକର ବିଭାଗର ରେଡ୍

ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ପଦ୍ମପୁର ବହିଦାର ପଡାର ମହମ୍ମଦ ସାଜିଦ୍, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲଙ୍କ ଘରେ ଚଢାଉ ଚାଲିଛି। 

ଘଟଣାସ୍ଥଳରେ ସଶସ୍ତ୍ର ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

ଇଟା ଭାଟି ମାଲିକଙ୍କୁ ବୀଭତ୍ସ ହତ୍ୟା

କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ମୃତକ ପାତାପାଟ ଗାଁର। ହେଲେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ପଦ୍ମପୁରରେ ୩ ଜଣଙ୍କ ଘରେ ଆୟକର ବିଭାଗର ରେଡ୍

ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ପଦ୍ମପୁର ବହିଦାର ପଡାର ମହମ୍ମଦ ସାଜିଦ୍, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲଙ୍କ ଘରେ ଚଢାଉ ଚାଲିଛି। 

ଘଟଣାସ୍ଥଳରେ ସଶସ୍ତ୍ର ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

ସୋହେଲା ଲେବଡି ଗ୍ରାମ ରାସ୍ତାରେ ସଡକ ଦୁର୍ଘଟଣା

ଆଜି ସକାଳୁ ବରଗଡ ଜିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ ଲେବିଡି ଗ୍ରାମକୁ ଯାଉଥିବା ରାସ୍ତାରେ କାର ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ
କାର ଚାଳକ ଭାରସାମ୍ୟ ହରାଇ ରାସ୍ତା ପାଖ ବିଲ ଭିତରକୁ
ଖସି ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।

ଗାଇସିଲେଟରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ପ୍ରଦର୍ଶନ

ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ର ସମସ୍ତ ଅଙ୍ଗନବାଡ଼ି କର୍ମୀମାନେ ଏକତ୍ରିତ ହୋଇ ଗାଇସିଲେଟ ଠାରେ ସ୍ଥିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପ୍ରକାରର ଦାବି ସହ ଧାରଣା ପ୍ରଦର୍ଶନ କରିଛନ୍ତି।

ଗଞ୍ଜେଇ ଚାଷ ନଷ୍ଟ ପାଇଁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ବର୍ତ୍ତିଲେ ୫୦ ବନ କର୍ମଚାରୀ

ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନକର୍ମଚାରୀ ଯାଉଥିବା ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।

ତେବେ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ ଗାଡି ଉଡାଇବା ପାଇଁ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜା ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିସ୍ପୋରକ ସାମଗ୍ରୀ ଓ କିଛି ତାର ଜବତ ହୋଇଛି।

Nuakhai wishes