ପୂର୍ତ୍ତ ବିଭାଗ ଯନ୍ତ୍ରୀ-ଠିକାଦାର ବିବାଦ ଉଗ୍ର

ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ନାଁରେ ଟାଉନ ଥାନାରେ ଠିକାଦାର ପ୍ରେମରଂଜନ ପାଣିଗ୍ରାହୀ ଏତଲା କରିଛନ୍ତି।

ଠିକାଦାର ପ୍ରେମରଂଜନଙ୍କ ନାଁରେ ଅଧିକ୍ଷଣ ଯନ୍ତ୍ରୀ ପାଲଟା ଅଭିଯୋଗ କରିଛନ୍ତି।

ବଲାଙ୍ଗିର ପୋଲିସ ଦ୍ବାରା ୨ ସାଇବର ଲୁଟେରା ଗିରଫ

ସଦର ଥାନା ଚୂଡ଼ାପାଲିର ଦେବାଶିଷ କାଣ୍ଟି ଓ ସୌମ୍ୟରଞ୍ଜନ କବାଟ ଗିରଫ ହୋଇଛନ୍ତି। କ୍ରାଇମବ୍ରାଞ୍ଚ ସୂଚନା ଆଧାରରେ ଉଭୟଙ୍କୁ ବାନ୍ଧିଲା ପୋଲିସ। ଲୋକଙ୍କୁ ଅଳ୍ପ ଟଙ୍କା ଦେଇ ସେମାନଙ୍କ ଠାରୁ ଡକ୍ୟୁମେଣ୍ଟ ସଂଗ୍ରହ କରୁଥିଲେ। ଡକ୍ୟୁମେଣ୍ଟ ଆଧାରରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଅପବ୍ୟବହାର କରୁଥିଲେ।

୨ ମାସରେ ୫ କୋଟି ଟଙ୍କାର ଟ୍ରାଞ୍ଜାକସନ୍ କରିଥିବା ସୂଚନା ମିଳିଛି।ସାଇବର ଠକେଇରେ ସଂପୃକ୍ତ ଥିଲେ, ପଶ୍ଚିମବଙ୍ଗ ଲିଙ୍କ୍ ଥିବା ସୂଚନା ମିଳିଛି।

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ମାଲବାହୀ ଟ୍ରେନ୍‌ର ଗୋଟିଏ ୱାଗନରେ ନିଆଁ ଲାଗିଛି। ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ହରିଶଙ୍କର ରୋଡ୍ ଷ୍ଟେସନ ପାର୍ ହେବା ପରେ ଜଣାପଡ଼ିଲା ଅଗ୍ନିକାଣ୍ଡ। ତୁରେକେଲା ରୋଡ୍ ଷ୍ଟେସନରେ ଟ୍ରେନ୍ ଅଟକିବା ପରେ ନିଆଁ ଲିଭା ଉଦ୍ୟମ ଜାରି ରହିଛି।

ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ଆର-ନାଇନର ବରିଷ୍ଠ ତଥା ପୂରଖା ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

ଆଜି ୧୨ଘଣ୍ଟିଆ ସଇଁତଳା ବନ୍ଦ

ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ଆଜି ସକାଳ ୬ଟାରୁ ସଂଧ୍ୟା ୬ ଯାଏଁ ହେବାକୁ ଥିବା ଆନ୍ଦୋଳନକୁ ବିଭିନ୍ନ ସଂଗଠନର ସମର୍ଥନ କରିଛନ୍ତି।

ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

୧୨ ଘଣ୍ଟିଆ ଲାଠୋର ବନ୍ଦ

୩ ଦଫା ଦାବି ନେଇ ୧୨ ଘଣ୍ଟିଆ ଲାଠୋର ସହର ବନ୍ଦ ପାଳନ କରାଯାଉଛି। ଆଜି ସଂଧ୍ୟା ୬ ଯାଏଁ ସହରର ଦୋକାନ ବଜାର ବନ୍ଦ ରହିଛି।ଆନ୍ଦୋଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

ଏନ୍ଏସି ମାନ୍ୟତା ଦାବିରେ ସିନ୍ଧିକେଲା ବନ୍ଦ

ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ସିନ୍ଧିକେଲା ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣାଗଡ଼ ବେଲପଡ଼ା ଛକ ସ୍ଥିତ ଘରୁ ୧୦ ଭରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକ ନୂଆଁଖାଇ ପାଇଁ ଗାଁକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଆଲମାରୀ ଭାଙ୍ଗି ୫୦ ହଜାର ଟଙ୍କା ସହ ୧୦ ଭରି ସୁନା ଚୋରି ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।

କଣ୍ଟାବାଞ୍ଜି ଓ ସଇଁତଳା ଆଇଆଇସିଙ୍କ ବଦଳି

ସ୍ବାମୀଙ୍କ ଦବଙ୍ଗଗିରିକୁ ନେଇ ଅଡୁଆରେ ପଡ଼ିଥିବା କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ବଦଳି ସଇଁତଳାକୁ କରାଯାଇଛି।

ସେହିପରି ବଡ଼ମାଲ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ଘଟଣାରେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇ ଅଡୁଆରେ ପଡ଼ିଥିଲେ। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ ଆଇଆଇସିଙ୍କ ସ୍ବାମୀ

କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କ ସ୍ବାମୀ ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକ ପ୍ରତିବାଦ କରିଛନ୍ତି।

ଥାନାରେ SDPO ଓ IIC ମାଡାମ୍‌ଙ୍କୁ ଘେରିଲେ ଉତ୍ୟକ୍ତ ଲୋକେ। ଆଇଆଇସିଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କରିନଥିବା ଅଭିଯୋଗ ହୋଇଛି। ଶେଷରେ ସର୍ବସାଧାରଣରେ ଭୁଲ୍‌ ମାଗିଲେ ଆଇଆଇସିଙ୍କ ସ୍ବାମୀ।

Nuakhai wishes