ଆଜି ୧୨ଘଣ୍ଟିଆ ସଇଁତଳା ବନ୍ଦ

ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ଆଜି ସକାଳ ୬ଟାରୁ ସଂଧ୍ୟା ୬ ଯାଏଁ ହେବାକୁ ଥିବା ଆନ୍ଦୋଳନକୁ ବିଭିନ୍ନ ସଂଗଠନର ସମର୍ଥନ କରିଛନ୍ତି।

ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

୧୨ ଘଣ୍ଟିଆ ଲାଠୋର ବନ୍ଦ

୩ ଦଫା ଦାବି ନେଇ ୧୨ ଘଣ୍ଟିଆ ଲାଠୋର ସହର ବନ୍ଦ ପାଳନ କରାଯାଉଛି। ଆଜି ସଂଧ୍ୟା ୬ ଯାଏଁ ସହରର ଦୋକାନ ବଜାର ବନ୍ଦ ରହିଛି।ଆନ୍ଦୋଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

ଏନ୍ଏସି ମାନ୍ୟତା ଦାବିରେ ସିନ୍ଧିକେଲା ବନ୍ଦ

ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ସିନ୍ଧିକେଲା ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣାଗଡ଼ ବେଲପଡ଼ା ଛକ ସ୍ଥିତ ଘରୁ ୧୦ ଭରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକ ନୂଆଁଖାଇ ପାଇଁ ଗାଁକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଆଲମାରୀ ଭାଙ୍ଗି ୫୦ ହଜାର ଟଙ୍କା ସହ ୧୦ ଭରି ସୁନା ଚୋରି ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।

କଣ୍ଟାବାଞ୍ଜି ଓ ସଇଁତଳା ଆଇଆଇସିଙ୍କ ବଦଳି

ସ୍ବାମୀଙ୍କ ଦବଙ୍ଗଗିରିକୁ ନେଇ ଅଡୁଆରେ ପଡ଼ିଥିବା କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ବଦଳି ସଇଁତଳାକୁ କରାଯାଇଛି।

ସେହିପରି ବଡ଼ମାଲ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ଘଟଣାରେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇ ଅଡୁଆରେ ପଡ଼ିଥିଲେ। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ ଆଇଆଇସିଙ୍କ ସ୍ବାମୀ

କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କ ସ୍ବାମୀ ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକ ପ୍ରତିବାଦ କରିଛନ୍ତି।

ଥାନାରେ SDPO ଓ IIC ମାଡାମ୍‌ଙ୍କୁ ଘେରିଲେ ଉତ୍ୟକ୍ତ ଲୋକେ। ଆଇଆଇସିଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କରିନଥିବା ଅଭିଯୋଗ ହୋଇଛି। ଶେଷରେ ସର୍ବସାଧାରଣରେ ଭୁଲ୍‌ ମାଗିଲେ ଆଇଆଇସିଙ୍କ ସ୍ବାମୀ।

ଆଜିଠୁ ଓଡ଼ିଶା ପୋଲିସର ‘ଅପରେସନ ଗଜ’

ବଲାଙ୍ଗିରରେ ଆରମ୍ଭ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି। ଗଞ୍ଜେଇ ଚୋରାଚାଲାଣର ମୂଳତ୍ପାଟନ ପାଇଁ ‘ଅପରେସନ ଗଜ’ ଆରମ୍ଭ ହୋଇଛି।
ବେପାରୀଠାର ଗ୍ରାହକ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରିବ ପୋଲିସ।

୩ୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା; ଶିକ୍ଷକ ନିଲମ୍ବିତ

ଟିଟିଲାଗଡ଼ ସଇଁତଳା ବ୍ଲକ୍‌ ବୁଦ୍ରାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟଣା ଘଟିଛି। ଶିକ୍ଷକ ପ୍ରତାପ ନନ୍ଦଙ୍କୁ ନିଲମ୍ବନ କଲେ ବ୍ଲକ୍‌ ଶିକ୍ଷା ଅଧିକାରୀ। ୨୨ ତାରିଖରେ ଛାତ୍ରଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା।

ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୁଲିସ୍ ମୁହାଁମୁହିଁ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି। ୫ ଦିନ ତଳେ ପୁଅ-ଝିଅ ଫେରାର୍ ଥିଲେ ନେଇ ଝିଅ ଘର ଲୋକେ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ପାଇ ପୋଲିସ ଏକ ଘରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର କରି ନେବା ବେଳେ ଝିଅ ଘର ଲୋକ ପୁଅକୁ ଆକ୍ରମଣ କରିବା ବେଳେ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି। ପୋଲିସକୁ ଆକ୍ରମଣ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି।

Nuakhai wishes