ଟିଟିଲାଗଡ଼ ଜେଲ୍‌ରେ ଡିଆଇଜି

ଟିଟିଲାଗଡ଼ ଜେଲ୍‌ରୁ ୨ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିବା ଘଟଣାରେ ତଦନ୍ତ ପାଇଁ ଟିଟିଲାଗଡ଼ ଜେଲ୍‌ରେ ପହଞ୍ଚିଲେ ଜେଲ୍‌ ବିଭାଗ ଡିଆଇଜି।

ଜେଲ୍‌ ବିଭାଗ ଡିଆଇଜି କୁଳମଣି ବେହେରାଙ୍କ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଡିଆଇଜିଙ୍କ ସହ ବଲାଙ୍ଗିର ଜେଲ୍‌ ଅଧୀକ୍ଷକ ମଧ୍ୟ ପହଞ୍ଚିଛନ୍ତି।

ଲାଞ୍ଚ ନେଇ ଧରାପଡ଼ିଲେ ବିଆରଏସ

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବଲାଙ୍ଗିର ଦେଓଗାଁ ବିଆରଏସ ମଧୂସୁଦନ ପଟେଲଙ୍କୁ ଧରିଲା ଭିଜିଲାନ୍ସ।

ଶୌଚାଳୟ ନିର୍ମାଣ ପାଇଁ ବିଲ୍‌ ଦେବାକୁ ଲାଞ୍ଚ ନେଉଥିଲେ। ଧରାପଡ଼ିବା ପରେ ମଧୂସୁଦନଙ୍କ ବିଭିନ୍ନ ଠିକଣାରେ ରେଡ୍ ଚାଲିଛି।

ବୃଦ୍ଧ ନିଖୋଜ ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ କରାଡୁଙ୍ଗୁରି ଗାଁରେ ଏହି ଘଟଣା ଘଟିଛି।

ବୃଦ୍ଧ ନିଖୋଜ ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ କରାଡୁଙ୍ଗୁରି ଗାଁରେ ଏହି ଘଟଣା ଘଟିଛି।

୫ ହଜାର ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଲେ ଅମିନ

ବଲାଙ୍ଗିର ଆଗଲପୁର ଅମିନ ସଦାନନ୍ଦ ସାହୁଙ୍କୁ ଧରିଲା ଭିଜିଲାନ୍ସ।

ଜମି ପଟ୍ଟା ଦେବାକୁ ଅଭିଯୋଗକାରୀଙ୍କଠୁ ଲାଞ୍ଚ ନେଉଥିଲେ। ସଦାନନ୍ଦଙ୍କ ଦୁଇଟି ଠିକଣାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।

ଏନ୍‌ଏସି ଦାବିରେ ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ

ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଇଛି।

ଫଳରେ ଦୋକାନ, ବଜାର ବନ୍ଦ ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ଚାଷ ଜମିକୁ ପାଣି ଦାବିରେ ରାସ୍ତା ରୋକିଲେ ଚାଷୀ

ବଲାଙ୍ଗୀର ଜିଲ୍ଲା ରୁଗୁଡ଼ିଖାଲରେ ଆଗଲପୁର କୃଷକ ସଂଘର୍ଷ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି।

ଲୋୟର ସୁକତେଲରୁ ଜଳ ଯୋଗାଣ ସହ ୬ ଦଫା ଦାବିରେ ରାସ୍ତାରୋକ କରିଛନ୍ତି। ବଲାଙ୍ଗିର-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଦିବାକର ମିଶ୍ରଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ

ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀବାହାଲ ପଂଚାୟତର ବିଜେଡି ସଭାପତି ପ୍ରବୀଣ ମିଶ୍ରଙ୍କ ପିତା ସ୍ୱର୍ଗତ ଦିବାକର ମିଶ୍ରଙ୍କ ଦଶାହ କାର୍ଯ୍ୟ ହୋଇଛି।

ଏଥରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପୁତ୍ର ପ୍ରବୀଣ ମିଶ୍ର ଓ ବିଜେଡି ନେତା ନିହାର ରଞ୍ଜନ ବେହେରା l

ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର; ଖୋଜୁଛି ପୁଲିସ

ଶବ ଆଣିଥିବା ଗାଡ଼ି ଡ୍ରାଇଭର ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଲା ପୁଲିସ। ମୃତ ମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ମହିଳାଙ୍କୁ କିଛି ଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମୃତ୍ୟୁ ପରେ ଜଣେ ସମ୍ପର୍କୀୟ ବୋଲେରୋରେ ଆଣିଥିଲେ। ଭଡ଼ା ଟଙ୍କା ଆଣିବାକୁ ଯାଉଛି କହି ମେଡିକାଲ ପାଖରେ ଛାଡ଼ି ଚମ୍ପଟ୍‌ ମାରିଥିଲେ।

Nuakhai wishes