ଋଣ ନାଁରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ

ଠକେଇ ଅଭିଯୋଗରେ ୨ ଜଣ ମହିଳାଙ୍କୁ ଗିରଫ କଲା ବାଲିକୁଦା ପୁଲିସ।ଖୋର୍ଦ୍ଧା ଅଞ୍ଚଳର ରିତା ଦାସ ଓ ବାଲିକୁଦା ଅଞ୍ଚଳର ପ୍ରମିଳା ବାରିକ ଗିରଫ ହୋଇଛନ୍ତି।

ଫେକ୍‌ ସାର୍ଟିଫିକେଟ୍ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ

ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜ ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀ ଫେକ୍‌ Mcom ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି।

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ତାଙ୍କୁ ବହିଷ୍କୃତ କରାଯାଇଛି। ସେ ୨୦୧୮ରୁ ନିଯୁକ୍ତି ପାଇଥିଲେ, ନେଇଥିବା ଦରମା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କଲେଜ ପ୍ରିନ୍ସପାଲଙ୍କୁ ଚିଠି ଲେଖିଛନ୍ତି ଉପଜିଲ୍ଲାପାଳ।

ମା’ ଶାରଳାଙ୍କ ପୀଠରେ ପାର୍ବଣ ପୂଜା

ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ପୀଠରେ ପାର୍ବଣ ପୂଜା ଅନୁଷ୍ଠିତ ହେବ। ବିଭିନ୍ନ ବେଶରେ ଷୋଡଶ ଉପଚାର ପୂଜା କରାଯିବ। ମା’ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ।

ସମୁଦ୍ର ଉପକୂଳରେ ‘ସାଗର କବଚ-୨’ ସମରାଭ୍ୟାସ

ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ୨ ଦିନିଆ ସମରାଭ୍ୟାସ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା ସାମିଲ୍ ହୋଇଛନ୍ତି।ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଲକ୍ଷ୍ୟ ରଖାଯାଇଛି।

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଜଗତସିଂହପୁରରୁ କଟକ ଯିବାବେଳେ ଅଧାବାଟରେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବସଦର ଥାନା ପୋଲିସ ଦ୍ୱାରା ଘରୋଇ ଆମ୍ବୁଲାନ୍ସ ଜବତ କରାଯାଇଛି। ଘଟଣାସ୍ଥଳରୁ ଚାଳକ ଫେରାର ଅଛି।

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ଏତଲା

ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଅଧ୍ୟାପକ ଶାଶ୍ୱତ ମହାନ୍ତି ଓ ଅଧ୍ୟକ୍ଷ ରମେଶ ସାହୁଙ୍କ ବିରୋଧରେ ଥାନାରେ ଏତଲା କଲେ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଲମ୍ୱିତ ହୋଇଛନ୍ତି ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷ।ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଥିଲେ ଛାତ୍ରୀ। ପରିଚାଳନା କମିଟିକୁ ନ ଜଣାଇ ଅଧ୍ୟକ୍ଷ ଘଟଣା ଚପାଇ ଦେଇଥିବା ଅଭିଯୋଗ ହୋଇଥିଲା।

ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ

ଜନ ଶୁଣାଣି ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହେଲା ନୋଟିସ୍‌।

ଅଭିଯୋଗର ଆକ୍ସନ ନେଇ ୩ ଦିନ ଭିତରେ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ।

ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଧରାପଡ଼ିଛନ୍ତି। ପଙ୍କପାଳ ସ୍ଥିତ ଅଫିସ୍‌ରେ ବିଲ୍ କରାଇ ଦେବାକୁ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଛି।

୨ଟି ସର୍ତ୍ତରେ ହେବ ତୈଳ ନିଷ୍କାସନ

ପାରଦୀପ ସମୁଦ୍ରରେ ଜାହାଜ ଅଟକ ଘଟଣାରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଜାହାଜରୁ ତୈଳ ନିଷ୍କାସନ ହୋଇପାରେ। ତୈଳ ନିଷ୍କାସନ ପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତି ଥିବା ସୂଚନା ମିଳିଛି।

ମେରାଇନ ପୁଲିସ, କୋଷ୍ଟଗାର୍ଡ ଓ ପ୍ରଶାସନର କଡ଼ା ନଜର ରଖିଛନ୍ତି।ବନ୍ଦରଠୁ କିଛି ଦୂରରେ ଜାହାଜ ରହିବ ଏବଂ ବାହାରକୁ ଆସିବେନି ପାକିସ୍ତାନୀ ନାଗରିକ। ୨୧ ପାକିସ୍ତାନୀ ନାଗରିକ ଥିବାରୁ କାଲିଠୁ ଅଟକିଛି ଜାହାଜ।

୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ, ୩ ଜଣ ଗିରଫ

ପାରାଦୀପ ସମୁଦ୍ର ପଥରେ ଚୋରାଚାଲାଣ ବେଳେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ।

ପିକ୍‌ଅପ୍‌ ଭ୍ୟାନ୍‌ରେ ସାମଗ୍ରୀ ଆଣି ସମୁଦ୍ରକୁ ନେଇଯାଉଥିଲେ। ଡ୍ରାଇଭର୍‌ ଓ ବୋଟ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।

Nuakhai wishes