ନିଶା ଦେଇ ଟ୍ରେନ୍ ଯାତ୍ରୀଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟ୍
ପୁରୁଷୋତ୍ତମ ଏକ୍ସପ୍ରେସରେ ଏହି ଲୁଟ୍ ହୋଇଥିବା ବେଳେ ଦମ୍ପତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରିଛି ଜିଆରପି।
ଦମ୍ପତିଙ୍କ ଘର ଜଗତସିଂହପୁର ଜନାର୍ଦ୍ଦନପୁର ଗାଁରେ, ସେମାନେ ଦିଲ୍ଲୀରୁ ଫେରୁଥିବା ସୂଚନା ମିଳିଛି।
Credible Local News of Odisha
ପୁରୁଷୋତ୍ତମ ଏକ୍ସପ୍ରେସରେ ଏହି ଲୁଟ୍ ହୋଇଥିବା ବେଳେ ଦମ୍ପତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରିଛି ଜିଆରପି।
ଦମ୍ପତିଙ୍କ ଘର ଜଗତସିଂହପୁର ଜନାର୍ଦ୍ଦନପୁର ଗାଁରେ, ସେମାନେ ଦିଲ୍ଲୀରୁ ଫେରୁଥିବା ସୂଚନା ମିଳିଛି।
କୋଣାର୍କ ଜାହାନିଆ ପୀର ସମୁଦ୍ର ବେଳାଭୂମିରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ମୃତକ ଜଗତସିଂହପୁର ପଣସପଡ଼ା ଅଞ୍ଚଳର ସାଗର ଅଲ୍ଲୀ। ପିକ୍ନିକ୍ରେ ଆସି ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଯୁବକ। ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।
ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ଘନ କୁହୁଡ଼ି ହେବା ସମ୍ଭାବନା ଅଛି।
ଏ ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ।
ଜଗତସିଂହପୁରର ୧୨ ଚାଷୀଙ୍କୁ ଗିରଫ ପ୍ରତିବାଦରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି।
ସାଧାରଣତନ୍ତ୍ର ଦିବସରେ ଜଗତସିଂହପୁର ଜିଲ୍ଲାରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପତାକା ଉତ୍ତୋଳନ କରିବେ ।
ପତାକା ଉତ୍ତୋଳନ ନେଇ ଆଜି ତାଲିକା ପ୍ରକାଶ ପାଇଛି ।
ଆଜି ସକାଳେ ଜଗତସିଂହପୁରରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାନ ଢାଳିଛନ୍ତି ଚାଷୀ।
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି।
ପାରାଦୀପରେ ଗତ ୮ ତାରିଖ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଦେବୀ ଲକ୍ଷ୍ମୀ ଓ କିନାରା ନାମକ ଦୁଇଟି ବୋଟ ନିଖୋଜ ଅଛି।
ଦୁଇଟି ବୋଟରେ ରହିଥିଲେ ୧୩ ଜଣ ମତ୍ସ୍ୟଜୀବୀ। ଏନେଇ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।
ଲଗାତାର ଷଷ୍ଠ ଥର ପାଇଁ ୧୦୦ ନିୟୁତ ମେଟ୍ରିକ ଟନ୍ କାରବାର କରିଛି ପାରାଦୀପ ବନ୍ଦର।
କ୍ୟାଲେଣ୍ଡର ବର୍ଷ ପୂରିବାକୁ ୪୦ ଦିନ ବାକିଥାଇ କାରବାର ରେକର୍ଡ କରିଛି। ଆମଦାନୀ ଓ ରପ୍ତାନୀରେ ସଫଳତା ହାସଲ କରିଛି ପାରାଦୀପ ପୋର୍ଟ।
ଜାହାଜରେ ରୁଷୀୟ ଚିଫ୍ ଇଂଜିନିୟର ମୃତ୍ୟୁ ଘଟଣାରେ ରୁଷୀୟ ଚିଫ୍ ଇଂଜିନିୟରଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି।
ଇଂଜିନିୟରଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି। ୩ରେ ରୁଷୀୟ ଚିଫ୍ ଇଂଜିନିୟର୍ ମିଲ୍ୟାକୋଭ୍ ସର୍ଗେଙ୍କ ମୃତ୍ୟୁ ହୋଇଥିଲା।
ଜଗତସିଂହପୁର ଜିଲ୍ଲା ଯୋଗଧାରୀ ନିକଟରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁଲିସ।
ଜଣେ ବେପାରୀକୁ ଗିରଫ ସହ ୫ ହଜାର ଟଙ୍କା ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ।