ଜଗତସିଂହପୁର ସଭାରେ ନବୀନ ସରକାରକୁ ଟାର୍ଗେଟ କଲେ ଶିବରାଜ

ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି, ବେଲଗାମ ଅଫିସର ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଲେଣି କହିଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ।

ମୋଦି ଖାଦ୍ୟ ସାମଗ୍ରୀ ଦେଉଛନ୍ତି, ନବୀନ ବସ୍ତାରେ ପୂରାଇ ଫଟୋ ଛାପୁଛନ୍ତି। ଓଡ଼ିଶାରେ ବିଜେପି ସରକାର ଥିଲେ, ଓଡ଼ିଶା ଦେଶରେ ନଂ୧ ହୁଅନ୍ତାଣି। ଓଡ଼ିଶା ଯଦି ଆଜି ପଛୁଆ, ତେବେ କେବଳ ବିଜେଡି ସରକାର ପାଇଁ ବୋଲି କହିଛନ୍ତି ଶିବରାଜ।

କୋକେନ ଜବତ ଘଟଣାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁଲେ

ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର ହାତ କାଟି ସମୁଦ୍ରକୁ ଡେଇଁଲେ କରାଯାଇଛି।

ସମୁଦ୍ରରୁ ଉଦ୍ଧାର କରି କ୍ରିଉ ମେମ୍ବରଙ୍କୁ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ରିଉ ମେମ୍ବରଙ୍କ ଆତ୍ମହତ୍ୟା ନା ଖସିବାକୁ ଉଦ୍ୟମ ଜଣାପଡ଼ିନି।

ମା’ ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି

ଜଗତସିଂହପୁର ମା’ ଶାରଳା ମନ୍ଦିର ବାହାର ହୁଣ୍ଡି ଭାଙ୍ଗି କେହି ଚୋରି କରିଥିବା ଅଭିଯୋଗ ହୋଇଛି।

ମନ୍ଦିର ସିସିଟିଭି ଯାଞ୍ଚ କରୁଛି କନକପୁର ଫାଣ୍ଡି ପୁଲିସ।

ସମୁଦ୍ରରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ

ପାରାଦୀପ ସମୁଦ୍ରରୁ ବିରଳ ମୂଲ୍ୟବାନ ୧୭ଟି ତେଲିଆ ମାଛ ମିଳିଛି।

ଓଜନ ୩ କ୍ବିଣ୍ଟାଲରୁ ଅଧିକ। ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ସୂଚନା ମିଳିଛି।

ଜଗତସିଂହପୁର ସହର ବନ୍ଦ ପାଳନ

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ସହର ବନ୍ଦ ପାଳନ କରାଯାଉଛି।

ସକାଳ ୫ରୁ ଅପରାହ୍ନ ୪ଟା ଯାଏଁ ୧୧ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର କୋକେନ୍‌

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଏନ୍‌ଡିପିଏସ୍‌ କୋର୍ଟରେ ଦାଖଲ କଲା କଷ୍ଟମ ବିଭାଗ।

୨୨ଟି ପ୍ୟାକେଟର ସଂଗୃହିତ ସାମ୍ପଲ କଷ୍ଟମ ବିଭାଗକୁ ମିଳିଲା। ଏହି ସାମ୍ପଲ ଯାଞ୍ଚ ପାଇଁ ଯିବ ଜାତୀୟ ଫୋରେନସିକ୍‌ ଲ୍ୟାବ୍‌। ଅଧିକ ତଦନ୍ତ ପାଇଁ ଇଣ୍ଟରପିଟର ହାୟର କରୁଛି କଷ୍ଟମ ବିଭାଗ।

ପାରାଦୀପରେ ପହଞ୍ଚିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌

ପାରାଦୀପରେ ଜାହାଜରୁ ୨୨୦ କୋଟିର କୋକେନ ଜବତ ଘଟଣାରେ ଆଜି ପାରାଦୀପରେ ପହଞ୍ଚିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌।

ଏନ୍‌ସିବି ସହକାରୀ ନିର୍ଦ୍ଦେଶକ କୁଲଦୀପ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚିଛି। କୋକେନ ଜବତ ଘଟଣା ନେଇ ତନାଘନା ଆରମ୍ଭ କଲା ଏନ୍‌ସିବି।

ଜାହାଜରୁ ଜବତ ୨୨ଟି ପ୍ୟାକେଟରେ ଅଛି ଡ୍ରଗ୍ସ କୋକେନ

ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣାରେ ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି।

ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ପ୍ୟାକେଟ ମିଳିଛି।ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଆସିଥିଲା ଜାହାଜ ‘MV ଦେବୀ’।ଜାହାଜଟି ଇଜିପ୍ଟରୁ ଇଣ୍ଡୋନେସିଆ ଓ ସେଠୁ ପାରାଦୀପ ଆସିଥିଲା।

ଜାହାଜରୁ ସନ୍ଦେହଜନକ ପ୍ୟାକେଟ ଜବତ

ପାରାଦୀପ ବନ୍ଦର PICT ବର୍ଥରେ ଲାଗିଥିବା ଜାହାଜରୁ ପ୍ୟାକେଟ ଜବତ ହୋଇଛି।

ଇଣ୍ଡୋନେସିଆ ଗ୍ରେସିକ ବନ୍ଦରରୁ ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘MV ଦେବୀ’ ଜାହାଜରୁ ଜବତ ହୋଇଛି। ଜବତ ୮ଟି ପ୍ୟାକେଟରେ ନିଶାଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି।

ଦୁଇ ଦିନ ହେଲାଣି ନିଖୋଜ ମାମୁନି

ଜଗତସିଂହପୁର ଜିଲ୍ଲା ଏରସମାର ପ୍ରକାଶ ମହାନ୍ତିଙ୍କ ଝିଅ ଲୀନା ମହାନ୍ତି (ମାମୁନି) ବୁଧବାର ଦିନ ୧୨ଟା ବେଳୁ କେଉଁ ଆଡେ ଚାଲିଯାଇଛି।

କେହି ସହୃଦୟ ବ୍ୟକ୍ତି ତାର ସନ୍ଧାନ ପାଇଲେ ୯୫୫୬୬୬୬୨୪୪ରେ ଯୋଗାଯୋଗ କରି ଜଣାଇବାକୁ ଅନୁରୋଧ କରିଛନ୍ତି ତାଙ୍କ ବାପା।

Nuakhai wishes