୫ ମାସ ତଳୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁ ନିକଟ ହରିଣଯୋଡ଼ି ଜଙ୍ଗଲରୁ ଉଦ୍ଧାର ହୋଇଛି।

ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଉଦ୍ଧାର କରିଛି ପୁଲିସ। ଗିରଫ ୨ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୁଲିସ ପଦକ୍ଷେପ ନେଇଛି।ବାର୍‌ହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁପରେ ପୋତି ଦେଇଥିଲେ।

ଦୁଇ ମହିଳାଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଦୁଦୁରକୋଟ ବାଘୁଆ ସାହିରେ ଏହି ଘଟଣା ଘଟିଛି।

ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ।

ଟ୍ରକ୍‌ ଧକ୍କାରେ ଦଶମ ଛାତ୍ରୀ ମୃତ, ବାପା ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଏନ୍‌ଏଚ୍‌-୫୩ ଜମୁନାକୋଟ ଛକରେ ଏହି ଦୁର୍ଘଟଣା ଘଟିଛି।

ବାପ, ଝିଅ ବାଇକ୍‌ରେ ଗଲା ବେଳେ ଧକ୍କା ଦେଲା ଟ୍ରକ୍‌।

ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଲ ଗାଁରେ ଦନ୍ତା ହାତୀର ମୃତ୍ୟୁ ଘଟିଛି।

ଖାଦ୍ୟ ସନ୍ଧାନରେ ଜଙ୍ଗଲରୁ ଆସିଥିବା ବେଳେ ଗାଁ ମୁଣ୍ଡରେ ମୃତ୍ୟୁ ହୋଇଛି।ତଦନ୍ତ ପାଇଁ ଓୟୁଏଟିରୁ ଗଲେ ସ୍ବତନ୍ତ୍ର ଟିମ୍।

ଟ୍ରାକ୍ଟର ଓଲଟି ୨ ମୃତ, ୩ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଟିପିଲେଇ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଟ୍ରାକ୍ଟର।

ଗୁରୁତର ଥିବା ୩ ଜଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ଟର ଜବତ ସହ ଡ୍ରାଇଭରକୁ ଗିରଫ କରିଛି ପୁଲିସ।

ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନ୍ଏସି ନିର୍ବାଚନ, ୫ରେ ଗଣତି

ଏ ନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ମାର୍ଚ୍ଚ ୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ ଏବଂ ମାର୍ଚ୍ଚ ୧୭ରେ ଯାଞ୍ଚ ଓ ୨୦ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ।

ସିଡିଏମ୍ଓ, ଏଡିଏମ୍ଓଙ୍କୁ ଘଣ୍ଟାଏ ଧରି ଅଟକ

ଢେଙ୍କାନାଳ ହସ୍ପିଟାଲରେ ପଶି ଅଟକ ରଖିଥିଲେ ବଣିକ, ଓକିଲ, ସାମ୍ବାଦିକ ସଂଘ।

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଉଭୟଙ୍କୁ ଅଟକ ରଖିଥିଲେ। ସ୍ବାସ୍ଥ୍ୟସେବାରେ ସୁଧାର ନ ହେଲେ ରାଜରାସ୍ତା ଘେରିବାକୁ ଚେତାବନୀ ଦେଇଛି ସଂଘ।

୫୩ ନଂ ଜାତୀୟ ରାଜପଥ ଉନ୍ନତିକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ଆଜି ଅନ୍ତର୍ଗତ ୪ଲେନ୍ ବିଶିଷ୍ଟ ୫୩ ନମ୍ବର ବାରିହାପୁର ଠାରୁ ପରଜଙ୍ଗ ବସଷ୍ଟାଣ୍ଡ ଦେଇ ହାତିଲୋଚାଣି ଛକ ରାସ୍ତାର ଉନ୍ନତିକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ ର ଶୁଭ ଉଦ୍ଘାଟନ ହୋଇଯାଇଛି।
ଆଜିର ଉଦଘାଟନ ଉତ୍ସବ ରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ନୃସିଂହ ଚରଣ ସାହୁ ଯୋଗଦେଇ ଥିଲେ

ପ୍ରତିମୂର୍ତ୍ତୀ ଏବଂ ଆଲୋକୀକରଣର ଶୁଭ ଉଦଘାଟନ

ଢ଼େଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପାଦଦେଶରେ ଆଜି ମହାଦେବ ଶିବଙ୍କର ପ୍ରତିମୂର୍ତ୍ତୀ ଭନ୍ମୋଚିତ ଏବଂ କପିଳାସ ପାହାଡ ରାସ୍ତାର ଆଲୋକୀ କରଣର ଶୁଭ ଉଦଘାଟନ ହୋଇଯାଇଛି।

ଏହି ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଧାୟକ ସୁଧିର ସାମଲ ଯୋଗ ଦେଇଥିଲେ।

ତନ୍ତ୍ର ସାଧନା ପାଇଁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରି ପୂଜାର୍ଚ୍ଚନା କରୁଥିବା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ତନ୍ତ୍ର ସାଧନା ପାଇଁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ଜଙ୍ଗଲ ଭିତରକୁ ନେଇ ପୂଜାର୍ଚ୍ଚନା କରୁଥିବା ପୁଲିସ ସୂଚନା ଦେଇଛି। ଶବ ଜବତ ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

Nuakhai wishes