“ବିଶ୍ୱ ଧଳାବାଡ଼ି ଦିବସ “କାର୍ଯ୍ୟକ୍ରମ ଆୟୋଜିତ
ଢେଙ୍କାନାଳ ଜିଲ୍ଲା ସଦର ସ୍ଥିତ ଟାଉନ ହଲ୍ ଠାରେ ଆଜି ବିଶ୍ୱ ଧଳାବାଡ଼ି ଦିବସ “କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Credible Local News of Odisha
ଢେଙ୍କାନାଳ ଜିଲ୍ଲା ସଦର ସ୍ଥିତ ଟାଉନ ହଲ୍ ଠାରେ ଆଜି ବିଶ୍ୱ ଧଳାବାଡ଼ି ଦିବସ “କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଢେଙ୍କାନାଳ ଜିଲ୍ଲା ଡେରାସିଂ ଛକରେ ଟ୍ରକ୍ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।
୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି। ଟ୍ୟୁସନ ଯିବାବେଳେ ପଛପଟୁ ଟ୍ରକ୍ ଧକ୍କା ଦେଇ ପଳାଇଥିଲା।
ଭିଡିଓ କଲ୍ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ କୁମାର ଦାସ ନିଖୋଜ ହୋଇଥିବା ନେଇ ପ୍ରଥମେ ଖବର ଆସିଥିଲା। ଏବେ ସେ ସହିଦ ହୋଇଯାଇଥିବା ନେଇ ସୂଚନା ମିଳିଛି।
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦାମହିମାଗାଦିରେ ନୂଆଖାଇ ପର୍ବ ଅନୁଷ୍ଠିତ ହୋଇଛି।
ବକଳ ସମାଜ, କୌପୁନିଧାରୀ ଓ ଭକ୍ତମାନେ ଯୋଗ ଦେଇଥିଲେ।
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜାଗାରେ ପୂଜା ପାଉଛନ୍ତି ବିଶ୍ଵକର୍ମା।
ସେହିଭଳି ଯୋରନ୍ଦା ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ TPCODL ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦେଲେ ଦୀପକ ଲେଙ୍କା ।ସେ ଜଣେ ଦକ୍ଷ ଯୁବ ପୋଲିସ ଅଫିସର ଓ ପୁର୍ବରୁ ନବରଙ୍ଗପୁର ଜିଲ୍ଳାରେ କାର୍ଯ୍ୟ କରିଥିଲେ,।
ଗଁଦିଆ ମିଳିତ ସାମ୍ବାଦିକ ସଙ୍ଘଓ ମହିମା ପ୍ରେସ କ୍ଲବ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଛି।
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଦର ବିଧାୟକ ସୁଧୀର କୁମାର ସାମଲଙ୍କ ସହଯୋଗରେ ଏକ ଅଳିଆ ଆବର୍ଜନା ବୁହାଗାଡ଼ି ସରପଞ୍ଚ ସନ୍ତୋଷ ମହାପାତ୍ରଙ୍କ ଦ୍ୱାରା ଉଦଘାଟନ ହୋଇଛି।
ଢେଙ୍କାନାଳ ଥିଙ୍କର୍ସ ଫୋରମର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଛି।
ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ମୁଖ୍ୟ ଅତିଥି ଭାବେ ଡିଏ ଶକୁନ୍ତଳା ବଳିୟାରସିଂ ଏବଂ ମୁଖ୍ୟ ବକ୍ତା. ପ୍ରଫେସର ମନୋରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇ ଯାଇଛି ।
ଉକ୍ତ ଉତ୍ସବରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଚରୈବେତୀ ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ମଞ୍ଚାସିନ ଥିଲେ| ଉଦଘାଟନୀ ଉତ୍ସବର ମୂଖ୍ୟ ଅତିଥି ଏବଂ ଅନ୍ୟ ସମସ୍ତ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବିଜେପି ପକ୍ଷରୁ ହିନ୍ଦୋଳ ଏନ୍ଏସି ବନ୍ଦ ପାଳନ କରାଯାଉଛି।
ଦୋକାନ, ବଜାର ବନ୍ଦ ସହ ଯାନବାହାନ ଚଳାଚଳ ବନ୍ଦ ରହିଛି।
କାଇମାଟି ଗ୍ରାମପଞ୍ଚାୟତ ଠାରେ ବିଧାୟକ ସୁଧୀର କୁମାର ସାମଲ, ବ୍ଲକ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ଏବଂ ସରପଞ୍ଚ ଅମିତ ଜ୍ୟୋତି ସ୍ୱାଇଁଙ୍କ ଉପସ୍ଥିତରେ ସ୍ଥାନୀୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି।