୨ କଏଦୀ ଫେରାର୍ ଘଟଣାରେ ୱାର୍ଡେନ ନିଲମ୍ବିତ

ଟିଟିଲାଗଡ଼ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍‌ପେଣ୍ଡ କଲେ ଜେଲ୍ ଡିଆଇଜି।

ଗତକାଲି ଟିଟିଲାଗଡ଼ ଜେଲ୍ ଯାଇ ତଦନ୍ତ କରିଥିଲେ ଜେଲ୍ ଡିଆଇଜି।

୨୫୬ ଗ୍ରାମ ବ୍ରାଉନସୁଗାର ଜବତ ସହ ବେପାରୀ ଗିରଫ

କଟକ ଚାଉଳିଆଗଞ୍ଜ ଅଞ୍ଚଳରୁ ବ୍ରାଉନସୁଗାର ଜବତ ସହ ୨ ବେପାରୀକୁ ଗିରଫ କରିଛି ପୁଲିସ।

ସ୍କର୍ପିଓ ସହ ନଗଦ ୨ ଲକ୍ଷ ଟଙ୍କା ଜବତ ହୋଇଛି।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ଗିରଫ ୨ ଅଭିଯୁକ୍ତ ପଶ୍ଟିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ବୋଲି ସୂଚନା ମିଳିଛି।

ରାସ୍ତା କଡ଼ରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପୁଡ଼ିପଡ଼ା ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।

ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହତ୍ୟା ସନ୍ଦେହ କରାଯାଉଛି। ମୃତ ଯୁବକ ଝୁପୁଡ଼ିପଡ଼ା ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।

ଟିଟିଲାଗଡ଼ ଜେଲ୍‌ରେ ଡିଆଇଜି

ଟିଟିଲାଗଡ଼ ଜେଲ୍‌ରୁ ୨ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିବା ଘଟଣାରେ ତଦନ୍ତ ପାଇଁ ଟିଟିଲାଗଡ଼ ଜେଲ୍‌ରେ ପହଞ୍ଚିଲେ ଜେଲ୍‌ ବିଭାଗ ଡିଆଇଜି।

ଜେଲ୍‌ ବିଭାଗ ଡିଆଇଜି କୁଳମଣି ବେହେରାଙ୍କ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଡିଆଇଜିଙ୍କ ସହ ବଲାଙ୍ଗିର ଜେଲ୍‌ ଅଧୀକ୍ଷକ ମଧ୍ୟ ପହଞ୍ଚିଛନ୍ତି।

ଲାଞ୍ଚ ନେଇ ଧରାପଡ଼ିଲେ ବିଆରଏସ

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବଲାଙ୍ଗିର ଦେଓଗାଁ ବିଆରଏସ ମଧୂସୁଦନ ପଟେଲଙ୍କୁ ଧରିଲା ଭିଜିଲାନ୍ସ।

ଶୌଚାଳୟ ନିର୍ମାଣ ପାଇଁ ବିଲ୍‌ ଦେବାକୁ ଲାଞ୍ଚ ନେଉଥିଲେ। ଧରାପଡ଼ିବା ପରେ ମଧୂସୁଦନଙ୍କ ବିଭିନ୍ନ ଠିକଣାରେ ରେଡ୍ ଚାଲିଛି।

ବୃଦ୍ଧ ନିଖୋଜ ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ କରାଡୁଙ୍ଗୁରି ଗାଁରେ ଏହି ଘଟଣା ଘଟିଛି।

ବୃଦ୍ଧ ନିଖୋଜ ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ କରାଡୁଙ୍ଗୁରି ଗାଁରେ ଏହି ଘଟଣା ଘଟିଛି।

୫ ହଜାର ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଲେ ଅମିନ

ବଲାଙ୍ଗିର ଆଗଲପୁର ଅମିନ ସଦାନନ୍ଦ ସାହୁଙ୍କୁ ଧରିଲା ଭିଜିଲାନ୍ସ।

ଜମି ପଟ୍ଟା ଦେବାକୁ ଅଭିଯୋଗକାରୀଙ୍କଠୁ ଲାଞ୍ଚ ନେଉଥିଲେ। ସଦାନନ୍ଦଙ୍କ ଦୁଇଟି ଠିକଣାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।

ଏନ୍‌ଏସି ଦାବିରେ ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ

ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଇଛି।

ଫଳରେ ଦୋକାନ, ବଜାର ବନ୍ଦ ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

Nuakhai wishes