ପୁଲିସ ମୁଖ୍ୟାଳୟରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ
ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ଆଜି ପୁଲିସ ଡିଜି ସୁନୀଲ କୁମାର ବଂଶଲ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଛନ୍ତି l
Credible Local News of Odisha
ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ଆଜି ପୁଲିସ ଡିଜି ସୁନୀଲ କୁମାର ବଂଶଲ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଛନ୍ତି l
77 କୋଟିରୁ ଅଧିକ ଟଙ୍କାରେ କଟକ ସହର ଉପକଣ୍ଠ ଚୌଦ୍ୱାର ପାଖ ନୂଆପାଟଣାରେ ଲାଲଚାନ୍ଦ ଗ୍ରୁପ ପକ୍ଷରୁ ପ୍ରତିଷ୍ଠା ହେବାକୁ ଯାଉଛି ଏକ ଫାଇଭ ଷ୍ଟାର ହୋଟେଲ ‘ଦି ନିଉ ମାରିଅନ’ l
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶିଳାନ୍ୟାସ କରିଛନ୍ତି l
କଟକର ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ -ଦକ୍ଷିଣ ଆଫ୍ରିକା ଟି -ଟ୍ୱେଣ୍ଟି ମ୍ୟାଚ ପାଇଁ ଜୁନ 1 ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ଆଜି ଓସିଏ ପକ୍ଷରୁ କୁହାଯାଇଛି l
ଜୁନ 9 ଓ 10 ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ l
ଆଜି ଦିନବେଳା କଟକ ସହରରେ ତାପମାତ୍ରା ଥିଲା 37.8 ଡିଗ୍ରୀ l
ରେଭେନ୍ସା ବିଶ୍ବବିଦ୍ୟାଳୟରର ଆନ୍ଦୋଳନରତ ଓ ଅନଶନରେ ବସିଥିବା ଛାତ୍ରଙ୍କ ଏକ ପ୍ରତିନିଧି ମଣ୍ଡଳ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ପତ୍ର ଦେଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ଛାତ୍ରମାନେ କହିଛନ୍ତି, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଛପଟ ଗେଟ (୪ ନଂ ଗେଟ୍)କୁ ସନ୍ଧ୍ୟା ୬ଟା ପରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହା ଛତ୍ରବଜାର, ମାଲଗୋଦାମ ନିକଟରେ ରହିଛି। ଏହି ପଟେ ଭାରିଯାନ, ମାଲପରିବହନ ଗାଡ଼ି ଯାତାୟାତ କରୁଛି। ଏହା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଛାତ୍ରଛାତ୍ରୀ ଯିବାଆସିବାରେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ମୁଖ୍ୟ ଗେଟ୍ ଖୋଲିବାକୁ ଦାବି କରିଛନ୍ତି ଛାତ୍ର।
ରେଭେନ୍ସା ବିଶ୍ବବିଦ୍ୟାଳୟରର ଆନ୍ଦୋଳନରତ ଓ ଅନଶନରେ ବସିଥିବା ଛାତ୍ରଙ୍କ ଏକ ପ୍ରତିନିଧି ମଣ୍ଡଳ ବର୍ତ୍ତମାନ ରାଜଭବନ ଅଭିମୁଖେ ଯାଉଛନ୍ତି।
ସେମାନେ ରାଜଭବନରେ ପହଞ୍ଚି ଏକ ପତ୍ର ପ୍ରଦାନ କରିବା ସହ ମାନ୍ୟବର ରାଜ୍ୟପାଳଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ, ରେଭେନ୍ସା ବିଶ୍ବବିଦ୍ୟାଳୟର ପଛପଟ ଗେଟକୁ ସନ୍ଧ୍ୟା ୬ଟା ପରେ ଖୋଲିବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଛାତ୍ର। ସେମାନେ ମୁଖ୍ୟ ଗେଟ୍ ଖୋଲିବାକୁ ଦାବି କରିଛନ୍ତି।
ଆଜି ଦିନବେଳା କଟକ ସହରରେ ତାପମାତ୍ରା ଥିଲା 34.8 ଡିଗ୍ରୀ l
କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ହୋଇଥିବା ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ 70 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି l
ବର୍ଷକ ମଧ୍ୟରେ ଏହି ବିକାଶ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି l
ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ କଟକ ବାରବାଟୀରେ ଭାରତ-ଦକ୍ଷିଣଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ।
ଏ ନେଇ ଅନୁମତି ଦେଇଛି ବିସିସିଆଇ। ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍।
କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପଛପଟ ଗେଟକୁ ସନ୍ଧ୍ୟା ୬ଟା ପରେ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି।
ପଛପଟ ଗେଟ୍ ବନ୍ଦ ରଖି ମୁଖ୍ୟ ଗେଟ୍ ଖୋଲିବାକୁ ଛାତ୍ରମାନେ ଦାବି କରିଛନ୍ତି।