ମହିଳାଙ୍କ ମୃତଦେହ ମିଳିବା ଘଟଣାରେ HRPC ତଦନ୍ତ ପାଇଁ ନିର୍ଦ୍ଦେଶ

ବାରଙ୍ଗ ଥାନା କାଠଯୋଡ଼ିରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ HRPC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇବି ଖୁରାନିଆ। କଟକ ସଦର ଥାନାରେ ହୋଇଥିବା ମାମଲାର ବି ତଦନ୍ତ କରିବ HRPC।

ଜଣେ ଯୁବକଙ୍କୁ ବାରଙ୍ଗ ପୋଲିସ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ବି ରହିଥିବା ବେଳେ ଘଟଣାକୁ ନେଇ ବାରଙ୍ଗ ଥାନା ଘେରିଥିଲେ ସ୍ଥାନୀୟ ଲୋକେ।

ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ ଆଇଆଇସି

କଟକ ଡିସିପି ଅଫିସ୍‌କୁ ବଦଳି ହେଲେ ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରା। ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା ।

ପୁରୀଘାଟ ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଆଇଆଇସି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

କଟକରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ। ୨ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗର୍ଭବତୀ ଓ ଶିଶୁଙ୍କ ଘରେ ଖାଦ୍ୟ ପହଂଚାଇବା ପାଇଁ ନିର୍ଦ୍ଦେଶ ରହିଛି।

ହାଇକୋର୍ଟକୁ ସାଇକେଲରେ ଆସିଲେ ୩ ବିଚାରପତି

ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ, ଜଷ୍ଟିସ ଶିବ ଶଙ୍କର ମିଶ୍ର ଜୁଡିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଲେ।ତୈଳ ସଂକଟ ଭିତରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସାଇକେଲରେ ଆସିଛନ୍ତି ବିଚାରପତି।

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ଚିହ୍ନଟ

ଏ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ୍ DG ବିନୟତୋଷ ମିଶ୍ର। ସମସ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍ ଚଢାଉ ଜାରି ରଖିଛି, ପରିବାର ଲୋକ କଣ ଅଭିଯୋଗ କରୁଛନ୍ତି ସେ ବିଷୟରେ ଜଣାନାହିଁ, ସୌମ୍ୟ ପରିବାରକୁ ନ୍ୟାୟ ଦେବା ପାଇଁ ସବୁସ୍ତରରୁ ତଦନ୍ତ ଚାଲିଛି, ଏଯାବତ ମୋଟ୍‌ ୧୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଓ କ୍ରାଇମବ୍ରାଞ୍ଚ କହିଛନ୍ତି ଡିଜି।

ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ ହଙ୍ଗାମା; ଥାନାରେ ଅଭିଯୋଗ

ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ରେ ୨ ବିଜେପି ନେତାଙ୍କ ହଙ୍ଗାମା ଘଟଣାରେ ଥାନାରେ ଲିଖିତ ଅଭିଯୋଗ କଲେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ ଚେୟାରମ୍ୟାନ।ବିଜେପି ନେତା ଅଭୟ ବାରିକ ଓ ଅରିନ୍ଦମ ରାୟଙ୍କ ବିରୋଧରେ ଫେରାଦ ହୋଇଛନ୍ତି।

କାର୍ଯ୍ୟରତ ବ୍ଲକ୍‌ ଏବିଡିଓ ଓ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି। ବିଜେଡି ବ୍ଲକ୍‌ ସଭାପତି ଧୀରେନ୍ଦ୍ର ଜେଠୀ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ତୈଳ ସଙ୍କଟକୁ ନେଇ କଟକ ମହାନଗର ନିଗମର ବଡ଼ ନିଷ୍ପତ୍ତି

୨୦ ପ୍ରତିଶତ କମ୍ ତେଲ ବ୍ୟବହାର କରିବାକୁ ମେୟର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗାଡ଼ି ସଂଖ୍ୟା ମଧ୍ୟ କମାଇବାକୁ ସିଏମ୍‌ସି ନିଷ୍ପତ୍ତି ନେଇଛି। ଗୋଟିଏ ଗାଡ଼ିରେ ଏକାଧିକ ଅଫିସର ଯିବାକୁ ନିର୍ଦ୍ଦେଶ ରହିଛି।ଏହା ସହ ସୋମବାର ଓ ଛୁଟି ଦିନ ସରକାରୀ ଗାଡ଼ି ବ୍ୟବହାର ପାଇଁ ବାରଣ କରଜିଚି।

କର୍ପୋରେଟର ଅରବିନ୍ଦ ବିଜେଡିରୁ ସସ୍‌ପେଣ୍ଡ୍‌

ସିଏମସି କର୍ପୋରେଟର ଅରବିନ୍ଦ ଜେନା ବିଜେଡିରୁ ସସ୍‌ପେଣ୍ଡ୍‌ ହୋଇଛନ୍ତି।ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ସସ୍‌ପେଣ୍ଡ୍‌ ନେଇ ପ୍ରେସ୍‌ ରିଲିଜ୍‌ ଜାରି କରିଛି ବିଜେଡି।

୨ ଯୁବତୀଙ୍କୁ ଟଣାଓଟରା ସହ ବାଇକ୍ ଚଢ଼ାଇ ଦେଲେ ଦୁର୍ବୃତ୍ତ

ନିଆଳି ବାଲିଅନ୍ତା ଥାନା ଭିଙ୍ଗାରପୁର କାଜରେ ବିଚ୍‌ ରାସ୍ତାରେ ଆତଙ୍କରାଜ କରିଛନ୍ତି ଯୁବକ। ଅଡ଼ଶପୁରର ୨ ଯୁବକଙ୍କୁ କାବୁ ପରେ ଉତ୍ତମ ମଧ୍ୟମ ଦେଲେ ଲୋକେ। ୨ ଯୁବକଙ୍କୁ ଥାନାରେ ଅଟକ ରଖି ବାଲିଅନ୍ତା ପୋଲିସ ତଦନ୍ତ କରୁଛି। ୨ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

କଟକ ଏସ୍‌ସିବି ମେଡିକାଲ୍‌ରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଟିମ୍

ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟ ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ଗସ୍ତ କରିଛନ୍ତି। ୬ ବର୍ଷରେ ୧୪ ନବଜାତ ନିଖୋଜ ଅଭିଯୋଗର ତଦନ୍ତ ପାଇଁ ପହଞ୍ଚିଲେ।

ଏସ୍‌ସିବି ମେଡିକାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚି ଖୋଳତାଡ଼ କରୁଛନ୍ତି।

Nuakhai wishes