ଲୋକଙ୍କ ମନ କିଣୁଛି ରାମଚଣ୍ଡୀ ମନ୍ଦିର

ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳ ବାଙ୍କ ଠାରେ ଡମପଡା ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଏବଂ ମହାନଦୀ କୂଳରେ ରହିଥିବା ଐତିହ୍ୟସମ୍ପର୍ଣ୍ଣ ରାମଚଣ୍ଡୀ ମନ୍ଦିରର ପ୍ରାକୃତିକ ପରିବେଶ ଅତି ମନଲୋଭା ।

ଏହା କେବଳ ଅଞ୍ଚଳର ଜନ ସାଧାରଣକୁ ଆକୃଷ୍ଟ କରେନାହିଁ ବରଂ ବାଟରେ ଯାଉଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଟାଣି ଆଣିଥାଏ ।ଏଠାରେ ପର୍ଯ୍ୟଟକ ଆସି ଭୁଜି ଭାତର ଆସର ଜମାଇ ଥାନ୍ତି ।

କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।

ମାମଲାର ତ୍ୱରିତ ଶୁଣାଣି ପାଇଁ ପିଟିସନ ଦାଖଲ କରିଛନ୍ତି ଅନୁଭବ।

ଗଣହତ୍ୟାରେ ଜଣେ ଅଭିଯୁକ୍ତ ହିଁ ସମସ୍ତଙ୍କୁ ମାରିଛି :ପୁଲିସ

ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ବଡଭାଇ ପରିବାରର ପାଞ୍ଚଜଣଙ୍କୁ ଏକା ଅଭିଯୁକ୍ତ ସାନଭାଇ ଶିବ ମାରିଥିଲା ବୋଲି ଆଜି କ୍ରାଇମ ସିନ ଡେମୋ ସମୟରେ ଅଭିଯୁକ୍ତ କହିଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି l
ଘଟଣା ଦିନ ରାତି 8 ଟାରେ ସେ ଘରକୁ ଫେରି ଜମିବାଡ଼ି ବିବାଦର ଶତ୍ରୁତାକୁ ନେଇ ପ୍ରଥମେ ଭାଉଜ, ପରେ ଭାଇ, ଝିଆରୀ ଓ ପୁତୁରାଙ୍କୁ ହତ୍ୟା କରିଥିଲା l ତେବେ ସମସ୍ତଙ୍କୁ ନିଶା ଦିଆଯାଇଥିଲା କି ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ପୁଲିସ କହିଛି l

କ୍ରାଇମ ସିନ୍ ରିକ୍ରିଏସନ କରୁଛି ଅଭିଯୁକ୍ତ ଶିବ

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଅଭିଯୁକ୍ତ ଶିବ ସାହୁ କ୍ରାଇମ ସିନ୍ ରିକ୍ରିଏସନ କରୁଛି।

ଏ ନେଇ ଘଟଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିଛି ପୁଲିସ।

ଗଣହତ୍ୟା ଅଭିଯୁକ୍ତ ଶିବକୁ ରିମାଣ୍ଡରେ ନେଲା ପୁଲିସ

ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ବଡ଼ଭାଇ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଶିବ ସାହୁକୁ ଆଜି ପୁଲିସ ଅଧିକ ଜେରା ପାଇଁ ତିନି ଦିନ ରିମାଣ୍ଡରେ ନେଇଛି l

ତାର ମେଡିକାଲ ଟେଷ୍ଟ ପରେ ଜେରା କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି l

Nuakhai wishes