ଇନ୍ସପେକ୍ଟର ମଧୁସ୍ମିତା ବେହେରାବସସ୍‌ପେଣ୍ତ୍‌

ପଦର ଅପବ୍ୟବହାର କରିବା ନେଇ ପୂର୍ବତନ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ସସ୍‌ପେଣ୍ତ୍‌ କରାଯାଇଛି।

ମଧୁସ୍ମିତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ପିତୃହନ୍ତା ଯୁବକକୁ ଆଜୀବନ କାରାଦଣ୍ଡାଦେଶ

୨୦୨୦ ମସିହାରେ ଯାଜପୁର ବିଞ୍ଝାରପୁର ବାଛୋଳ ଗାଁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ଗୁରୁଚରଣ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍।

ରାସନ ଚାଉଳକୁ କେନ୍ଦ୍ର କରି ବଚସା ପରେ ବାପାକୁ ହତ୍ୟା କରିଥିଲା ଯୁବକ।

ବଜ୍ରାଘାତରେ ୩ ସ୍କୁଲ ଛାତ୍ରୀ ଆହତ

ଯାଜପୁର ଜିଲ୍ଲା କୋରେଇ ଖନି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ ଛାତ୍ରୀ ଆହତ ହୋଇଛନ୍ତି। ୩ ଛାତ୍ରୀ ସପ୍ତମ ଶ୍ରେଣୀର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ୩ ଛାତ୍ରୀଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି।

ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେବାପାଙ୍କ ମୃତ୍ୟୁ

ଯାଜପୁର ବାଲିଚନ୍ଦ୍ରପୁର ଥାନା ଗୋବଣ୍ଟିଆ ଗାଁରେ ଏହି ଘଟଣା ଘଟିଛି। ସାପ କାମୁଡ଼ାରେ କାଲି ୧୫ ବର୍ଷୀୟା ନାତୁଣୀର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ଶୁଣୁ ଶୁଣୁ ଘର ପିଣ୍ଡାରେ ବସିଥିବା ଜେଜେଙ୍କୁ ହୃଦଘାତ ହୋଇଥିଲା।ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ସ୍କୁଲ୍‌ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଛାତ୍ର

ସ୍କୁଲ୍‌ ଗଶେଶ ମୂର୍ତ୍ତି ଭସାଣି ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟିଛି। ଯାଜପୁର ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ ପୋଖରୀରେ ବୁଡ଼ି ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ପ୍ରହ୍ଲାଦ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର।

ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ୍ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ହେମନ୍ତ କୁମାର ପେରେଇ ୪୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ସେ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ।

ଜିଲ୍ଲାପାଳଙ୍କୁ ଭେଟିଲେ ପିହୁଙ୍କ ମା’

ସପ୍ତାହେ ଭିତରେ ପିହୁର ସନ୍ଧାନ ନ ମିଳିଲେ ୮ ତାରିଖରୁ ଅନଶନ ଧମକ ଦେଇଛନ୍ତି ପିହୁଙ୍କ ମାଆ ମୋନାଲିସା ନାୟକ।

୨୦୨୦ ମସିହା ଅଗଷ୍ଟ ୯ ତାରିଖରୁ ନିଖୋଜ ଅଛି ସାଢେ ୪ ବର୍ଷର ପିହୁ।ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ।

ଯାଜପୁରରେ କଲେରା ବ୍ୟାପିବା ପ୍ରସଙ୍ଗରେ ମେଡିକାଲ୍ ଅଫିସରଙ୍କୁ ସୋ’କଜ୍

ଯାଜପୁର ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର୍ ଡା. ସୁଧୀର ସାହୁଙ୍କୁ ସୋ’କଜ୍ କଲେରା ବ୍ୟାପିବା ପ୍ରସଙ୍ଗରେ ମେଡିକାଲ୍ ଅଫିସରଙ୍କୁ ସୋ’କଜ୍ ନୋଟିସ୍ ଜାରି କରିଛନ୍ତି।

କଲେରା ପରିଚାଳନା ସମୟରେ ସଠିକ୍ ନିରୀକ୍ଷଣ କରିନଥିବା ଅଭିଯୋଗ ହୋଇଛି। ଗସ୍ତ ସମୟରେ ଅବହେଳା ଅନୁଭବ କରିଥିଲେ ସ୍ୱାସ୍ଥ୍ୟ ସଚିବ ଓ ସ୍ୱତନ୍ତ୍ର ସଚିବ। କାରଣ ଦର୍ଶାଅ ନୋଟିସ୍‌ର ଜବାବ ୭ ଦିନ ଭିତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକା ଜଣକ ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି।

କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ୨ ହକି ପ୍ରଶିକ୍ଷକ ଅଟକ ରଖିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।

ପୌରପାଳିକା ଅଧିକାରୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ନିର୍ଦ୍ଦେଶ

ଯାଜପୁର ବ୍ୟାସନଗର ପୌରପାଳିକା ଅଧିକାରୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଯାଜପୁର ଜିଲ୍ଲାପାଳ।

ଡିଆର୍‌ଡିଏ ପିଡି (ସିଡିଓ) ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତର ଦାୟିତ୍ବ ଦିଆଯାଇଛି।

Nuakhai wishes