ଓଡ଼ିଶା ହାଇକୋର୍ଟରେ ଖାରଜ ହେଲା ଡାନି ଘଡ଼େଇଙ୍କ ନିର୍ବାଚନୀ ମାମଲା

ବିଜେଡିର ପରାଜିତ ପ୍ରାର୍ଥୀ ପ୍ରୀତିରଂଜନ ଘଡ଼େଇଙ୍କ ନିର୍ବାଚନୀ ମାମଲା ଖାରଜ ହୋଇଛି। ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ବିନା ଶୁଣାଣିରେ ସୁକିନ୍ଦା ନିର୍ବାଚନୀ ମାମଲା ଖାରଜ ପାଇଁ କରିଥିଲେ ଆବେଦନ।

ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣାରେ ସିଲ୍ ହେବ ନର୍ସିଂହୋମ୍

ଯାଜପୁର ରୋଡ୍‌ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମ ସିଲ୍ ହେବ। ଆସନ୍ତା ୨୦ ତାରିଖ ଡେଡ୍‌ଲାଇନ୍ କହିଲେ ସିଡିଏମ୍‌ଓ। ଘରୋଇ ନର୍ସିଂହୋମ୍ ଆଇନ୍‌ର ଉଲ୍ଲଙ୍ଘନ କରିଛି, ତେଣୁ ସିଲ୍ ହେବ।

ନାବାଳିକା ପୀଡ଼ିତାକୁ ଯାଜପୁର ସକ୍ଷୀ ଘରେ CWO କାଉନ୍‌ସେଲିଂ କରୁଛି। ମାଟ୍ରିକ୍ ପରୀକ୍ଷା ଦେବାକୁ ପୀଡ଼ିତା ପ୍ରଶାସନକୁ ଅନୁମତି ମାଗିଥିବା ସୂଚନା ମିଳିଛି। ୭୦ ବର୍ଷୀୟ ଅଭିଯୁକ୍ତ ବୃଦ୍ଧ ଓ ନର୍ସିଂହୋମ୍ ଏମ୍‌ଡି ପୂର୍ବରୁ ଗିରଫ ହୋଇଛନ୍ତି।

ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‌

ସ୍ବତନ୍ତ୍ର ହେଲିକପ୍ଟରରେ ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମା’ ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି।

କାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି

କାଲି ରାଷ୍ଟ୍ରପତିଙ୍କ ମା’ ବିରଜା ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ।

ଇନ୍ସପେକ୍ଟର ମଧୁସ୍ମିତା ବେହେରାବସସ୍‌ପେଣ୍ତ୍‌

ପଦର ଅପବ୍ୟବହାର କରିବା ନେଇ ପୂର୍ବତନ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ସସ୍‌ପେଣ୍ତ୍‌ କରାଯାଇଛି।

ମଧୁସ୍ମିତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ପିତୃହନ୍ତା ଯୁବକକୁ ଆଜୀବନ କାରାଦଣ୍ଡାଦେଶ

୨୦୨୦ ମସିହାରେ ଯାଜପୁର ବିଞ୍ଝାରପୁର ବାଛୋଳ ଗାଁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ଗୁରୁଚରଣ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍।

ରାସନ ଚାଉଳକୁ କେନ୍ଦ୍ର କରି ବଚସା ପରେ ବାପାକୁ ହତ୍ୟା କରିଥିଲା ଯୁବକ।

ବଜ୍ରାଘାତରେ ୩ ସ୍କୁଲ ଛାତ୍ରୀ ଆହତ

ଯାଜପୁର ଜିଲ୍ଲା କୋରେଇ ଖନି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ ଛାତ୍ରୀ ଆହତ ହୋଇଛନ୍ତି। ୩ ଛାତ୍ରୀ ସପ୍ତମ ଶ୍ରେଣୀର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ୩ ଛାତ୍ରୀଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି।

ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେବାପାଙ୍କ ମୃତ୍ୟୁ

ଯାଜପୁର ବାଲିଚନ୍ଦ୍ରପୁର ଥାନା ଗୋବଣ୍ଟିଆ ଗାଁରେ ଏହି ଘଟଣା ଘଟିଛି। ସାପ କାମୁଡ଼ାରେ କାଲି ୧୫ ବର୍ଷୀୟା ନାତୁଣୀର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ଶୁଣୁ ଶୁଣୁ ଘର ପିଣ୍ଡାରେ ବସିଥିବା ଜେଜେଙ୍କୁ ହୃଦଘାତ ହୋଇଥିଲା।ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ସ୍କୁଲ୍‌ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଛାତ୍ର

ସ୍କୁଲ୍‌ ଗଶେଶ ମୂର୍ତ୍ତି ଭସାଣି ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟିଛି। ଯାଜପୁର ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ ପୋଖରୀରେ ବୁଡ଼ି ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ପ୍ରହ୍ଲାଦ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର।

ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ୍ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ହେମନ୍ତ କୁମାର ପେରେଇ ୪୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ସେ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ।

Nuakhai wishes