ରାସ୍ତାକଡ଼କୁ ଓଲଟିଲା ବାଲି ବୋଝେଇ ହାଇୱା

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଚାରିଗାରପୁର ଗାଁ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଲି ବୋଝେଇ ହାଇୱା ଦୁର୍ଘଟଣା ଘଟି ରାସ୍ତା କଡ଼କୁ ଓଲଟି ପଡିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ବ୍ରାହ୍ମଣୀ ନଦୀରୁ ବେଆଇନ ଭାବେ ବାଲି ଓଭର ଲୋଡ଼ କରି ଯାଉଥିବା ବେଳେ ଏଭଳି ଘଟଣା ଘଟିଛି।

ନାକପୋଲ ଲକ୍ ଛକଠାରେ ଜଳଛତ୍ର ଉଦଘାଟନ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ନାକପୋଲ ଲକ ଛକଠାରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି ।

ଧର୍ମଶାଳା ବ୍ଲକ ଅଧ୍ଯକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

ରସୁଲପୁର ସମ୍ବାଦ ସାହିତ୍ୟ ଘରର ୮ମ ବାର୍ଷିକ ଉତ୍ସବ

ଆଜି ଯାଜପୁର ଜିଲ୍ଲା ରସୁଲପୁର ସମ୍ବାଦ ସାହିତ୍ୟ ଘରର ୮ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି ।

କୁଆଖିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ପରିସରେ ଅନୁଷ୍ଠିତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ହେବା ନେଇ ଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଧର୍ମଶାଳା ଯୁବ ବିଜେଡ଼ି ସଭାପତି କ୍ଷିତିଶ ନାୟକଙ୍କ ନେତୃତ୍ଵରେ ଧର୍ମଶାଳା ଯୁବ ବିଜେଡ଼ିର ଆଗ ଧାଡ଼ିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଧର୍ମଶାଳା ମହିଳା ବିଜୁ ଜନତା ଦଳ ପକ୍ଷରୁ ଖୋଲିଲା ଜଳଛତ୍ର

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ମହିଳା ସଭାନେତ୍ରୀ ବିଶ୍ୱ ବନ୍ଦନା ଜେନାଙ୍କ ତତ୍ୱବାଧାନରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଆଜିଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି ।

ଆଜି ସକାଳୁ ନୀତିକାନ୍ତି ଅନୁଯାଇ ପୋଖରୀରୁ ନାରାୟଣ ଗୋସାଇଁଙ୍କୁ ବାହାରକୁ ଅଣାଯାଇ ପୂଜା କରାଯାଇଛି ।

Nuakhai wishes