ମାଂସ ନ ଦେଲେ ବୃଦ୍ଧାଙ୍କ ମୃତଦେହ ସଂସ୍କାର ନକରିବାକୁ କୁଟୁମ୍ବଙ୍କ ଜିଦ୍‌

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜଇବିଲା ଗାଁରେ ଏହି ଘଟଣା ଘଟିଛି। ଗାଁର ଜନୈକା ବୃଦ୍ଧାଙ୍କ ଗତ ଶନିବାର ସ୍ୱାଭାବିକ ମୃତ୍ୟୁ ଘଟିଥିଲା। ପୂର୍ବରୁ ବାହାଘର ବେଳେ ବୃଦ୍ଧାଙ୍କ ପୁଅ ଗାଁରେ ଭୋଜି ଦେଇନଥିଲେ।

ପୂର୍ବର ଭୋଜି ପାଇଁ ଏବେ ବୃଦ୍ଧାଙ୍କ ପୁଅଠାରୁ ୧୦କେଜି ମାଂସ ଦାବି କରିଛନ୍ତି କୁଟୁମ୍ବ। ମାଂସ ନଦେଲେ ଶବ ସଂସ୍କାର ନକରିବାକୁ ଅଡ଼ି ବସିଛନ୍ତି। ଫଳରେ ୩ ଦିନ ହେଲାଣି ଘରେ ପଡ଼ିଛି ଶବ।

ରାସ୍ତା ତଳକୁ ଖସିଲା ବସ୍: ବର୍ତ୍ତିଗଲେ ଯାତ୍ରୀ

ଉଦଳା ରାସ୍ତା ଚେକ୍ ଗେଟ୍ ନିକଟରେ ରାସ୍ତା ତଳକୁ ଖସିଲା ବସ୍।

ଭୁବନେଶ୍ୱରରୁ ଉଦଳା ଦେଇ ବାରିପଦା ଯାଉଥିଲା ‘ବାସୁଦେବ’ ବସ୍।

୧୨ ଘଣ୍ଟିଆ ଠାକୁରମୁଣ୍ଡା ବନ୍ଦ ପାଳନ

ଠାକୁରମୁଣ୍ଡାରେ ବସ୍‌ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ବନ୍ଦ ପାଳନ କରାଯାଉଛି।

ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ବାଇକ୍‌ ସ୍କୁଟି ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ଉଦଳା ରାସ୍ତା ବାଲିଯୋଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

୩ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ବାଇକ୍‌ ସ୍କୁଟି ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ଉଦଳା ରାସ୍ତା ବାଲିଯୋଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

୩ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ମୟୂରଭଞ୍ଜ ଜିଲ୍ଲାପାଳ

ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଂଜ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର।

ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି। କିଛି ସମୟ ପରେ ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବେ।

ଆସନ୍ତାକାଲି କେନ୍ଦୁଝର, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

ବୃଦ୍ଧଙ୍କୁ ଦଳି ଦେଲା ହାତୀ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କାଳିଆନାଳ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ଘରେ ଶୋଇ ଥିବାବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ।

ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ତାଡ଼ି ଚୋରି ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଶାଳଚୁଆ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି।

କେତେ କ’ଣ ଚୋରି ହୋଇଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ତାଡ଼ି ଚୋରି ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଶାଳଚୁଆ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି।

କେତେ କ’ଣ ଚୋରି ହୋଇଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Nuakhai wishes