ସାଇ ଦରବାରରେ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସି ସାଇ ଦରବାରରେ ଆଜି ପବିତ୍ର ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଛି ।

ଉଦଳା ସାଇ ଦରବାର କମିଟିର ମୁଖ୍ୟ ପରିଚାଳନା ଜଗବନ୍ଧୁ ପ୍ରଧାନ ପରିଚାଳନା କରିଥିବା ବେଳେ ଅନେକ ମହିଳା ପୁରୁଷ ଭକ୍ତ ପୂଜାର୍ଚ୍ଚନା କରିବା ସହ ବାବାଙ୍କୁ ଦର୍ଶନ କରିଥିଲେ ।

ମାଆ ତାରିଣୀଙ୍କ ପୀଠରେ ଚଇତି ମେଳା ଉତ୍ସବ ପାଳିତ

ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ ନୁଦଡିହା ଠାରେ ଆଜି ମା’ ତାରିଣୀଙ୍କ ପୀଠରେ ଚଇତି ମେଳା ଉତ୍ସଵ ପାଳିତ ହୋଇଛି ।

ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଛି । ବିଧାୟକ ଭାସ୍କର ମଢେଇ, ଜଣାଶୁଣା କଳାକାର କାବୁ ତ୍ରିପାଠୀ ଯୋଗ ଦେଇ ମାଆଙ୍କୁ ଦର୍ଶନ କରିଥିଲେ ।

ପାଣ୍ଡବେସ୍ଵର ମେଳାରେ କୋଡିଏ ହଜାର ଭକ୍ତଙ୍କ ସମାଗମ

ମୟୁରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକପାଣ୍ଡରା ପଞ୍ଚାୟତ ପାଣ୍ଡରା ମେଳାର ତୃତୀୟ ଦିନରେ କୋଡିଏ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଛି।

ତେବେ କମିଟି ତରଫରୁ ଭକ୍ତ ଓ ଲୋକଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରାଯାଇଛି । ତେବେ ଆଜି ମେଳାର ଶେଷ ଦିନ ବୋଲି କମିଟି ତରଫରୁ ସୂଚନା ମିଳିଛି ।

ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ବଡ଼ଚାଟରା ଗ୍ରାମର ବାବନା ପାଠାଗାର ପରିସରରେ ଆଜି “ଗ୍ରାମାଞ୍ଚଳରେ ପାଠାଗାର ର ଆବଶ୍ୟକତା” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ସଂସଦର ସଭାପତି ପ୍ରାବନ୍ଧିକ ଡ଼ଃ ସରୋଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଯୁବ କବି ଅମିତାଭ ମିଶ୍ର, ଅଧ୍ୟାପକ ଅଶୋକ ପୁଷ୍ଟି ,ଲେଖକ ହାଡ଼ିବନ୍ଧୁ ମହାନ୍ତ, ପ୍ରମୁଖ ଅଲୋଚକ ଭାବେ ଯୋଗଦେଇଥିଲେ ।

୪ଜଳଛତ୍ର ଉଦଘାଟନ କଲେ ଲିଲି ଭୋଳ

କପ୍ତିପଦା ଉପଖଣ୍ଡ ଉଦଳା ଏନଏସି ଠାରେ ଆଜି ୪ଟି ଜଳଛତ୍ର ଉଦଘାଟନ କରାଯାଇଛି ।

ବିଜୁ ଜନତା ଦଳ ତଥା ଉଦଳା ଏନଏସି ଉପାଧ୍ୟକ୍ଷା ଲିଲି ଭୋଳ ଉଦଳା ସହରରେ ଅନେକ ସ୍ଥାନରେ ଜଳଛତ୍ର ଆରମ୍ଭ କରିଥିଲେ ।

ଖୋଲାଡି ଗ୍ରାମରେ ଅଷ୍ଟମ ପ୍ରହରୀ ଉତ୍ସବ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଖୋଲାଡ଼ି ଗ୍ରାମରେ ଆଜି ପବିତ୍ର ବିଶୁଭ ସଂକ୍ରାନ୍ତିରେ ଅଷ୍ଟମ ପ୍ରହରୀ ଉତ୍ସଵ ପାଳିତ ହୋଇଛି ।

ଏହି ଉତ୍ସବରେ ଗ୍ରାମର ଶହ ଶହ ଲୋକେ କଳସ ଯାତ୍ରାରେ ଭାଗ ନେଇଥିଲେ । ସଂଧ୍ୟା ସମୟରେ ଭୋଜ କୀର୍ତ୍ତନ ଓ ଅନ୍ୟାନ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି ।

ପଣା ସଂକ୍ରାନ୍ତିରେ ପଣା ବଣ୍ଟନ

ବାରିପଦା ସହରର ଜେଲ ସମ୍ମୁଖ ମୁଖ୍ୟ ରାସ୍ତା କଡରେ ଶ୍ରୀରାମ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରଚଣ୍ଡ ଖରାରେ ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀମାନଙ୍କୁ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଜୀବ କୁମାର ରଣଜିତ,ଜଗଦୀଶ ପାଣି,ରାମକୃଷ୍ଣ ପାତ୍ର,ମୋନରଞ୍ଜନ ସାହୁ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ।

ପୋଡାଡିହା ବନ ବିଭାଗ ଦ୍ଵାରା ପ୍ଲାଗ ମାର୍ଚ୍ଚ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପୋଡାଡିହା ବନ ବିଭାଗ ଦ୍ୱାରା ଶିମିଳିପାଳ ପାଦଦେଶର ଥିବା ଆଜି ହରିଡ଼ାଚୁଆ ଗ୍ରାମରେ ନିକଟରେ ବନ ବିଭାଗର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ପୋଡାଡିହା ବନାଞ୍ଚଳ ଅଧିକାରୀ ମଦନମୋହନ ମହାନ୍ତ ଏହାକୁ ପରିଚାଳନା କରିଥିଲେ । ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସଚେତନତା ଉଦେଶ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଖେରୁଣା ଗ୍ରାମରେ ହନୁମାନ ଜୟନ୍ତୀ ପାଳିତ

ମୟୂରଭଞ୍ଜ ଜିଲ୍ଲା ସାରସକଣା ନିକଟସ୍ଥ ଖରୁଣା ଗ୍ରାମରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି ।

ଗ୍ରାମର ଶତାଧିକ ଲୋକ ଗାଁ ମୁଣ୍ଡ ବଡ଼ ପୋଖରୀ ନିକରରୁ ଘୋଟ ଉତ୍ତୋଳନ କରିଥିଲେ ।

ପାଳିତ ହେଲା ଡ. ଆମ୍ବେଦକର ଜୟନ୍ତୀ

ଆଜି ପ୍ରବିତ୍ର ପଣା ସଂକ୍ରାନ୍ତି, ନବ ବର୍ଷର ଏବଂ ଡ. ଆମ୍ବେଦକର ଜନ୍ମ ଜୟନ୍ତୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସି କାର୍ଯ୍ୟାଳୟରେ ପାଳିତ ହୋଇଛି ।

ଏନଏସିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପାଧ୍ୟକ୍ଷା ଲିଲି ଭୋଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଶେଷ କରିଥିଲେ ।

Nuakhai wishes