ବିଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ତେତେଲପଡ଼ା ଗାଁ ବିଲରୁ ମୃତଦେହ ଉଦ୍ଧାର ହୋଇଛି।
ମୃତକ ତେତେଲପଡ଼ା ଗାଁର ବୋଲି ସୂଚନା ମିଳିଛି। ସୋମବାର ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।
Credible Local News of Odisha
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ତେତେଲପଡ଼ା ଗାଁ ବିଲରୁ ମୃତଦେହ ଉଦ୍ଧାର ହୋଇଛି।
ମୃତକ ତେତେଲପଡ଼ା ଗାଁର ବୋଲି ସୂଚନା ମିଳିଛି। ସୋମବାର ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ସାନ୍ଦୁଲ ବ୍ୟାରେଜ୍ କାମ ବେଳେ ଅଘଟଣ ଘଟିଛି।
ମାଟି ଅତଡ଼ା ଧସି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ଅଛନ୍ତି।
କଳାହାଣ୍ଡିର ଏମ୍.ରାମପୁରକୁ ଏନଏସି ମାନ୍ୟତା ଦାବିରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ବ୍ୟବସାୟୀ ସଂଘ।
ଫଳରେ ଦୋକାନ ବଜାର ବନ୍ଦ ରହିଛି।
ଡିଡି ବିଲ୍ଡରର ନିର୍ଦେଶକ ତ୍ରିଲୋଚନ ଅଗ୍ରୱାଲଙ୍କ ୬୬ ବର୍ଷ ବୟସରେ ହୃତଘାତରେ ପରଲୋକ ଘଟିଛି।
ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଥିଲେ ତ୍ରିଲୋଚନ।
ଭବାନୀପାଟଣା ପୋଖରୀବନ୍ଧ ନିକଟ ଢେପଗୁଡ଼ାରେ ଅଘଟଣ ଘଟିଛି।
ଟ୍ରକ୍ ଓଲଟି ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଗଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ଜେଇ ଭବାନୀଶଙ୍କର ମହନ୍ତଙ୍କ ମୃତଦେହ କେନାଲ ଭିତରେ ଠାବ ହୋଇଛି।
ଏ ନେଇ ଥାନାରେ ଏତଲା କରିଥିଲେ ଉଠା ଜଳସେଚନ ପ୍ରକଳ୍ପର ଏସ୍ଡିଓ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କାଲି ସନ୍ଧ୍ୟାରୁ ଜୟପାଟଣା ଥାନାରେ ନିଖୋଜ ଏତଲା ହୋଇଥିଲା।
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବନ୍ଦ ଡାକରା ଦେଇଛି କେସିଙ୍ଗା ବିକାଶ ମଞ୍ଚ।
ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ। ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଓ ଦୋକାନ ବଜାର ବନ୍ଦ ରହିଛି।
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବନ୍ଦ ଡାକରା ଦେଇଛି କେସିଙ୍ଗା ବିକାଶ ମଞ୍ଚ।
ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ। ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଓ ଦୋକାନ ବଜାର ବନ୍ଦ ରହିଛି।
ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରୁଛି ବିଜେପି।
କଟ୍ନିଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ-ଓ-ଯୁବ ଓଡିଶା – ନବୀନ ଓଡ଼ିଶା,କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ଅଲମ୍ପିକ ଏସୋସିଏସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗମୋହନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନେହେରୁ ଯୁବକେନ୍ଦ୍ର ଭବାନୀପାଟଣାର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଏବଂ ସମ୍ମାନିତ ଅତିଥି ଭାବରେ ବିଧାୟକ ପ୍ରତିନିଧି ଯୋଗ ଦେଇଥିଲେ।