ପରଲୋକରେ କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି

ଡିଡି ବିଲ୍ଡରର ନିର୍ଦେଶକ ତ୍ରିଲୋଚନ ଅଗ୍ରୱାଲଙ୍କ ୬୬ ବର୍ଷ ବୟସରେ ହୃତଘାତରେ ପରଲୋକ ଘଟିଛି।

ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଥିଲେ ତ୍ରିଲୋଚନ।

ଟ୍ରକ ଓଲଟି ୨ ବାଇକ ଆରୋହୀ ମୃତ

ଭବାନୀପାଟଣା ପୋଖରୀବନ୍ଧ ନିକଟ ଢେପଗୁଡ଼ାରେ ଅଘଟଣ ଘଟିଛି।

ଟ୍ରକ୍ ଓଲଟି ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଗଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି।

ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ ଜେଇଙ୍କ ମୃତଦେହ ଠାବ

କଳାହାଣ୍ଡି ଜିଲ୍ଲା ଜେଇ ଭବାନୀଶଙ୍କର ମହନ୍ତଙ୍କ ମୃତଦେହ କେନାଲ ଭିତରେ ଠାବ ହୋଇଛି।

ଏ ନେଇ ଥାନାରେ ଏତଲା କରିଥିଲେ ଉଠା ଜଳସେଚନ ପ୍ରକଳ୍ପର ଏସ୍‌ଡିଓ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କାଲି ସନ୍ଧ୍ୟାରୁ ଜୟପାଟଣା ଥାନାରେ ନିଖୋଜ ଏତଲା ହୋଇଥିଲା।

କେସିଙ୍ଗା ଏନଏସିରେ ୧୧ ଘଣ୍ଟିଆ ବନ୍ଦ ପାଳନ

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବନ୍ଦ ଡାକରା ଦେଇଛି କେସିଙ୍ଗା ବିକାଶ ମଞ୍ଚ।

ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ। ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଓ ଦୋକାନ ବଜାର ବନ୍ଦ ରହିଛି।

କେସିଙ୍ଗା ଏନଏସିରେ ୧୧ ଘଣ୍ଟିଆ ବନ୍ଦ ପାଳନ

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବନ୍ଦ ଡାକରା ଦେଇଛି କେସିଙ୍ଗା ବିକାଶ ମଞ୍ଚ।

ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ। ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଓ ଦୋକାନ ବଜାର ବନ୍ଦ ରହିଛି।

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରୁଛି ବିଜେପି।

କଟ୍‌ନିଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଯୁବ ଓଡିଶା – ନବୀନ ଓଡ଼ିଶା,କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ-ଓ-ଯୁବ ଓଡିଶା – ନବୀନ ଓଡ଼ିଶା,କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।

ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ଅଲମ୍ପିକ ଏସୋସିଏସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗମୋହନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନେହେରୁ ଯୁବକେନ୍ଦ୍ର ଭବାନୀପାଟଣାର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଏବଂ ସମ୍ମାନିତ ଅତିଥି ଭାବରେ ବିଧାୟକ ପ୍ରତିନିଧି ଯୋଗ ଦେଇଥିଲେ।

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଭବାନୀପାଟଣା ସଦର ଥାନା ଗୋଇପିଟା ଗାଁରେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି।

ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ରେଞ୍ଜରଙ୍କୁ ଦଳି ଦେଲା ହାତୀ, ଅବସ୍ଥା ସଙ୍କଟାପନ୍ନ

କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ ରାତିରେ ରେଞ୍ଜରଙ୍କୁ ଆକ୍ରମଣ କଲା ଦନ୍ତା ହାତୀ।

ଏହି ଘଟଣା ଗାଁରେ ପଶିଥିବା ଲୋକେ ଜଣାଇଥିଲେ। ଘଉଡ଼େଇବାକୁ ରେଞ୍ଜର ଉଦ୍ୟମ କଲା ବେଳେ ଆକ୍ରମଣର ଶିକାର ହୋଇଥିଲେ।

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜିତ କାର୍ଜିଙ୍କ ମୃତଦେହ ମୁଖିଗୁଡା ସ୍ଥିତ କ୍ବାଟର୍ସରୁ ଉଦ୍ଧାର କଲା ଜୟପାଟଣା ପୁଲିସ।

ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରଞ୍ଜିତ କାର୍ଜି।

Nuakhai wishes