ହିଟ୍ ୱେଭ୍‌ ନେଇ ୩ ଜିଲ୍ଲାକ ରେଡ୍ ୱାର୍ଣ୍ଣିଂ

ରାଜ୍ୟରେ ହିଟ୍ ୱେଭ୍‌ ନେଇ ପଶ୍ଚିମ ଓଡ଼ିଶାରେ ୩ ଜିଲ୍ଲାକୁ ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି ହୋଇଛି।

ଝାରସୁଗୁଡ଼ା, ନୂଆପଡ଼ା, ସୋନପୁର, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଖରା ନେଇ କାଲି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର

ବୁର୍ଲାରେ ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ମନୀଷ। ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି।ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ ବେଳେ ଖସିଯାଉଥିଲା। ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇବା ପରେ ଏନ୍‌କାଉଣ୍ଟର କରିଛି ପୁଲିସ।

ଧାନ ବୈଠକ ଅଧାରୁ ଉଠିଗଲେ ଚାଷୀ

ସମ୍ବଲପୁର ରବି ଧାନ ସଂଗ୍ରହ ବୈଠକ ବର୍ଜନ କଲେ ଚାଷୀ। ଟୋକନ୍‌ ସମସ୍ୟାକୁ ନେଇ ଅଧାରୁ ଉଠିଗଲେ ଚାଷୀ। ବରେଇପାଲି ଧାନ ମଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ବସିଥିଲା।

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା।ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ବୁର୍ଲାର, କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ ରହିଛି।

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା।ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ବୁର୍ଲାର, କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ ରହିଛି।

ବୁର୍ଲାରେ ଖୋଲିବ ନୂଆ ତହସିଲ୍‌ ଅଫିସ୍‌

ସମ୍ବଲପୁର ବୁର୍ଲାରେ ନୂଆ ତହସିଲ୍‌ ଅଫିସ୍‌ ଖୋଲିବ ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ପରେ ଏହି ସୂଚନା ଦେଲେ।

ଅପରେସନ୍‌ ପ୍ରହାରରେ ୧୨୭ ନିଶା ବେପାରୀ ଗିରଫ

ସମ୍ବଲପୁର, ସୋନପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡ଼ରୁ ୧୨୭ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ।

୫ ଜିଲ୍ଲାରୁ ୧୪ କୋଟି ୩୨ ଲକ୍ଷ ୧୪ ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି।

ମାଆ ସମଲେଇ ମନ୍ଦିରରେ ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ

ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ପବିତ୍ରତା ଓ ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତୀ ପାଇଁ ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ।

ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ସସପେଣ୍ଡ

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିବା ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ସସପେଣ୍ଡ କଲେ ସରକାର।

ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଡ୍ରାଇଭର୍ ପ୍ରବୀଣ କୁମାରଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ତହସିଲଦାର। ୨୦୧୯ ବ୍ୟାଚର OAS ଟପ୍ପର ଥିଲେ ଅଶ୍ୱିନୀ ପଣ୍ଡା।

Nuakhai wishes