ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ସ୍ତ୍ରୀ ପ୍ରେମିକକୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାରେ ବନ୍ଧୁକ ସହ ଅଭିଯୁକ୍ତକୁ ଗିରଫ କଲା ସମ୍ବଲପୁର ଚାରମାଳ ଥାନା ପୁଲିସ।

୭ ମାସ ପରେ ଫେରାର ଅଭିଯୁକ୍ତ ତେଲିଘଣା ଅଞ୍ଚଳରୁ ଗିରଫ ହୋଇଛି। ଗତବର୍ଷ ଅଗଷ୍ଟରେ ସ୍ତ୍ରୀ ପ୍ରେମିକକୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲା।

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି।

ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ଅଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା।

ସମ୍ବଲପୁର ଭିମସାର ଡାକ୍ତରୀ ଛାତ୍ରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଡିନ୍‌ ଓ ଆକାଉଣ୍ଟ ଅଫିସରଙ୍କ ବଦଳି ସହ ବିଭିନ୍ନ ଦାବି ନେଇ ମେଡିକାଲ ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି।

ଜୁନିୟର ଛାତ୍ର ଓ ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମିଳିତ ଆନ୍ଦୋଳନ କରୁଛନ୍ତି।

ସମ୍ବଲପୁରରେ ଗଡ଼ିଲା ‘ମୋ ବସ୍’

ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ମିଳିବ।

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।

ସମ୍ବଲପୁରରେ ଗଡ଼ିଲା ‘ମୋ ବସ୍’

ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ମିଳିବ।

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।

ବାମରାକୁ ଏନ୍ଏସି ମାନ୍ୟତା ଦାବିରେ ବନ୍ଦ ପାଳନ

ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଗାଡ଼ି ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଛି।

ଦନ୍ତାହାତୀର ଗଳିତ ମୃତଦେହ ଠାବ

ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜରେ ମୃତଦେହ ଠାବ ହୋଇଛି।

ସରଡ଼ା ରାସ୍ତା ବାଲିଆମ ପାହାଡ ନିକଟରେ ପଡ଼ିଛି ମୃତଦେହ। ହାତୀର ବୟସ ୭ରୁ ୮ ବର୍ଷ ହେବ। ସପ୍ତାହେ ତଳେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍‌

ସମ୍ବଲପୁରରୁ ତୀର୍ଥଯାତ୍ରୀଙ୍କୁ ଧରି ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍‌।

କ୍ଷେତରାଜପୁର ଷ୍ଟେସନରୁ ଏହାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଝାଡ଼ାବାନ୍ତିରେ ୨୨ ଛାତ୍ରୀ ଆକ୍ରାନ୍ତ

ସମ୍ବଲପୁର ଜିଲ୍ଲା ବାମରା ସାଲହି ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ୨୨ ଛାତ୍ରୀ ଆକ୍ରାନ୍ତ ହୋଇଛି।

୧୦ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ୪ ଦିନ ହେଲାଣି ବ୍ୟାପିଛି ଝାଡ଼ାବାନ୍ତି। କାରଣ ଅସ୍ପଷ୍ଟ ରହିଛି।

Nuakhai wishes