ଆମ୍ବେଦକରଙ୍କ ଜୟନ୍ତୀରେ ବାଇକ ଶୋଭାଯାତ୍ରା
ଆଜି ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ବିଏସପି ତରଫରୁ ବିଶାଳ ବାଇକ ଶୋଭାଯାତ୍ରା ସମ୍ବଲପୁର ମୁଦିପଡା ଛକରୁ ବାହାରି ସହର ପରିକ୍ରମା କରିଥିଲା ।
ଏଥିରେ ଶତାଧିକ ବିଏସପି କାର୍ଯ୍ୟକର୍ତ୍ତା ସାମିଲ ରହିଥିଲେ ।
Credible Local News of Odisha
ଆଜି ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ବିଏସପି ତରଫରୁ ବିଶାଳ ବାଇକ ଶୋଭାଯାତ୍ରା ସମ୍ବଲପୁର ମୁଦିପଡା ଛକରୁ ବାହାରି ସହର ପରିକ୍ରମା କରିଥିଲା ।
ଏଥିରେ ଶତାଧିକ ବିଏସପି କାର୍ଯ୍ୟକର୍ତ୍ତା ସାମିଲ ରହିଥିଲେ ।
ଆଜି ସମ୍ବଲପୁର ଜିଲ୍ଲା ଶ୍ରୀଅରବିନ୍ଦ ସ୍କୁଲରେ ସଂଗତି ଜୋନ ପକ୍ଷରୁ ଓଡ଼ିଆ ନୂଆ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଏକ ସଭା ଓ ପଣା ପାନ ଆୟୋଜିତ ହୋଇଥିଲା।
ପ୍ରଫୁଲ୍ଲ ପଣ୍ଡାଙ୍କ ପରିଚାଳନାରେ ମନୋରଞ୍ଜନ ପଟ୍ଟନାୟକ, ଉଦିତ ବାବୁ ତଥା ବିଭିନ୍ନ ସ୍କୁଲରୁ ଆସିଥିବା ପ୍ରତିନିଧିମାନେ ବକ୍ତବ୍ୟ ରଖିଥିଲେ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଆଦିବାସୀ ଭାବନ ଠାରେ ଆଦିବାସୀ ସାମାଜିକ ଓ ସଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ଭୀମ ରାଓ ଆମ୍ବେଦକକରଙ୍କ ଜୟନ୍ତୀ ପାଳିତ ହୋଇଛି।
ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନିର୍ଦ୍ଦେଶକ ଡ.ଦିଲୀପ କୁମାର ପାଣି ଅତିଥି ଭାବରେ ଯୋଗ ଦେଇଥିଲେ।
ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି।
ଏଥିରେ ଲୋକସମ୍ପର୍କ ଉପନିର୍ଦେଶକ ବିଜୟ ମିଶ୍ର ମୁଖ୍ୟ ଅତିଥି, ସମ୍ବଲପୁର ଆକାଶବାଣୀ ନିର୍ଦେଶକ ଅଶୋକ ପୂଜାରୀ ମୁଖ୍ୟ ବକ୍ତା ଭାବେ, ଭୀମ ଆର୍ମି ଅଧ୍ୟକ୍ଷ ଲଙ୍କେସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ହୀରାକୁଦ ରେଲଷ୍ଠେସନ ନିକଟରେ ଥିବା ରେଲଧାରଣା ଉପରୁ ମିଳିଛି ଯୁବକ, ଯୁବତୀଙ୍କ ମୄତଦେହ।
ତେବେ ଏହି ମୄତଦେହ ମିଳିବା ଘଟଣା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ମୃତକଙ୍କ ପରିଚୟ ମିଳିନଥିବାବେଳେ ମୃତଦେହ ନିକଟରେ ଗୋଟିଏ ହେଲମେଟ ରଖାଯାଇଥିବା ଦେଖିବାକୁ ମିଳିଛି।
ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ସକାଳ ୮ଟାରେ ସମ୍ବଲପୁର ମୋଦୀପଡା ଛକରେ ଥିବା ଭାରତ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ପ୍ରତିମୂର୍ତିରେ ଜୟନ୍ତୀ ଉପଲକ୍ଷେ ପୁଷ୍ପମାଲ୍ୟାର୍ପଣ ହୋଇଥିଲା।
ଏଥିରେ ଜନମୁଖ ସମ୍ପାଦକ ବିରେନ୍ଦ୍ର ପାଣିଗ୍ରାହୀ, ମହଫୁଜ ଆଲାମ, ବାବା ଫାରୁକି, ଆଲ୍ଲାଉଦ୍ଦିନ ସୀଦ୍ଦୀକି, କବି ସରଫରାଜ ଓ ଅନ୍ୟାନ୍ୟ ସଦସ୍ୟ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ସମ୍ବଲପୁର ଠାରେ ବାବା ସାହେବ ଆମ୍ବଦକର ଜୟନ୍ତୀପାଳନ ହୋଇଯାଇଛି।
ସମ୍ବଲପୁର ଠାରେ ଥିବା ବାବା ସାହେବ ଆମ୍ବଦକର ପ୍ରତିମୂର୍ତ୍ତିରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପ ମାଲ୍ୟ ଦେଇ ଜୟନ୍ତୀ ପାଳନ କରାଯାଇଛି।
ଓଡିଶା ଅଗ୍ନିଶମ ସପ୍ତାହ ପାଳନ ଅବସରରେ ସମ୍ବଲପୁର ଠାରେ ଆଜି ବିଶେଷ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
ଏହାକୁ ଉତ୍ତରାଞ୍ଚଳ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ । ଏଥିରେ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଲଙ୍କ ସମେତ ବହୁ ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସାମିଲ ରହିଥିଲେ।