ଅନୁଗୁଳରେ ୨ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣ ବୃଦ୍ଧ ମୃତ

ଆମ୍ବ ଗୋଟାଇବା ବେଳେ ହାତୀ ଆକ୍ରମଣରେ ୨ ବୃଦ୍ଧ ପ୍ରାଣ ହରାଇଛନ୍ତି। ପୁରୁଣାଗଡ଼ ସେକ୍ସନ ଚନ୍ଦନପୁର ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ପ୍ରାଣ ହାରିଥିବା ବେଳେ ବନ୍ତଳା ରେଞ୍ଜ ମଧୁପୁର ଗାଁରେ ଆଉ ଜଣେ ବୃଦ୍ଧ ପ୍ରାଣ ଧରିଛନ୍ତି।ଚଳିତ ମାସ ଅନୁଗୁଳରେ ହାତୀ ଆକ୍ରମଣରେ ଗଲାଣି ୭ ଜୀବନ।

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୁଳ ନନ୍ଦପୁର ପଞ୍ଚାୟତ କୁସୁପାଟ ଗାଁରେ ଅଘଟଣ ଘଟିଛି। ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଅନୁଗୁଳ ମେଡିକାଲ୍‌ରେ ମୃତ ଘୋଷଣା କଲେ ଡାକ୍ତର।

ପୁଣି ତାଳଚେରରେ ଦବିଲା ରାସ୍ତା

ତାଳଚେରରେ ରାସ୍ତା ଦବି ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଡେରା ପାଖ ପେଟ୍ରୋଲ ପମ୍ପ ନିକଟରେ ଦବିଲା ରାସ୍ତା।

ଭୂତଳ କୋଇଲା ଖଣି ପାଇଁ ରାସ୍ତା ଦବିଥିବା ଆଶଙ୍କା କରାଯାଉଛି।

ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲା ବାପା

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ ୧୨ ଓ ୮ ବର୍ଷର ନାବାଳକ ପୁଅକୁ ବିଷ ପିଆଇଲା ବାପା। ଗୁରୁତର ଅସୁସ୍ଥ ୨ ନାବାଳକ ପୁଅଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍କୁଲରୁ ଦୁଇ ପୁଅଙ୍କୁ ଧରି ଫେରିବା ବେଳେ ଜଙ୍ଗଲକୁ ନେଇ ବିଷ ପିଆଇଲା। ଦୁଇ ପୁଅ ବାନ୍ତି କରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ବାପାକୁ ଧରି ପଚରାଉଚରା ପରେ ବିଷ ପିଆଇଥିବା ମାନିଥିବା ସୂଚନା ମିଳିଛି।

ଜଳପ୍ରପାତରେ ସାଙ୍ଗଙ୍କ ଆଗରେ ଭାସିଗଲେ ଯୁବକ

ଅନୁଗୁଳ ଜିଲ୍ଲା ପାଳଲହଡ଼ା ଗର୍ଜନଖୋଳ ଜଳପ୍ରପାତରେ ୨ ସାଙ୍ଗ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯୁବକ ନିଖୋଜ ଅଛନ୍ତି।ବାଂଶପାଳ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

କଏଦୀ ଜଣକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହୋଇ ମେଡିକାଲ୍ ଯାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଏଦୀଙ୍କ ମୃତ୍ୟୁ ହୋଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨୦୨୩ ଅପ୍ରେଲରେ ଏକ ହତ୍ୟା ମାମଲାରେ ସେ ଜେଲ୍‌ରେ ଥିଲେ।

ଅନୁଗୁଳ ରେଞ୍ଜ ଅଞ୍ଚଳରୁ ମାଈ ହାତୀର ମୃତଦେହ ଠାବ

ଅନୁଗୁଳ ସାହାରାଗୋଡ଼ା ଗାଁ ନିକଟରୁ ମୃତଦେହ ଠାବ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଚାଲିଛି ତଦନ୍ତ।

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୧୪ରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ରେଭେନ୍ସା ବାଳିକା ବିଦ୍ୟାଳୟର କରିବେ ଶିଳାନ୍ୟାସ। ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ।

ଜଙ୍ଗଲରେ ପଡ଼ିଛି ମାଈହାତୀର ମୃତଦେହ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗପାଳ ଜଙ୍ଗଲରେ ପଡ଼ିଛି ମୃତଦେହ।

ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ଜଣାପଡ଼ି ନାହିଁ।

ପୁଲସି ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ ଜିଲ୍ଲା ତାଳଚେର ବଲଣ୍ଡାରେ ଏହି ଘଟଣା ଘଟିଥିବା ବେଳେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକିଲେ ଲୋକେ।

ପରିବା ପାଇଁ ଯିବା ବେଳେ OISF ପୁଲିସ ଗାଡ଼ି ଧକ୍କା ଦେଇଥିଲା।

Nuakhai wishes