ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲା ବାପା

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ ୧୨ ଓ ୮ ବର୍ଷର ନାବାଳକ ପୁଅକୁ ବିଷ ପିଆଇଲା ବାପା। ଗୁରୁତର ଅସୁସ୍ଥ ୨ ନାବାଳକ ପୁଅଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍କୁଲରୁ ଦୁଇ ପୁଅଙ୍କୁ ଧରି ଫେରିବା ବେଳେ ଜଙ୍ଗଲକୁ ନେଇ ବିଷ ପିଆଇଲା। ଦୁଇ ପୁଅ ବାନ୍ତି କରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ବାପାକୁ ଧରି ପଚରାଉଚରା ପରେ ବିଷ ପିଆଇଥିବା ମାନିଥିବା ସୂଚନା ମିଳିଛି।

ଜଳପ୍ରପାତରେ ସାଙ୍ଗଙ୍କ ଆଗରେ ଭାସିଗଲେ ଯୁବକ

ଅନୁଗୁଳ ଜିଲ୍ଲା ପାଳଲହଡ଼ା ଗର୍ଜନଖୋଳ ଜଳପ୍ରପାତରେ ୨ ସାଙ୍ଗ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯୁବକ ନିଖୋଜ ଅଛନ୍ତି।ବାଂଶପାଳ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

କଏଦୀ ଜଣକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହୋଇ ମେଡିକାଲ୍ ଯାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଏଦୀଙ୍କ ମୃତ୍ୟୁ ହୋଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨୦୨୩ ଅପ୍ରେଲରେ ଏକ ହତ୍ୟା ମାମଲାରେ ସେ ଜେଲ୍‌ରେ ଥିଲେ।

ଅନୁଗୁଳ ରେଞ୍ଜ ଅଞ୍ଚଳରୁ ମାଈ ହାତୀର ମୃତଦେହ ଠାବ

ଅନୁଗୁଳ ସାହାରାଗୋଡ଼ା ଗାଁ ନିକଟରୁ ମୃତଦେହ ଠାବ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଚାଲିଛି ତଦନ୍ତ।

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୧୪ରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ରେଭେନ୍ସା ବାଳିକା ବିଦ୍ୟାଳୟର କରିବେ ଶିଳାନ୍ୟାସ। ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ।

ଜଙ୍ଗଲରେ ପଡ଼ିଛି ମାଈହାତୀର ମୃତଦେହ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗପାଳ ଜଙ୍ଗଲରେ ପଡ଼ିଛି ମୃତଦେହ।

ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ଜଣାପଡ଼ି ନାହିଁ।

ପୁଲସି ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ ଜିଲ୍ଲା ତାଳଚେର ବଲଣ୍ଡାରେ ଏହି ଘଟଣା ଘଟିଥିବା ବେଳେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକିଲେ ଲୋକେ।

ପରିବା ପାଇଁ ଯିବା ବେଳେ OISF ପୁଲିସ ଗାଡ଼ି ଧକ୍କା ଦେଇଥିଲା।

ହାତୀ ଆକ୍ରମଣରେ ଯୁବକ ମୃତ

ଅନୁଗୁଳ ବନଖଣ୍ଡ ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି।

କୌଣସି କାମରେ ଘର ନିକଟକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ। ବିଜୟ ନାଏକଙ୍କ ମୃତ୍ୟୁକୁ ନେଇ ଧୋକୁଟା ଗାଁରେ ଅସନ୍ତୋଷ ଦେଖାଦେଇଛି।

ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼

ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ ଗୁଳିମାଡ଼ ହୋଇଛି।ନାବାଳକ ଜଂଘରେ ଗୁଳି ବାଜିଛି। ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

କିଏ ଓ କାହିଁକି ନାବାଳକକୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି।

Nuakhai wishes