ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର

ବେଆଇନ ନଗଦ ଟଙ୍କା ରଖିଥିବା ଅଭିଯୋଗରେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ଧରିଛି ଭିଜିଲାନ୍ସ।

ଜିତେନ୍ଦ୍ରଙ୍କ ପାଖରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ଗାଡ଼ିରୁ ୧୧ଲକ୍ଷ ଟଙ୍କା ଓ ୨ଟି ଘର ଯାଞ୍ଚରୁ ୩ଲକ୍ଷ ଓ ୧୦ଲକ୍ଷ ଟଙ୍କା ଜବତ ହୋଇଛି।

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ତାଳଚେର ଟାଉନ ଏମ.ଇ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ସ୍ଥାନୀୟ କଙ୍କିଳି କାଜୁ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିରୋଜ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଏହି ଉପଲକ୍ଷେ ଅଂଚଳର ସବୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ପୁରୁଣା ସ୍କୁଲ ଦିନର ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ । ପ୍ରଥମେ ସ୍କୁଲରେ ଶିକ୍ଷାଦାନ କରିଥିବା ଦିବଙ୍ଗତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ନୀରବ ପ୍ରାର୍ଥନା କରାଯାଇଥିଲା

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ତାଳଚେର ଟାଉନ ଏମ.ଇ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ସ୍ଥାନୀୟ କଙ୍କିଳି କାଜୁ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିରୋଜ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଏହି ଉପଲକ୍ଷେ ଅଂଚଳର ସବୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ପୁରୁଣା ସ୍କୁଲ ଦିନର ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ । ପ୍ରଥମେ ସ୍କୁଲରେ ଶିକ୍ଷାଦାନ କରିଥିବା ଦିବଙ୍ଗତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ନୀରବ ପ୍ରାର୍ଥନା କରାଯାଇଥିଲା

ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନୀତ

ତାଳଚେର ରେମୁଆଁ ସ୍ଥିତ ସୌଭାଗ୍ୟ ମଣ୍ଡପ ଠାରେ ତାଳଚେର ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନର ଦ୍ୱିତୀୟ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ କ୍ଷିରୋଦ ସାହୁଙ୍କୁ ଗୋପବନ୍ଧୁ ପ୍ରତିଭା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି ।

ଧାନ ମଣ୍ଡି ଉଦଘାଟିତ

ତାଳଚେର ବ୍ଲକ ସ୍ଥିତ କଣ୍ଢାଳ ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ରାଜ୍ୟ ସରକାର କୃଷି କ୍ଷେତ୍ର ଓ କୃଷକମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଅବଗତ କରାଇବା ସହ ଏଗୁଡ଼ିକର ଲାଭ ନେବା ପାଇଁ ପରାମର୍ଶ ଦେଇଥିଲେ ।

ସରକାରୀ ବୃତି ପରୀକ୍ଷାରେ କଳମଛୁଇଁ ଶିଶୁମନ୍ଦିରର ସଫଳତା

୨୦୨୩-୨୦୨୪ ଶିକ୍ଷା ବର୍ଷ ସରକାରୀ ବୃତି ପରୀକ୍ଷାରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି ।

ତୃତୀୟ ଶ୍ରେଣୀ ବୃତି ପରୀକ୍ଷା ଫଳାଫଳରେ ଭକ୍ତିମୟୀ ବେହେରା, ଜ୍ୟୋତିରାଦିତ୍ୟ ସାହୁ,ବିଶ୍ୱଜିତ ପ୍ରଧାନ ବୃତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ପଂଚମ ଶ୍ରେଣୀ ବୃତି ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଶାଶ୍ୱତ କୁମାର ନାୟକ ଓ ସତ୍ୟମ୍ ସୁନ୍ଦରମ୍ ସାହୁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରାଇଛନ୍ତି ।

ଏମସିଏଲରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ -୨୦୨୪ ଆରମ୍ଭ

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ଠାରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ-୨୦୨୪ ପାଳନ ସମାରୋହ ଆଜି ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି ।

ଏହି ଅବସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ‘ସୁରକ୍ଷା ପଦଯାତ୍ରା’ ମାଧ୍ୟମରେ ସଚେତନ କରାଯାଇ ଏହାକୁ ସ୍ମରଣୀୟ କରାଯାଇଥିଲା । ଚଳିତ ଜାନୁୟାରୀ ମାସ ୫ ତାରିଖରୁ ଜାନୁୟାରୀ ୧୮ ତାରିଖ ପର୍ଯ୍ୟନ୍ତ ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ତତ୍ୱାବଧାନରେ ଏହି ପକ୍ଷ ପାଳନ କରାଯିବ ।

ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

ତାଳଚେର ବିଜୁ ପଟ୍ଟନାୟକ ବୃଦ୍ଧାଶ୍ରମରେ ଆଜି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି ବରିଷ୍ଠ କଂଗ୍ରେସ ନାରୀ ନେତ୍ରୀ ସସ୍ମିତା ବେହେରା।

ତାଳଚେରରୁ ଅଯୋଧ୍ୟା ଶୁଭମଙ୍କର ପଦଯାତ୍ରା

ତାଳଚେରରୁ ଅଯୋଧ୍ୟା ଦୀର୍ଘ ୧୦୦୦ କିଲୋମିଟର ରାସ୍ତା ପଦଯାତ୍ରାରେ ବାହାରିଛନ୍ତି ତାଳଚେରର ଶୁଭମ ସାହୁ।

ଶହ ଶହ ଶ୍ରଦ୍ଧାଳୁ ଆଜି ତାଙ୍କୁ ଅଯୋଧ୍ୟା ଅଭିମୁଖେ ବାହାରିଥିବା ସମୟରେ ଜୟ ଶ୍ରୀରାମ ଧ୍ୱନି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

କଳିଙ୍ଗ ନଗର ମୃତ ଆଦିବାସୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଐତିହାସିକ କଳିଙ୍ଗ ନଗର ଶହିଦ୍ ଦିବସ ଅବସରରେ ନିଜର ଭିଟାମାଟି ପାଇଁ ପୋଲିସ୍ ଗୁଳିରେ ଶହିଦ୍ ହୋଇଥିବା କଳିଙ୍ଗ ନଗରର ୧୪ ଜଣ ଆଦିବାସୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହିତ କ୍ୟାଣ୍ଡେଲ୍ ଶୋଭଯାତ୍ରା ଓ ଶ୍ରଦ୍ଧାଞ୍ଜଳୀ ସଭା ତାଳଚେର ଫାଷ୍ଟଗେଟ୍ ସ୍ଥିତ ରାମଚନ୍ଦ୍ର ବଜାର ଠାରେ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସ୍ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ଶ୍ରଦ୍ଧାଞ୍ଜଳୀ ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Nuakhai wishes