ଆକାଶବାଣୀ ଶ୍ରୋତା ସଂଘର ବାର୍ଷିକ ଉତ୍ସବ

ରବିବାର ଦିନ ବରଗଡ ଅଗ୍ରଗାମୀ ଯୁବକ ସଂଘ ଠାରେ ୩୦ ତମ ଆକାଶବାଣୀ ଶ୍ରୋତା ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି କୁଷ୍ଣଚନ୍ଦ୍ର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଆକାଶବାଣୀର ଅଶୋକ ପାଣିଗ୍ରାହୀ, କଳାପାଣି କଲେଜର ଅଧ୍ଯକ୍ଷ ମହୋନ ସାହୁ, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସନ୍ତୋଷ ପିଂକ, ଚଳଚ୍ଚିତ୍ର ଅଭିନେତା ତପସ୍ୱିନୀ ଗୁରୁ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୋପବନ୍ଧୁ ପୁରୋହିତ।

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି।

ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ଅଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା।

ଅତାବିରା ବ୍ଲକ ପରିସରରେ ଲକ୍ଷ୍ମୀ ବସର ଶୁଭାରମ୍ଭ

ଗୁରୁବାର ଦିନ ବରଗଡ ଜିଲ୍ଲା ଅତାବିରା ବ୍ଲକ ପରିସରରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରାଯାଇଛି। ବ୍ଲକ ଅଧ୍ଯକ୍ଷା ଗୀତାଞ୍ଜଳି ନାଏକ ସବୁଜ ପତାକା ଦେଖାଇ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଥିଲେ।

ଲକ୍ଷ୍ମୀ ବସ ଶୁଭାରମ୍ଭ ସମୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାଏକ, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର, ଜିଲ୍ଲା ପରିଷଦ ସଭ୍ଯ ରଣଜିତ ସାହୁ, ସନ୍ତୋଷ ବେହେରା, ମହିଳା ସ୍ବଂୟ ସହୟକା ଗୋଷ୍ଠୀା ସଦସ୍ଯା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଲକ୍ଷ୍ମୀ ବସଟି ଗାଁକୁ ଗାଁ ଯାଇ ବ୍ଲକରେ ପହ

ମହୁମାଛି ଆକ୍ରମଣ ରେ ଲାଣ୍ଡିଜୁରି ଗ୍ରାମର ଜଣେ ଆହତ

ବୁଧବାର ବରଗଡ ଜିଲ୍ଲା ଅତାବିରା ଥାନା ଅଧିନ ଖରମୁଣ୍ଡା ପଞ୍ଚାୟତ ଲାଣ୍ଡିଜୁରି ଗ୍ରାମର ଜଣେ ବ୍ଯକ୍ତି ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ ଲାଣ୍ଡିଜୁରି ଗ୍ରାମର ୫୦ ବର୍ଷିଆ ରାଜୁ କିସାନ ନାମକ ଜଣେ ବ୍ଯକ୍ତି ନିକଟସ୍ଥ ବାରପାହଡ ଜଂଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦଳେ ମହୁମାଛି ଆସି ରାଜୁକୁ ଆକ୍ରମଣ କରିଥିଲେ। ଯାହା ଫଳରେ ରାଜୁ ଆହତ ହୋଇଥିଲେ।

ଅତାବିରା ବ୍ଲକ କାର୍ଯ୍ୟାଳୟରେ ବିଏସକେଓ୍ବାଇ ନବୀନ କାର୍ଡ ବିତରଣ ଉତ୍ସବ

ଆଜି ସୋମବାର ମଧ୍ଯାହ୍ନ ସାଢେ ବାରଟା ସମୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାଏକଙ୍କ ସଭାପତିତ୍ୱରେ BSKY ନବୀନ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ଯ ଅତିଥି ଭାବେ ଅତାବିରା ବିଧାୟିକା ତଥା ରାଜ୍ଯ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ, ସମ୍ମାନୀତ ଅତିଥି ଭାବେ ଅତାବିରା ବ୍ଲକ ଅଧ୍ଯକ୍ଷା ସୁପ୍ରଭା ମହାଲିଙ୍ଗ, ଉପାଧ୍ୟକ୍ଷ ଅନନ୍ତ ମେହେର, ଜିଲ୍ଲା ପରିଷଦ ସଭ୍ଯ ସୁଦାମ ଜାଲ, ରଣଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଖୁଣ୍ଟଲିପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ରବିବାର ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଖୁଣ୍ଟୁଲିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ବାଟିକା ବିଭାଗର “ଘର ହିଁ ବିଦ୍ୟାଳୟ”ପ୍ରକଳ୍ପର ଦ୍ବିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ଶ୍ରୀଯୁକ୍ତ ଆଶିଷ କୁମାର ସାହୁ(ରୁଷୁଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ) ଏବିଇଓ ହେମବତୀ ମେହେର ପ୍ରମୁଖଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି “ଶିଶୁ ଶିକ୍ଷାର ଭାରତୀୟ ଓ ପାଶ୍ଚାତ୍ୟ ସଂକଳ୍ପନା”ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ପଲସାପାଲି ଗ୍ରାମର ବରିଷ୍ଠ ସମାଜସେବୀ ଦଧିବାବନ ପଧାନଙ୍କ ପରଲୋକ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ପଲସାପାଲି ଗ୍ରାମର ବରିଷ୍ଠ ସମାଜସେବୀ ଦଧିବାବନ ପଧାନଙ୍କ ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ସରକାରୀ ମେଡିକାଲରେ ପରଲୋକ ଘଟିଛି। ମୁତ୍ଯୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା।

ସ୍ବର୍ଗତ ଦଧିବାବନ ଅତାବିରା ବ୍ଲକ ଅଞ୍ଚଳରେ ଜଣେ ଜଣାଶୁଣା ସମାଜସେବୀ ଥିଲେ। ସେ ଦୀର୍ଘ ଦିନ ହେଲା ଶ୍ବାସ ରୋଗରେ ପୀଡିତ ଥିଲେ। ସ୍ବର୍ଗତ ଦଧିବାବନ ପଧାନ ଜଣେ ସଚ୍ଚୋଟ ସମାଜସେବୀ ଥିଲେ। ତାଙ୍କ ବିୟୋଗରେ ଅତାବିରା ଅଂଚଳରେ ଶୋକର ଛାୟା ଖୋଲିଯାଇଛି।

ଝିଲିମିଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ‘ଘର ହିଁ ବିଦ୍ୟାଳୟ’

ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ପରିଚାଳନା ସମିତିର ସହ ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ବରିଷ୍ଠା ଗୁରୁମା ଶ୍ରୀମତୀ ଶ୍ରୁତି ନାଏକ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ।

ଝିଲିମିଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ‘ଘର ହିଁ ବିଦ୍ୟାଳୟ’

ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ପରିଚାଳନା ସମିତିର ସହ ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ବରିଷ୍ଠା ଗୁରୁମା ଶ୍ରୀମତୀ ଶ୍ରୁତି ନାଏକ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ।

ରେଂଗାଲି ଠାରେ ଆମ ଆଦମୀ ପାର୍ଟିର ସଭା

ଗୁରୁବାର ସନ୍ଧ୍ଯା ସାଢେ ୬ଟା ସମୟରେ ବରଗଡ ଜିଲ୍ଲା ଅତାବିରା ଏନଏସି ଅଧିନ ରେଂଗାଲି ଠାରେ ଆମ ଆଦମୀ ପାର୍ଟିର ଏକ ସଭା ଅନୁଷ୍ଠିତ ହୋଇଯାଇଛି।

ବ୍ଲକ ଆମ ଆଦମୀ ପାର୍ଟିର ସଭାପତି ଯଦୁମଣି ପଧାନଙ୍କ ସଭାପତିତ୍ୱରେ। ଏହି ସଭାରେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଭବାନୀ ପ୍ରସାଦ ସାହୁ, ଅତାବିରା ନିର୍ବାଚନ ମଣ୍ଡଳୀର ସଭାପତି ଜୟକ୍ରିଷ୍ନା ଛୁରିଆ, ଅଭିନାଶ ବାଗ, ସୁବଳ କହର,ଗୌତମ ମହାନନ୍ଦ, ସୁବଳ ପଧାନ, ସୂର୍ଯ୍ୟ ଭୋଇ, ସାମନ୍ତ ଭୁଏ ପ୍ରମୁଖ ଯୋଗଦେଇଥିଲେ।

Nuakhai wishes