ପ୍ରାଇଭେଟ ଯାନ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ବରଗଡ ଜିଲ୍ଲା ଡି.ଡି.ଟି,କାର୍ଯ୍ଯାଳୟ ତରଫରୁ ଅଫିସ କାମପାଇଁ ଗୋଟିଏ ପ୍ରାଇଭେଟ ଯାନ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅପ୍ରେଲ ୨୮ ଭିତରେ ବିଡ ଆବେଦନ କରିପାରିବେ।

ଏପ୍ରିଲ ୨୧ରୁ ୨୩ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ପଦ୍ମପୁର ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ ବୋଲି ଆୟୋଜକ ଆଜି କହିଛନ୍ତି।ମନ୍ତ୍ରୀ ସୁଶାନ୍ତ ସିଂ ଏହାର ଉଦ୍‌ଘାଟନ କରିବେ ଓ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ ।

ମୁଖ୍ୟବକ୍ତା ଭାବରେ ସୁଜିତ କୁମାର ପୃଷେଠ ଉଦ୍‌ବୋଧନ ଦେବେ । ଦ୍ବିତୀୟ ଦିନରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଜୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଉଚ୍ଚ ବିଦ୍ୟାଳୟ ଅତିଥି ଭାବରେ ବିଧାୟକ ମୁକେଶ ମହାଲିଙ୍ଗ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଲାଞ୍ଚ ନେଇ ଧରାପଡିଲେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ

ବରଗଡ଼ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ଏକ ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା (ଫୁଡ୍ ସେଫ୍ଟି) ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଧରାପଡିଥିଲେ। ତାଙ୍କ ବିରୋଧରେ ସମ୍ବଲପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା ରୁୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଶ୍ରୀକୃଷ୍ଣ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମନ୍ଦିର ମାଳିନୀ ଗ୍ରାମ କୁମ୍ଭାରୀର କୃଷ୍ଣ ଗୁରୁ ପଡ଼ାରେ ଶ୍ରୀକୃଷ୍ଣ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।

ପୂଜା ମଣ୍ଡପରୁ ଶହ ଶହ ମହିଳା ଓ ପୁରୁଷ ଏକ କଳସ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ବଡ଼ବନ୍ଧରୁ ପାଣିଆଣି ପୂଜାମଣ୍ଡପରେ ଉପାସ୍ଥାନ କରିଛନ୍ତି ।

ବରପାଲି କପିଳେଶ୍ୱର ମନ୍ଦିରର ଭବ୍ୟ ତୋରଣ ଦ୍ଵାର ଉଦଘାଟନ

ବରଗଡ ଜିଲ୍ଲା ବରପାଲି ସ୍ଥିତ କପିଳେଶ୍ୱର ମନ୍ଦିରର ଭବ୍ୟ ତୋରଣ ଦ୍ଵାରର ଆଜି ଶୁଭ ଉଦଘାଟନ ହୋଇଛି ।

ଏହାକୁ ବରପାଲି ବ୍ଲକ ଅଧ୍ୟକ୍ଷ ରିନା ଥଇତ ବରପାଲି ରାଜା ଲାଲ ବିକ୍ରମ ସିଂହ ଦେଓ ଯୋଗଦେଇ ଉଦଘାଟନ କରିଥିଲେ ।

ଇସ୍ରୋ ଯୁବ ବୈଜ୍ଞାନିକ ନିହାର ପ୍ରଧାନଙ୍କ ଆକସ୍ମିକ ବିୟୋଗ

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ୨୭ ବର୍ଷ ବୟସ୍କ ଏହି ଯୁବ ବୈଜ୍ଞାନିକଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ନିଜ ଗ୍ରାମକୁ ଆସିଥିବା ବେଳେ ପୋଖରୀକୁ ଗାଧୋଇବା ପାଇଁ ଯାଇ ବୁଡି ଯିବାରୁ ଅଚାନକ ତାଙ୍କ ବିୟୋଗ ଘଟିଛି।

ପତ୍ରାପାଲି ସମଲେଇ ମନ୍ଦିରରେ ରଜକ ସମାଜର ବୈଠକ

ଆଜି ଅତାବିରା ବ୍ଲକ ଅଧିନ ପତ୍ରାପାଲି ସମଲେଇ ମନ୍ଦିରରେ ରଜକ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ରଜକ ସମାଜର ଭାଇ ଭଉଣୀ ମାନେ ଯୋଗଦେଇ ନୂତନ କର୍ମକର୍ତ୍ତା ଚୟନ କରିଥିବା ବେଳେ ସର୍ବସମ୍ମତ କ୍ରମେ ଗୋପାଳ ସେଠ ସଭାପତି ଘୋଷିତ ହୋଇଛନ୍ତି।

ଅତାବିରାରେ ଓଡିଶା ରାଜ୍ଯ କୃଷକ ସଂଗଠନର ବୈଠକ

ଆଜି ବରଗଡ ଜିଲ୍ଲା ଅତାବିରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ଓଡିଶା ରାଜ୍ଯ କୃଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଥିବା ସଂଗଠନର ସଭାପତି ବୀରେନ୍ଦ୍ର କର କହିଛନ୍ତି।

ଏହି ବୈଠକରେ ମଙ୍ଗଳବାର ଦିନ ହେବାକୁ ଥିବା ସଂଗଠନର ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା କରାଯାଇଥିଲା।

Nuakhai wishes