ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର

ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୨ ପଇସା ବଢ଼ିଲା।ନଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ହୋଇଛି।

ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି ଏବଂ ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସାକୁ ବଢ଼ିଲା। ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ହୋଇଛି।

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ ଜେଲ୍

ପୂର୍ବତନ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ୩ ବର୍ଷ ଜେଲ୍ ହୋଇଛି। ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଭିଜିଲାନ୍ସ କୋର୍ଟ।

୨୦୦୮ରେ ଓ୍ୱାଇ ଫର୍ମରେ ଟ୍ରାଞ୍ଜିଟ୍‌ ପାସ୍‌ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ରାଜେନ୍ଦ୍ର। ବଲାଙ୍ଗିର ଜିଲ୍ଲା ଦେଓଗାଁର ଅତିରିକ୍ତ ତହସିଲଦାର ଥିଲା ବେଳେ ମାମଲାରେ ସଜା ହୋଇଛି।

କେନ୍ଦୁଝରରେ କାଳବୈଶାଖୀ ବର୍ଷା

ଆଜି ଦିନ ୧୨ଟା ୩୦ରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି। ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ସମ୍ଭାବନା ନେଇ ଆକଳନ କରିଥିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଦୁର୍ଦ୍ଦାନ୍ତ ଅପରାଧୀ ସାଗର ବେହେରା ନାଁରେ NSA ଲାଗୁ

ବ୍ରହ୍ମପୁର ଜରଡ଼ା ଥାନା ନନ୍ଦିଗାଁର ସାଗର ବେହେରା ନାଁରେ NSA ଲାଗୁ ହୋଇଛି। ୨୦୧୧ରୁ ୨୦୨୬ ମଧ୍ୟରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ। ହତ୍ୟା ଉଦ୍ୟମ, ଡକାୟତି, ବାଲି ଚୋରା ଚାଲାଣ, ଦଙ୍ଗା ଆଦି ମାମଲା ରହିଛି।

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ଓଡ଼ିଶା

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଲେ ସାଂସଦ ନବଚରଣ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ଏବଂ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ।

ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ଖବର ଆସିଥିବା ସାଂସଦ ସୂଚନା ଦେଇଛନ୍ତି। ନବନିର୍ମିତ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ଶିମିଳିପାଳରୁ ଆସିଲା ଖୁସି ଖବର; ମା’ ହେଲା ବାଘୁଣୀ ‘ଜିନ୍ନତ’

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା ନେଇ ଗତ ମେ’ ୨୮ରେ କ୍ୟାମେରାରେ ଟ୍ରାପ୍‌ କରାଯାଇଛି। ଛୁଆଗୁଡ଼ିକ ୨୦ ଦିନର। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା।

ଭୁବନେଶ୍ବରରେ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”

ଓରମାସ ପକ୍ଷରୁ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬” ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ।

ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି ଏହି ମହୋତ୍ସବ।

ରାଜ୍ୟରେ ଆଉ ଦୁଇ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା

ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ସମ୍ଭାବନା ରହିଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ। ଦୁଇ ଦିନ ପରେ ପାଣିପାଗର ମିଜାଜ୍ ବଦଳିବ।
ଆଗାମୀ ୪ ଦିନରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ତାଳଚୁଆ ଥାନାର ନିଲମ୍ୱିତ ଆଇଆଇସିଙ୍କ ନାଁରେ ମାମଲା

ମାଆପୁଅଙ୍କ ଉପରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍।

ଗତ ୨୫ ତାରିଖରେ ଥାନା ଭିତରେ ମାଡ଼ ମାରିଥିବା ନେଇ ମାମଲା ରୁଜୁ ହୋଇଥିଲା।ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ୱିତ ହୋଇଛନ୍ତି ଆଇଆଇସି।

ଥାନା ଥାର୍ଡ ଡିଗ୍ରୀ; ୩ ପୋଲିସ ସସ୍‌ପେଣ୍ଡ୍‌

କବିସୂର୍ଯ୍ୟନଗର ଥାନା ଥାର୍ଡ ଡିଗ୍ରୀରେ ଘଟଣାରେ IPS ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ SI ସମୀର କୁମାର ରାଉତ,ବାଲିଚାଇ ଫାଣ୍ଡି ASI ବୈକୁଣ୍ଠ ଜେନା, କନେଷ୍ଟବଲ ସୁମନ କୁମାର ସାହୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Nuakhai wishes