ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ: ମୋଦି

ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏଠାକାର ବିକାଶ କରି ମୁଁ ଆପଣଙ୍କ ଆଶୀର୍ବାଦ ଫେରସ୍ତ କରିବି, ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ ଏଥର ବିଜେଡି ଯିବ, ବିଜେପି ଆସିବ।

ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ। ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ। ଓଡ଼ିଶାର ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ କହିଛନ୍ତି ମୋଦି।

ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ: ମୋଦି

ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏଠାକାର ବିକାଶ କରି ମୁଁ ଆପଣଙ୍କ ଆଶୀର୍ବାଦ ଫେରସ୍ତ କରିବି, ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ ଏଥର ବିଜେଡି ଯିବ, ବିଜେପି ଆସିବ।

ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ। ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ। ଓଡ଼ିଶାର ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ କହିଛନ୍ତି ମୋଦି।

ସଦର ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ସଦର ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ପ୍ରାର୍ଥୀ ସସ୍ମିତାରାଣୀ ସିଂହ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ କାଳିପଡ଼ିଆରୁ ତାଙ୍କ ସମର୍ଥକଙ୍କ ଗହଣରେ ବାହାରି ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେ ନିକଟରେ ବିଜେଡି ଛାଡିଛନ୍ତି।କେନ୍ଦୁଝର ନିର୍ବାଚନ ମଣ୍ଡଳୀକୁ ସବୁ ଦଳ ଅବହେଳା କରିଆସୁଥିବା ବେଳେ ସେ ଜିତି ଅଂଚଳର ବିକାଶକୁ ଗୁରୁତ୍ଵ ଦେବେ ବୋଲି କହିଛନ୍ତି।

ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଧାୟକ ଜଗନ୍ନାଥ ନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ସମର୍ଥକ ଓ ଦଳୀୟ ନେତା କର୍ମୀମାନେ ସହର ପରିକ୍ରମା କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ।

ସେଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ସରକାରଙ୍କ ବିକାଶକୁ ନେଇ ମଇଦାନକୁ ଓହ୍ଲାଇଥିବା ସେ କହିଛନ୍ତି।ପାଟଣାର ବିକାଶକୁ ଅଧିକ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।ତାଙ୍କ ବାପା ପୂର୍ବତନ ବିଧାୟକ କାହ୍ନୁଚରଣ ନାୟକ, ଭାଇ ସତ୍ୟ ନାୟକ, କାନନବିହାରୀ ପୋହି, ଆଶିଷ ଚକ୍ରବର୍ତ୍ତି ସମେତ ଉପସ୍ଥିତ ଥିଲେ।

ପ୍ରକାଶ ପାଇଲା ICSE ଦଶମ ଓ ଦ୍ବାଦଶ ରେଜଲ୍ଟ

http.//www.cise.org. ୱେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।

ଦଶମରେ ୯୯.୦୮% ଓ ଦ୍ବାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ନବରଂଗପୁର ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନିଷି ନିର୍ବାଚନୀ ସଭାରେ ଉଦବୋଧନ ଦେବା ପରେ ନବରଂଗପୁର ଯାଉଛନ୍ତି ମୋଦି।

ପାପଡ଼ାହାଣ୍ଡିରେ ଦିନ ୧୨ଟାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ।

୫ ବର୍ଷରେ ଓଡ଼ିଶାକୁ ନମ୍ବର ୧ ରାଜ୍ୟ କରିବୁ: ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି, ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି, ବିଜେପି ଯାହା କହେ, ତାହା କରି ଦେଖାଏ ବୋଲି ଆଜି ବ୍ରହ୍ମପୁରରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି, ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି କହିଛନ୍ତି ମୋଦି।

ଖମ୍ବେଶ୍ବରୀପାଲିରେ ବସ ଦୁର୍ଘଟଣା

ସୋନପୁର ବଲାଙ୍ଗୀର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲିନିକଟରେ ଆଜି ଭୋର 4.30 ସମୟରେ ସାଇରାଜ ନାମକ ନାଇଟ ବସ ଭୁବନେଶ୍ୱରରୁ ବଲାଙ୍ଗୀର ଫେରୁଥିବା ସମୟରେ ଡ୍ରାଇଭରକୁ ନିଦ ଲାଗି ଯିବାରୁ ବସଟି ଓଲଟି ଯାଇଥିଲା।

କିଛି ଯାତ୍ରୀଙ୍କ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୋଭାଗ୍ୟ ବଶତଃ କୌଣସି ଯାତ୍ରୀଙ୍କ ବିଶେଷ କ୍ଷୟ କ୍ଷତି ହୋଇନଥିଲା।

ଆଜି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖଡ଼ିଆଳ ଓ ଭବାନୀପାଟଣା ଜନସଭା କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ।

ଆଜି ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ।

Nuakhai wishes