ଉମରକୋଟରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିଛନ୍ତି।

ବିଜେପି କର୍ମୀଙ୍କ ସହ ଆଲୋଚନା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ପରୀକ୍ଷା ପାଇଁ ଯିବାବେଳେ ଦୁର୍ଘଟଣା; ଛାତ୍ର ମୃତ

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି।

ମୃତକ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର। ସ୍କୁଟିରେ ସାଙ୍ଗ ସହ ଯିବାବେଳେ ଧକ୍କା ଦେଲା ଅଜଣା ଗାଡ଼ି।

ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି ବୋଲି ନବରଙ୍ଗପୁର ସଭାରେ ରାଜନାଥ ସିଂ କହିଛନ୍ତି। କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ, ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି, ସେତେବେଳେ ଆତଙ୍କବାଦ, ନକ୍ସଲବାଦ, ଆତଙ୍କ ସର୍ବତ୍ର ରହିଥିଲା, ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି କହିଛନ୍ତି ରାଜନାଥ।

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି, ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର କହିଛନ୍ତି ରାଜନାଥ।

ଘର ଭିତରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବୁର୍ଜା ପମ୍ପ୍‌ ହାଉସ ଫ୍ୟାନ୍‌ରେ ଗୋଟିଏ ଦଉଡ଼ିରେ ଝୁଲିଛି ୨ ମୃତଦେହ।

ମୃତ ଯୁବକ ପମ୍ପ୍‌ ହାଉସରେ ଠିକା କର୍ମଚାରୀ ହୋଇଥିବା ବେଳେ ଯୁବତୀ ପାଖ ଗାଁର ବୋଲି ସୂଚନା ମିଳିଛି

ବ୍ୟବସାୟୀଙ୍କ ଘରୁ ନଗଦ ୧୪ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍

ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଭାଲୁକନାଡ଼ି ଗାଁରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଲୁଟ୍ ହୋଇଛି।

୧୦ ଦୁର୍ବୃତ୍ତ ତାଲା ଭାଙ୍ଗି ପଶିବା ସହ ବ୍ୟବସାୟୀଙ୍କୁ ବାନ୍ଧି ଦେଇଥିଲେ।ମାରଣାସ୍ତ୍ର ଦେଖାଇ ସବୁ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଉମରକୋଟ ଥାନା ଚିକଲପଦର ନିକଟରେ ବିଲକୁ ଗାଡ଼ି ଖସିଯିବାରୁ ସାଂସଦ ଓ ଡ୍ରାଇଭରଙ୍କ ସମେତ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଉମରକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଲେ।ରାୟପୁରରୁ ଉମରକୋଟ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଏଟିଏମ କାଟି ଲୁଟି ପଳାଇଲା ବେଳେ ୨ ଜଣ କାବୁ (ଅପଡେଟ)

ନବରଙ୍ଗପୁର ଡାବୁଗାଁ ପାଖ ଜଙ୍ଗଲରେ ପିଛା କରି ୨ ଜଣଙ୍କୁ ଧରିଲା ପୁଲିସ।

ଜଙ୍ଗଲ ଭିତରେ ଏକ କାର୍‌ ଜବତ କରି ଛାନଭିନ କରୁଛି ପୁଲିସ। ନବରଙ୍ଗପୁର ବ୍ଲକ ଅଫିସ୍‌କୁ ଲାଗିଥିବା ଏସ୍‌ବିଆଇ ଏଟିଏମରୁ ଲୁଟ ହୋଇଥିଲା।

ଏଟିଏମ କାଟି ଲୁଟି ପଳାଇଲା ବେଳେ ୨ ଜଣ କାବୁ (ଅପଡେଟ)

ନବରଙ୍ଗପୁର ଡାବୁଗାଁ ପାଖ ଜଙ୍ଗଲରେ ପିଛା କରି ୨ ଜଣଙ୍କୁ ଧରିଲା ପୁଲିସ।

ଜଙ୍ଗଲ ଭିତରେ ଏକ କାର୍‌ ଜବତ କରି ଛାନଭିନ କରୁଛି ପୁଲିସ। ନବରଙ୍ଗପୁର ବ୍ଲକ ଅଫିସ୍‌କୁ ଲାଗିଥିବା ଏସ୍‌ବିଆଇ ଏଟିଏମରୁ ଲୁଟ ହୋଇଥିଲା।

କଟରରେ ଏଟିଏମ କାଟି ଲୁଟି ନେଲେ ଦୁର୍ବୃତ୍ତ

ନବରଙ୍ଗପୁର ବ୍ଲକ ଅଫିସ୍‌କୁ ଲାଗିଥିବା ଏସ୍‌ବିଆଇ ଏଟିଏମ କାଟି ଲୁଟିଲେ ଦୁର୍ବୃତ୍ତ।

ପାଖରେ କିଛି ପୋଡ଼ା ଟଙ୍କା ପଡ଼ିଛି। ଲୁଟ୍‌ର ପରିମାଣ ଜଣାପଡ଼ିନି।ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି ସ୍ଥାନୀୟ ପୁଲିସ।

Nuakhai wishes