ଛାତ ସେଣ୍ଟ୍ରିଂ ପଡ଼ି ଜଣେ ଶ୍ରମିକ ମୃତ, ୪ ଆହତ

ବ୍ରହ୍ମପୁର ଗୋଳନ୍ଥରା ଥାନା ସୋରଳ ଗାଁରେ ଏହି ଘଟଣା ଘଟିଛି।

୪ ଆହାତଙ୍କୁ ଉଦ୍ଧାର ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି

ରାଜ୍ୟ ଉପସଭାପତି ସହ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତି କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ପ୍ରେସ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି ବିଜେଡି।

ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ୍’

ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ମିଳିବ।

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।

ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ୍’

ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ମିଳିବ।

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।

ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି।

ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି। ତେଣୁ ଦେଶର ବିକାଶ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ।ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ରର ଉତ୍ସବ ନୁହେଁ, ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ କହିଛନ୍ତି ରାଷ୍ଟ୍ରପତି।

ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ।

ଡିଭାଇଡରକୁ ପିଟି ଓଲଟିଲା ବୋଲେରୋ; ୧୦ ଆହତ

୧୦ ଆହତଙ୍କ ମଧ୍ୟରୁ ୮ ଗୁରୁତର ଅଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଏନ୍‌ଏଚ୍‌ ୧୬ କେସପୁର ଛକ ସିଙ୍ଗଡ଼ାପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି। ମାଲକାନଗିରି ବାଲିମେଳାରୁ ପୁରୀ ବୁଲିବାକୁ ଯାଉଥିଲେ।

+୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ

ବ୍ରହ୍ମପୁର ବୈଦନାଥପୁର ଥାନା ସୂର୍ଯ୍ୟନଗରରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି +୨ ଛାତ୍ର।

ଗତକାଲି ପଦାର୍ଥ ବିଜ୍ଞାନ ପରୀକ୍ଷାରେ କପି କରି ଧରାପଡ଼ିଥିଲେ। ଘରୋଇ କଲେଜ ଛାତ୍ର ହୋଇଥିବା ବେଳେ ଖଲ୍ଲିକୋଟ କଲେଜରେ ପରୀକ୍ଷା ଦେଉଥିଲେ।

ଘରୋଇ ନର୍ସିଂ କଲେଜରେ ଝାଡ଼ାବାନ୍ତିରେ ୧୩ ଛାତ୍ରୀ ଅସୁସ୍ଥ

ବ୍ରହ୍ମପୁର ଚଣ୍ଡିପଦରରେ ଥିବା ଘରୋଇ ନର୍ସିଂ କଲେଜରେ ଝାଡ଼ାବାନ୍ତିରେ ୧୩ ଜଣ ଅସୁସ୍ଥ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।

ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି।

Nuakhai wishes